Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୨ ତାରିଖ – Daily Horoscope

ମେଷ
କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇଯିବାର ଆଶଙ୍କା ରହିଛି। ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ପରକଥା ଶୁଣି ମାନସିକ ଶାନ୍ତି ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ମାନସିକ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ରହିବାକୁ ପଡିବ। ପାରିବାରିକ ସମସ୍ୟାକୁ ସରଳଭାବେ ସମାଧାନ କରିବେ।
ବୃଷ
ବୃଷ
ଶୁଭଗ୍ରହ ପ୍ରଭାବରୁ ଆପଣଙ୍କର ଆଜିର କାମ ପାଇଁ କୌଣସି ଅସୁବିଧା ପରିଲକ୍ଷିତ ହେବନାହିଁ। ନୂତନବନ୍ଧୁତ୍ୱ ସ୍ଥାପନରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ସମସ୍ୟା ମୁକ୍ତ ରହିପାରନ୍ତି। ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ବନ୍ଧୁଙ୍କ ସହାୟତାରେ ବିଭିନ୍ନ ଦିଗରୁ ଅର୍ଥାଗମର ଦ୍ୱାର ଉନ୍ମୁକ୍ତ ହୋଇଯିବ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହେବେ। ଅଫିସ୍‌ରେ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଯାତ୍ରା ସମୟରେ ଅନ୍ୟମନସ୍କ ରହି ମାନସିକ ଭାବଧାରାକୁ ବିକ୍ଷିପ୍ତ କରିପାରନ୍ତି।
କର୍କଟ
କର୍କଟ
ଆଜିର କର୍ମକ୍ଷେତ୍ରରେ କୌଣସି ବିବାଦୀୟ ମନ୍ତବ୍ୟ ଦେବା ଠିକ୍‌ ହେବ ନାହିଁ। ନିଜର ପ୍ରତ୍ୟୁପତ୍ନ୍ନମତିତା କାରଣରୁ ପ୍ରତ୍ୟେକ ଅସଜଡା ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡିପାରନ୍ତି। ଅପରାହ୍ନରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ସି˚ହ
ସି˚ହ
କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ପାଇବେ। ବିବାଦୀୟ ଘଟଣାରେ ଆଶଙ୍କା ସୃଷ୍ଟି ହେଲେ ମଧ୍ୟ ସେମିତି କିଛି ହେବ ନାହିଁ। ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
କନ୍ୟା
ଆଜି ସକାଳୁ ସକାଳୁ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ଭାବପ୍ରବଣବଶତଃ ବନ୍ଧୁଙ୍କ ସହ ଓଲଟା କଥା କହି ଅପଦସ୍ଥ ହୋଇପାରନ୍ତି। ସହକର୍ମୀଙ୍କ ସହ ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ। ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସା ଭିନ୍ନାର୍ଥରେ ଗ୍ରହଣ କରିବେ। ଅଭାବ ନ ଥିଲେ ମଧ୍ୟ ଯାହା ଚାହୁଁଛନ୍ତି ତାହା ନ ପାଇବାରୁ ଅବସାଦ ଲାଗି ରହିବ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ କିନ୍ତୁ ଲକ୍ଷ୍ୟ ହାସଲରେ ଅସୁବିଧା ରହିବନାହିଁ।
ବିଛା
ବିଛା
ସହକର୍ମୀଙ୍କ ଜରିଆରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ପ୍ରକାଶନ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ଦୂରେଇଯିବ। ପ୍ରତିବନ୍ଧକ କାରଣରୁ ଶୀଘ୍ର ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ପରିବହନ, ନିର୍ମାଣ, ମାଲିମକଦ୍ଦମା ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ।
ଧନୁ
ଧନୁ
ଆଜି ଆକସ୍ମିକ ଭାବେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ରାଜନୀତି, ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରେ ଧୈର୍ଯ୍ୟଶୀଳତା କାମକୁ ଆସିପାରେ। କାୈଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେଲେ ସମସ୍ୟା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ।
ମକର
ମକର
ବିଭିନ୍ନ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହେବାକୁ ପଡିପାରେ। ଯିଏ ଯାହା କହୁନା କାହିଁକି, ଆପଣ ଯେମିତି ଭାବୁଛନ୍ତି ସେମିତି କରିବା ମନ୍ଦ ହେବନି। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ର, ରାଜନୀତି, ସାଂସ୍କୃତିକ କାମରେ ପ୍ରଶଂସିତ ହେବେ। କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ।
କୁମ୍ଭ
କୁମ୍ଭ
ଆର୍ଥିକ ଅନଟନ ପ୍ରତ୍ୟେକ କାମକୁ ବିଳମ୍ବିତ କରିବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ନିକଟ ସମ୍ପର୍କୀୟ କିମ୍ବା ଆମତ୍ୀୟ ସ୍ବଜନମାନଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ମୀନମୀନ
କର୍ମକ୍ଷେତ୍ରରେ ବହୁ ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିପାରନ୍ତି। ନିଜ ଚତୁଃପାର୍ଶ୍ୱରେ ରହୁଥିବା ବ୍ୟକ୍ତିମାନଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୧୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ, ପରିବାର, ଯାନ ବାହନ, ଜମିଜମା ଓ କଳହ ପ୍ରତି ସତର୍କ ରହିବା ଭଲ। ଶିକ୍ଷା, ସନ୍ତାନ, ପ୍ରେମ ସମ୍ପର୍କ, ଆଲୋଚନା କ୍ଷେତ୍ର,...

ରାଶିଫଳ: ଗୁରୁବାର, ଅକ୍ଟୋବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ସକାଶେ ଯାତ୍ରା, ବନ୍ଧୁମିଳନ ଓ ମନୋରଞ୍ଜନ ପାଇଁ ଭଲ; କିନ୍ତୁ ଖର୍ଚ୍ଚର ସୀମା ଟପିଯିବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ...

ରାଶିଫଳ: ବୁଧବାର, ଅକ୍ଟୋବର ୧୬ ତାରିଖ – Daily Horoscope

ମେଷ ଆଜିର ରାହୁଯୁକ୍ତ ଦ୍ୱାଦଶ ଚନ୍ଦ୍ର ଆପଣଙ୍କ ମନରେ ଅସ୍ଥିରତା ସୃଷ୍ଟି କରିବ। ଋଣ ପରିଶୋଧ, ଔଷଧ କିଣା, ଶତ୍ରୁକୃତ ସମସ୍ୟା ସମାଧାନ ସକାଶେ ଖର୍ଚ୍ଚାନ୍ତ...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୧୫ ତାରିଖ – Daily Horoscope

ମେଷ ଆଜି ଆପଣ କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିିବେ। ବନ୍ଧୁମାନଙ୍କ ସାହାଯ୍ୟରୁ ଜମିଜମା ବିବାଦରେ, ପରିବହନର ଝଗଡ଼ାରେ ସମାଧାନ ହୋଇପାରିବ। ବିଭିନ୍ନ...

ରାଶିଫଳ: ସୋମବାର, ଅକ୍ଟୋବର ୧୪ ତାରିଖ – Daily Horoscope

ମେଷ ଆଜି ଘରର କେତେକ ଅକୁହା କଥାକୁ ଚିନ୍ତାକରି ମନରେ ଆଲୋଡ଼ନ ସୃଷ୍ଟି ହେବ। ପରୋକ୍ଷ ଶତ୍ରୁତାଜନିତ ଭୟ ଓ ଆଶଙ୍କାରେ ବିବ୍ରତ ରହିବେ। ପରିସ୍ଥିତିର...

ରାଶିଫଳ: ରବିବାର, ଅକ୍ଟୋବର ୧୩ ତାରିଖ – Daily Horoscope

ମେଷ ଆଜି ବାଧକାଧିପ ରାଶିକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ ଆଗକୁ ଗୋଡ ବଢାନ୍ତୁ। ଅଫିସ୍‌ ରେ କୈାଣସି ଖବର ପାଇ ସାମୟିକ ଭାବରେ...

ରାଶିଫଳ: ଶନିବାର , ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ଦୂରଯାତ୍ରା କରିପାରନ୍ତି। ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହେବେ। ପରିବାର, ଯାନବାହନ, ପରିବହନ ଏବଂ...

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜି ନବମ ଚନ୍ଦ୍ର ଯୋଗୁ ପ୍ରତ୍ୟେକ ଦିଗରୁ ମନ ଖୁସି ରହିବ ଏବଂ ଧର୍ମକାର୍ଯ୍ୟ କରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri