Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ
ଆଜି ଆନୁଷ୍ଠାନିକ କ୍ଷେତରେ, ବନ୍ଧୁମିଳନରୁ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ। ସାମାଜିକ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। କେତେକ କ୍ଷେତ୍ରରେ ଅସୁବିଧା ନ ହୋଇ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବା ସୂଚନା ରହିଛି।
ବୃଷ
ବୃଷ
ପାରିବାରିକ କ୍ଷେତ୍ରରେ କୌଣସି ଅଭାବ ଅସୁବିଧା ଯୋଗୁ ଚିନ୍ତିତ ରହିବେ। ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ରୋହିଣୀ ନକ୍ଷତ୍ର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରକାଶନ, ଆଇନ, ଅଦାଲତ କ୍ଷେତରୁ ସୁଫଳ ପାଇବେ।
ମିଥୁନ
ମିଥୁନ
ମନେ ମନେ ଖୋଜୁଥିବା ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ। ପୁନର୍ବସୁ ନକ୍ଷତ୍ରର ବାଣିଜ୍ୟ ଓ କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳାକରି ଘରଲୋକମାନଙ୍କଠାରୁ ଗାଳି ଖାଇବାକୁ ପଡ଼ିପାରେ। ଦୀର୍ଘଦିନ ହେଲା ଅସୁସ୍ଥ ଥିବା ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ।
କର୍କଟ
କର୍କଟ
ପାରିବାରିକ କ୍ଷେତ୍ରରେ ମଧ୍ୟ ସାମାନ୍ୟ ଅସୁବିଧା ଥିବା ଅନୁଭବ କରିବେ। ବନ୍ଧୁମାନଙ୍କ ଆମନ୍ତ୍ରଣ କ୍ରମେ ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। ଛୋଟ କଥାକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ପୁଷ୍ୟା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।
ସି˚ହ
ସି˚ହ
କୌଣସି କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ବହୁଦିନର ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ସାଧାରଣ ବ୍ୟକ୍ତି ସାହାଯ୍ୟ କରିବେ। କୌଣସି ବନ୍ଧୁଙ୍କ ସମ୍ବନ୍ଧରେ ଅସମର୍ଥିତ ସୂତ୍ରରୁ ଅଶୌଚ ଖବର ପାଇପାରନ୍ତି। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଆତ୍ମୀୟଙ୍କ ଦ୍ୱାରା ଉପେକ୍ଷିତ ହୋଇ ମନଦୁଃଖ କରିପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କହି ସମାଲୋଚିତ ହୋଇପାରନ୍ତି। ହସ୍ତା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଅଧିକାଂଶ ସମୟ ଅନ୍ୟମନସ୍କ ରହିବା ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ହଠାତ୍‌ ମତ ବଦଳାଇବା ଠିକ୍‌ ହେବ ନାହିଁ।
ତୁଳା
ତୁଳା
ଆଜି ସ୍ବାତୀ ନକ୍ଷତ୍ରର କାର୍ଯ୍ୟ ହାସଲ ହେବ,ବିବାଦର ଅବସାନ ଘଟିବ, ଅଭିଳଷିତ ଜିନିଷ ମଧ୍ୟ ପାଇପାରିବେ। ମାତ୍ର ଘରେ ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହୋଇପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହେବା ଆଶଙ୍କା ମଧ୍ୟ ରହିଛି। ବ୍ୟବସାୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ ରହିବ।
ବିଛା
ବିଛା
ପୂର୍ବ ପରିସ୍ଥିତି ବଦଳିଯାଉଥିବାରୁ ମାନ ସେତେଟା ଭଲ ରହି ନ ପାରେ। ଅଧିକାଂଶ ସମୟ ଅନ୍ୟମନସ୍କ କିମ୍ବା ଅତୀତ ଘଟଣାର ଅନୁଚିନ୍ତା ଯୋଗୁ ବ୍ୟସ୍ତ ରହିପାରନ୍ତି। ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ଅନୁରାଧା ନକ୍ଷତ୍ରର ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ।
ଧନୁ
ଧନୁ
ସକାଳୁ ସକାଳୁ ଶୁଭ ଖବର ପାଇବେ ଓ ବନ୍ଧୁମାନଙ୍କ ସହ ଯାତ୍ରା କରିବେ। ପୂର୍ବାଷାଢ଼ା ନକ୍ଷତ୍ର କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ସାହାଯ୍ୟ କରିବା ସକାଶେ ବନ୍ଧୁବର୍ଗମାନେ ପ୍ରତିଶ୍ରୁତି ଦେଇପାରନ୍ତି। ପରିବାରରେ ପିଲାମାନଙ୍କ ସକାଶେ ମନ ବିଚଳିତ ହୋଇପାରେ।
ମକର
ମକର
କେତେକ କ୍ଷେତ୍ରରେ ନିଜର ଇଚ୍ଛା ବିରୋଧରେ କାମ କରି ପରେ ଅନୁତାପ କରିବେ। ଶ୍ରବଣା ନକ୍ଷତ୍ର ସକାଶେ କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେବା ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ ଓ ରାଜନୈତିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲରେ କଟିବ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅଭାବରୁ ହଇରାଣ ହରକତ ହୋଇପାରନ୍ତି। ପରିବାରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଶତଭିଷା ନକ୍ଷତ୍ର କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତିି। ନିଜ ଲୋକମାନଙ୍କଠାରୁ ସହାନୁଭୂତି ଲାଭକରି ଖୁସି ହେବେ।
ମୀନମୀନ

ବିନା କାରଣରେ ଶତ୍ରୁତା ଓ ସମସ୍ୟା ବୃଦ୍ଧି ପାଉଥିବାରୁ ମନ ଭଲ ରହି ନ ପାରେ। ଚାହୁଁଥିବା ଅର୍ଥ ଲାଭ ହେଲେ ମଧ୍ୟ ତାହାକୁ କେନ୍ଦ୍ରକରି କେତେକ ସମସ୍ୟା ସୃଷ୍ଟି ହେବ। ଉତ୍ତରଭାଦ୍ରପଦ ନକ୍ଷତ୍ର ପାଇଁ କର୍ମକ୍ଷେତ୍ରରେ ସହକର୍ମୀଙ୍କ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେଇପାରେ। ରାଜନୈତିକ କ୍ଷେତ୍ରରେ ହାତ ମୁଠାରୁ ସୁ୍‌ଯୋଗ ଖସିଯିବା ଆଶଙ୍କା ଦେଖାଦେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri