Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ
କର୍ମଭାବରେ ଚାରୋଟି ଗ୍ରହ ଦ୍ୱାରା ସୃଷ୍ଟି ହୋଇଥିବା ରାଜଯୋଗ ସାମଗ୍ରିକ ଦୃଷ୍ଟିକୋଣରୁ ସଫଳତା ଆଣିଦେବ। ଧନ ସ୍ଥାନରେ ରାହୁଯୁକ୍ତ ଚନ୍ଦ୍ର କାରଣରୁ ଧନହାନିଜନିତ ମନସ୍ତାପ କରିପାରନ୍ତି। ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ସାମାଜିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।
ବୃଷ
ବୃଷ
ରାଶିରେ ପାପଗ୍ରହ ହେତୁ ମାନସିକ ଚାପଗ୍ରସ୍ତ ହୋଇ ଅଶାନ୍ତ ରହିପାରନ୍ତି। ଆଜି ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଝଗଡାର ସମ୍ଭାବନା ରହିଛି। ଧନାଧିପତିଙ୍କ ଦୁର୍ବଳତା କାରଣରୁ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ। ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମ ଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।
ମିଥୁନ
ମିଥୁନ
ଦୁଃସ୍ଥାନସ୍ଥ ଏକାଧିକ ଗ୍ରହ କାରଣରୁ ସଜାଗ ରହି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଜର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ପ୍ରତ୍ୟେକ କାମରେ ଟେନ୍‌ସନ କିିଛି ମାତ୍ରାରେ ଲାଗିରହିବ। କର୍ମକ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ।
କର୍କଟ
କର୍କଟ
ପ୍ରତିବାଦୀ ସ୍ଥାନରେ ଏକାଧିକ ଗ୍ରହ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଆଣିପାରେ; ଯାହା ଅନ୍ୟମାନଙ୍କ ପାଇଁ ସହଜଲଭ୍ୟ ଆପଣଙ୍କ ପାଇଁ ଦୁରୂହ ହୋଇପଡିବ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇଯିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ବନ୍ଧୁଙ୍କ ଅସହଯୋଗରେ କେତେକ ବ୍ୟତିକ୍ରମ ଘଟିପାରେ। ବନ୍ଧୁଙ୍କ ସହାୟତାରେ ବ୍ୟବସାୟିକ, ଆର୍ଥିକ, ସାମାଜିକ ପ୍ରତିଷ୍ଠା ପାଇଁ ଚେଷ୍ଟିତ ହେବେ। ରାସ୍ତାରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।
କନ୍ୟା
ସ୍ଥଗିତ କାର୍ଯ୍ୟ ହାସଲ କ୍ଷେତ୍ରରେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। ଆକସ୍ମିକ ଭାବରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ବନ୍ଧୁମାନଙ୍କ କାର୍ଯ୍ୟାବଳୀର ସମୀକ୍ଷା କରି ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିପାରନ୍ତି। ଆର୍ଥିକ ପରିସ୍ଥିତି ଦୁଶ୍ଚିନ୍ତାର କାରଣ ହୋଇପାରେ।
ତୁଳା
ତୁଳା
ସମସ୍ୟା ମଧ୍ୟରେ ଗତି କରି ମଧ୍ୟ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କ୍ରୀଡ଼ା, କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ହାସଲ କରିବେ। ସଭାସମିତିରେ ବୁଦ୍ଧିଜୀବୀଙ୍କ ସାନିଧ୍ୟ ଲାଭ କରି ଖୁସି ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ସଫଳ ହେବାରେ ପ୍ରତିବନ୍ଧକ ରହିବ ନାହିଁ।
ବିଛା
ବିଛା
ହିତୈଷୀମାନଙ୍କ ସହାୟତାରେ ଆଜିର କାମଗୁଡିକ ଯଥା ସମୟରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ କୌଣସି ଯୁବ ବ୍ୟକ୍ତିଙ୍କଠାରୁ ଅଯାଚିତ ଭାବେ ଯଥେଷ୍ଟ ସହାୟତା ପାଇବେ। ପାରିବାରିକ କ୍ଷେତ୍ରରେ ସ୍ତ୍ରୀ କିମ୍ବା ଭଉଣୀଙ୍କ ଆଡୁ ସମସ୍ୟା ଆସିପାରେ। କୌଣସି ବ୍ୟକ୍ତିବିଶେଷଙ୍କ ପରୋକ୍ଷ ଶତ୍ରୁତା କାର୍ଯ୍ୟହାନିର କାରଣ ସାଜିପାରେ।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ସାମୟିକ ମନ ଖୁସି ରହିବ। କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ମଧ୍ୟାହ୍ନରେ ଟେନ୍‌ସନ୍‌ ବଢିପାରେ। ଅଟକି ରହିଯାଇଥିବା କାମ ସମ୍ପନ୍ନ ଲାଗି ମନ ବଳାଇପାରନ୍ତି। ଯାତ୍ରା, ବାଣିଜ୍ୟ ଓ ପରିବହନ ଭଲରେ ଚାଲିବାରୁ ଆଶ୍ୱସ୍ତି ଲାଭ କରିବେ।
ମକର
ମକର
ଅଶାନ୍ତ ମନକୁ ଶାନ୍ତ କରାଇବାରେ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। କାମଟିକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଅର୍ଥ ସଙ୍କଟ ରହିବ ନାହିଁ। ନିଜ ପରିସରର ବ୍ୟକ୍ତିଙ୍କ କଥାକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ରୋଗ ଯନ୍ତ୍ରଣାରେ କଷ୍ଟ ପାଉଥିବା ଗୁରୁଜନଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ।
କୁମ୍ଭ
କୁମ୍ଭ
ଆଜି ସବୁକଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡିବେ। ଶିକ୍ଷା, ପରୀକ୍ଷା, ସାକ୍ଷାତ୍‌କାର ତଥା ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ। ପାରସ୍ପରିକ ଉତ୍ତମ ବୁଝାମଣା ଅବ୍ୟାହତ ରହିଥିବାରୁ ପାରିବାରିକ କ୍ଷେତ୍ର ପୂର୍ବପରି ରହିବ। ଚତୁଃପାର୍ଶ୍ୱରେ ଘଟି ଯାଉଥିବା ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ।
ମୀନମୀନ
ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟିର ଆଶଙ୍କାକୁ ଏଡି ହେବ ନାହିଁ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ କିମ୍ବା ପରୋକ୍ଷ ଶତ୍ରୁତା ହେତୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଆଜି ହଠାତ୍‌ କୌଣସି ସମଶ୍ରେଣୀୟ ବ୍ୟକ୍ତିଙ୍କ ସହ ବାଦାନୁବାଦ ହୋଇପାରେ। ପୂର୍ବଭାଦ୍ରପଦ ନକ୍ଷତ୍ର ସକାଶେ ଆଜିର ଜୀବନଯାତ୍ରା ବିଶେଷ କଷ୍ଟପ୍ରଦ ହେବନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ଏକାଧିକ ଗ୍ରହ ମଧ୍ୟରେ ଦ୍ୱାଦଶସ୍ଥ ଚନ୍ଦ୍ର ହେତୁ ଆର୍ଥିକ ଉନ୍ନତି ସହ ମାନସିକ ଅସ୍ଥିରତା ଲାଗି ରହିବ। ପର୍ଯ୍ୟଟନ, ପରିଭ୍ରମଣ, ଦୂରଯାତ୍ରା ସକାଶେ ବହୁତ...

ରାଶିଫଳ: ଶନିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସ୍ଥଗିତ କାମ ଓ ବିବାଦର ସମାଧାନ ପାଇଁ ବ୍ୟଗ୍ରତା ବୃଦ୍ଧି ପାଇବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧି ଜନିତ ବୈଷୟିକ ସୁଖ, ସମୃଦ୍ଧିରୁ ଖୁସିରହିବେ। ଆଲୋଚନା...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା ଯୋଗୁ ଦ୍ୱିଜା ନକ୍ଷତ୍ର ଆନନ୍ଦିତ ହୋଇପାରନ୍ତି।...

ରାଶିଫଳ: ବୁଧବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ର ଆପଣଙ୍କ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ରକୁ ନିରୁପଦ୍ରବ କରି ରଖିବ। ଶନି ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ସ୍ୱାସ୍ଥ୍ୟହାନିଜନିତ ଦୁଶ୍ଚିନ୍ତା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟାକରି ବିଫଳ ହେବେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।...

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ଭାଗ୍ୟସ୍ଥାନସ୍ଥ ଚନ୍ଦ୍ର ହେତୁ ସ୍ଥଗିତ କାମ ସମ୍ପନ୍ନ ସକାଶେ ତପ୍ତର ରହିବେ। ବନ୍ଧୁଙ୍କ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ଅଧିକ...

ରାଶିଫଳ: ରବିବାର, ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ଆପଣ କଳାନୁରାଗୀ, ସଙ୍ଗୀତପ୍ରିୟ, ସାହିତ୍ୟରସିକ ଓ ଚଳଚ୍ଚିତ୍ରପ୍ରେମୀ ଭାବରେ ପ୍ରଶଂସିତ ହୋଇପାରନ୍ତି। ମଙ୍ଗଳଙ୍କ କୁପ୍ରଭାବରୁ ଦେହ ଖରାପ ରହିପାରେ। ଅଶ୍ୱିନୀ ନକ୍ଷତ୍ରର କାମ ଯଥା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image