Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ
ଆଜି ପାପଯୁକ୍ତ ରବି ହେତୁ କୃତ୍ତିକା ନକ୍ଷତ୍ର ମନ ଅନୁଯାୟୀ କୌଣସି କାମକୁ ସହଜରେ କରିପାରିବେ ନାହିଁ। ପାରିବାରିକ କ୍ଷେତ୍ରରେ ମନ କଥା କାହାକୁ କହିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ଖୋଜି ପାଉ ନ ଥିବେ। କର୍ମକ୍ଷେତ୍ରରେ ମନ୍ଥର ଗତି ସହ ଅଫିସରେ ଫାଇଲ୍‌ ଚାପର ସମ୍ମୁଖୀନ ହୋଇପାରନ୍ତି।
ବୃଷ
ବୃଷ
ଆଜି ଶୁକ୍ର ସହ ମଙ୍ଗଳ ଯୋଗରୁ ଦ୍ୱିଜା ନକ୍ଷତ୍ରର ବହୁତ ଦିନରୁ ଅଟକି ରହିଥିବା କାଯର୍‌ୟଗୁଡିକ ତ୍ୱରାନ୍ବିତ ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ। ସମ୍ବେଦନଶୀଳ କଥାରେ କିମ୍ବା ପାରିବାରିକ ଜୀବନରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି। ଗୃହକୁ ମୂଲ୍ୟବାନ ଜିନିଷ ଆଣିପାରନ୍ତି।
ମିଥୁନ
ମିଥୁନ
ବୁଧ ସହ ରାହୁ ରହିଥିବାରୁ ଆର୍ଦ୍ରା ନକ୍ଷତ୍ରର ଆକସ୍ମିକ କଳହ ସୃଷ୍ଟି ଯୋଗୁ ନିଜ ଲୋକମାନେ ଦୂରେଇ ଯିବାର ଆଶଙ୍କା ରହିଛି। କର୍ମ କ୍ଷେତ୍ର, ଯାନବାହନ, ଦୋକାନବାଡି, ସଭା ସମିତିରୁ ଉପକୃତ ହେବେ। ପ୍ରତ୍ୟେକ ସମୟରେ ଟେନସନ୍‌ କିଛି ମାତ୍ରାରେ ଲାଗିରହିବ। ନିରପେକ୍ଷ ବିଚାରକୁ କେନ୍ଦ୍ରକରି ସମସ୍ୟାର ସମ୍ମୁଖୀନ ହେବେ।
କର୍କଟ
କର୍କଟ
ଆଜି ଶନି ଓ ମଙ୍ଗଳ ସ୍ଥିତିଜନିତ ପୁଷ୍ୟା ନକ୍ଷତ୍ରର ବିବାଦୀୟ ସ୍ଥିତିରେ ନିଜର ଲୋକମାନେ ଶତ୍ରୁତା କରି ପାରନ୍ତି। ଗୁରୁତ୍ୱପୂର୍ଣ୍ଣ ବିଚାରକମଣ୍ଡଳୀର ସଭାରେ ଆଲୋଚନା ଅସମାପ୍ତ ରହିପାରେ। ପରିସ୍ଥିତି ଭିନ୍ନ ମୋଡ଼ ନେବା କାରଣରୁ ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବ। ପାରିବାରିକ ସ୍ତରରେ ବୁଝାମଣା ଠିକ୍‌ ରହିବ।
ସି˚ହ
ସି˚ହ
କାର୍ଯ୍ୟସାଧନରେ ମନ୍ଥରଗତି କାରଣରୁ କିମ୍ବା ପରିଜନଙ୍କ ସ୍ବାସ୍ଥ୍ୟହାନିଜନିତ ମନ ଉଦ୍‌ବେଗ ରହିବ। ମଘା ନକ୍ଷତ୍ର କୌଣସି କ୍ଷେତ୍ରରେ ହଠାତ୍‌ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍‌ ହେବ ନାହିଁ। ଷ୍ଟେସନେରୀ ଜିନିଷ, ନୂତନ ବସ୍ତ୍ର ଅଳଙ୍କାର କିମ୍ବା ଗାଡିମୋଟର ଆଦି କ୍ରୟ କରିବା ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ।
କନ୍ୟା
ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ ସକାଶେ ଶାରୀରିକ ଅସାମର୍ଥ୍ୟତା ପ୍ରକାଶ ପାଇବ। ହିତାକାଂକ୍ଷୀଙ୍କ ସାହାଯ୍ୟ ମନୋଭାବରୁ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିପାରେ। ଚିତ୍ରା ନକ୍ଷତ୍ରର ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବା ଫଳରେ ଦୁଶ୍ଚିନ୍ତା ବଢ଼ିଯାଇପାରେ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ପ୍ରଶାସନ ଓ ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ।
ତୁଳା
ତୁଳା
ଧନାଧିପ ଉଚ୍ଚସ୍ଥ ଯୋଗୁ ଧନାଗମ, ମିଷ୍ଠାନ୍ନ ପ୍ରାପ୍ତି, ବନ୍ଧୁବସତ୍ଳ ସାଙ୍ଗକୁ ମୁହଁରେ ହସ ଲାଗି ରହିବ। ତଥାପି ସାମୟିକ ବ୍ୟସ୍ତତା କାରଣରୁ ଅଫିସରେ କାମ ଗୋଳମାଳିଆ ଧରିପାରେ। ଦୀର୍ଘଦିନରୁ ଅଟକି ରହିଯାଇଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ। ଆଣ୍ଠୁଠାରୁ ଗୋଡ ତଳକୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ବିଛା
ବିଛା
ମନରେ ବିଭିନ୍ନ ଭାବରାଜି ଉଦ୍ରେକ ହେବାରୁ କାର୍ଯ୍ୟଧାରା ନିୟନ୍ତ୍ରିତ ରହି ନ ପାରେ। ଏକାଧିକ ପାପଗ୍ରହ ଚତୁର୍ଥସ୍ଥ ପରିବାର ଓ କର୍ମକ୍ଷେତ୍ର ସକାଶେ ଦିନଟି ଶୁଭଙ୍କରୀ ନୁହେଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଆଧ୍ୟାମତ୍ିକ ସଭାସମିତିରେ ପ୍ରଶଂସିତ ହେବେ। ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ ରହିପାରନ୍ତି।
ଧନୁ
ଧନୁ
ସମୟ ପ୍ରତିକୂଳ ନ ଥିଲେ ମଧ୍ୟ ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପାରିବାରିକ ଦିଗରୁ ପୁରୁଣା କଥାକୁ ବାରମ୍ବାର ଦୋହରାଇବା ଠିକ୍‌ ନ ହୋଇପାରେ। ମୂଲ୍ୟବାନ୍‌ ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ।
ମକର
ମକର
ଆଜିର କର୍ମକ୍ଷେତ୍ର୍ରରେ ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ। ଧନିଷ୍ଠା ନକ୍ଷତ୍ର ପାଇଁ ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବ ପ୍ରକାଶ କରିବାରେ ପଛେଇ ଯିବେ। ପରିବାର ମଧ୍ୟରେ ନିଜର ପ୍ରାଧାନ୍ୟତାକୁ ସହାନୁଭୂତିର ସହ ଜାହିର କରିବା ଠିକ୍‌ ହେବ।
କୁମ୍ଭ
କୁମ୍ଭ
ଶନିଙ୍କ ପ୍ରଭାବରେ ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବାର ସ୍ପଷ୍ଟ ସୂଚନା ରହିଛି। ସାମାଜିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସମସ୍ୟା ପିଛା ଛାଡୁ ନ ଥିବାରୁ ଶତଭିଷା ନକ୍ଷତ୍ରର ସହଜରେ କାମ ହାସଲ କଷ୍ଟକର ହେବ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ତଥା ବିଭିନ୍ନ ଝମେଲା ହେତୁ ବ୍ୟସ୍ତ ରହିପାରନ୍ତି।
ମୀନମୀନ

ଗୁରୁଙ୍କ ଅନୁଗ୍ରହରୁ ନିରପେକ୍ଷ ବିଚାର ସାଙ୍ଗକୁ ସୁସଂଯତ କାର୍ଯ୍ୟକଳାପ କାରଣରୁ ଶାନ୍ତି ଓ ସନ୍ତୋଷ ପାଇବେ। ସାମୟିକ କୈାଣସି ଜିନିଷର ଅଭାବଜନିତ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଶିଳ୍ପ, ପ୍ରକଳ୍ପ ପ୍ରଭୃତି ନୂଆ ଯୋଜନାର ପରିକଳ୍ପନା ଉପରେ ଗୁରୁତ୍ୱ ଦେବେ। ରେବତୀ ନକ୍ଷତ୍ରର ପ୍ରବାସୀ ବନ୍ଧୁ ନିଃସଙ୍ଗତା ବୋଧ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର,ଏପ୍ରିଲ୍‍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଲେ ମଧ୍ୟ ସାମୟିକ ଅସୁସ୍ଥତା ଅନୁଭବ କରିବେ। ଆଜି ଘରକାମ ହେଉ କିମ୍ବା କର୍ମକ୍ଷେତ୍ରର କାମ ହେଉ ପ୍ରତ୍ୟେକ...

ରାଶିଫଳ: ରବିବାର, ଏପ୍ରିଲ୍‍ ୧୩ ତାରିଖ – Daily Horoscope

ମେଷ ଆଜି ପରିବାରର ସୁବିଧା ଅସୁବିଧା ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ସୁଯୋଗ ହରାଇବା ସକାଶେ ବ୍ୟଥିତ ହେବେ। ଭ୍ରାତୃ...

ରାଶିଫଳ: ଶନିବାର, ଏପ୍ରିଲ୍‍ ୧୨ ତାରିଖ – Daily Horoscope

ମେଷ ଆଗାମୀ ନୂତନ ଯୋଜନାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଗାଡ଼ି, ମୋଟର, ପରିବହନ, ସଭାସମିତି, ସତ୍‍ସଙ୍ଗ କ୍ଷେତ୍ରରୁ ସଫଳତା ପାଇବେ। ସ୍ବାସ୍ଥ୍ୟ ଓ...

ରାଶିଫଳ: ଶୁକ୍ରବାର , ଏପ୍ରିଲ୍‍ ୧୧ ତାରିଖ – Daily Horoscope

ମେଷ ଆଜି ଷଷ୍ଠ ସ୍ଥାନରେ ଚନ୍ଦ୍ର ପାପଗ୍ରହ କେତୁ ଯୁକ୍ତ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୧୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା ଏବଂ ପାରିବାରିକ ସଦ୍ଭାବଜନିତ ମନ ଖୁସି ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୯ ତାରିଖ – Daily Horoscope

ମେଷ ପାରିବାରିକ କ୍ଷେତ୍ରରେ ମତାନ୍ତରଜନିତ ଅଶାନ୍ତ ପରିସ୍ଥିତିରୁ ଡିପ୍ରେସନ ଲାଗି ରହିବ। ଦୂରଦର୍ଶିତାବିହୀନ କାର୍ଯ୍ୟ ଓ ପୁରାତନ ରୋଗ ଯୋଗୁ ମାନସିକ ସୁସ୍ଥତା ହରାଇବେ। ବାଣିଜ୍ୟ,...

ରାଶିଫଳ: ମଙ୍ଗଳବାର , ଏପ୍ରିଲ୍‍ ୮ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁଙ୍କ ସହଯୋଗରେ ନୂଆ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା...

ରାଶିଫଳ: ସୋମବାର, ଏପ୍ରିଲ୍‍ ୭ ତାରିଖ – Daily Horoscope

ମେଷ ଆଜି କୌଣସି କାମ ଆରମ୍ଭ କଲେ ମଧ୍ୟ ତାହା ପ୍ରତିବନ୍ଧକ ମଧ୍ୟରେ ଅଟକି ଯାଇପାରେ। ଏକ ସାଧାରଣ ଘଟଣାରୁ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image