Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ। ପଡ଼ୋଶୀଙ୍କ ସହାନୁଭୂତିରୁ ପାରିବାରିକ ଜୀବନରେ ଟେନ୍‌ସନ ଟିକିଏ ମାତ୍ରରେ କମିଯିବ। ପ୍ରତ୍ୟେକ କାମରେ ସହଯୋଗ ଭିତ୍ତିରେ କାମକଲେ ଉପକାର ପାଇବେ। ଶିଳ୍ପ, ରପ୍ତାନି, ବାଣିଜ୍ୟ, ପରିବହନ, ପ୍ରଶାସନ ପ୍ରଭୃତିରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ବୃଷ
ବୃଷ
ସକାଳୁ ବନ୍ଧୁମିଳନରୁ ଉସତ୍ାହିତ ହେବେ ଏବଂ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ସ୍ତ୍ରୀଙ୍କ ଅମନଯୋଗୀ ଓ ଚିଡ଼ିଚିଡ଼ା ସ୍ବଭାବଜନିତ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଆପୋସ ଆଲୋଚନା ଦ୍ୱାରା ମାଲିମକଦ୍ଦମାର ସମାଧାନ ହୋଇଯାଇପାରେ। ସରକାରୀ ସହାୟତା ପାଇବେ।
ମିଥୁନ
ମିଥୁନ
କର୍ମ ପରିସର ବୃଦ୍ଧି ହେତୁ ଏକାଧିକ କାମରେ ଅନୁପ୍ରବେଶ କରିବାଜନିତ ବ୍ୟସ୍ତତା ବୃଦ୍ଧିପାଇବ। ମିଠା କଥା କହି ବନ୍ଧୁଙ୍କ ଦ୍ୱାରା କାମ ହାସଲରେ ସମର୍ଥ ହେବେ। ବ୍ୟବସାୟ, ପରିବହନ, ଶିଳ୍ପ ଓ ଏଜେନ୍ସିପ, ସାହିତ୍ୟ ତଥା ସାମ୍ବାଦିକତାରୁ ଖୁସି ରହିବେ। ସ୍ବାସ୍ଥ୍ୟ ସଚେତନତା ଅଭାବରୁ ପୁରାତନ ରୋଗପୀଡ଼ା ଅନୁଭବ ହୋଇପାରେ।
କର୍କଟ
କର୍କଟ
ଭାବପ୍ରବଣତାକୁ ଲଗାମଦେଇ ଚୁପ୍‌ଚାପ୍‌ ରହି ଆଗକୁ ବଢ଼ିଲେ ସବୁ ଠିକ୍‌ ହୋଇଯିବ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର ନ କଲେ ପରେ ଅନୁତାପ କରିବେ। ସ୍ତ୍ରୀଙ୍କ ସହଯୋଗରୁ ରଚନାମତ୍କ କାର୍ଯ୍ୟ, ଗବେଷଣା, ବାଣିଜ୍ୟ କ୍ଷେତ୍ରରେ ଉନ୍ନତି କରିବେ। ରାଜନୀତିରେ ଏବଂ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
ସି˚ହ
ସି˚ହ
ନିଜ ପରିସରରେ ସ୍ନେହ, ଶ୍ରଦ୍ଧା ପାଇ ଆମତ୍ତୃପ୍ତି ଲାଭ କରିବେ। ସହକର୍ମୀ କିମ୍ବା ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଟେନ୍‌ସନ କମିଯିବ ଏବଂ ସହଯୋଗ ଭିତ୍ତିରେ କାମକଲେ ଉପକାର ପାଇବେ।
କନ୍ୟା
ଦୂରଦର୍ଶିତା କାରଣରୁ କାର୍ଯ୍ୟ ହାସଲଜନିତ ମାନସିକ ସ୍ଥିତି ଭଲ ରହିବ। ଯେଉଁ ଜିନିଷଟିକୁ ପାଇବାକୁ ବହୁ ଦିନରୁ ଆଶା କରିଥିଲେ ତାହା ଆଜି ପାଇବେ। ବିତର୍କରେ ଅଂଶଗ୍ରହଣକରି ସାଧାରଣ ଘଟଣାରୁ ସୃଷ୍ଟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ରାଜନୀତି, ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
ଆଜି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। କର୍ମକ୍ଷେତ୍ରରେ ସ୍ଥାନାନ୍ତର ପରିପ୍ରେକ୍ଷୀରେ ଉଚ୍ଚକର୍ତ୍ତୃପକ୍ଷ ସହଯୋଗର ପ୍ରତିଶ୍ରୁତି ଦେବେ। ରଚନାମତ୍କ କାମ, କଳାସଂସ୍କୃତି, ମନୋରଞ୍ଜନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିପାରନ୍ତି।
ବିଛା
ବିଛା
ଅତୀତର ସ୍ମୃତି ରୋମନ୍ଥନକରି ଅବସାଦଗ୍ରସ୍ତ ହୋଇପାରନ୍ତି। ଅନ୍ୟ ମନସ୍କତା ପରିହାରକରି ଯାତ୍ରାକାଳୀନ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ। ସଭାସମିତିରେ ଯୋଗ ଦେଲେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଲାଭବାନ୍‌ ହେବେ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ।
ଧନୁ
ଧନୁ
ବିବାଦୀୟ ମନ୍ତବ୍ୟଜନିତ କିମ୍ବା ପରିବାରରେ ସାମାନ୍ୟ ଭୁଲ୍‌ରୁ କାମ ବିଶୃଙ୍ଖଳିତ ହୋଇପାରେ। ସାମାଜିକ କ୍ଷେତ୍ରରେ ନୀଚ ମନୋଭାବସମ୍ପନ୍ନ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବାଧ୍ୟ ହେବେ। ବନ୍ଧୁ ପରିଜନଙ୍କ ସହ ଦେବଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ନିଜର ଦକ୍ଷତା ଓ ସହଯୋଗୀ ମନୋବୃତ୍ତି କାରଣରୁ କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ଆଜି ପରିବାରରେ କେତେକ ବ୍ୟତିକ୍ରମ କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ବାତବ୍ୟାଧି ଜନିତ ରୋଗରେ କଷ୍ଟ ପାଇପାରନ୍ତି।
କୁମ୍ଭ
କୁମ୍ଭ
ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ତିକ୍ତତା ଯୋଗୁ ମନ ଭଲ ରହିବ ନାହିଁ। ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବ। ବ୍ୟକ୍ତିଗତ ଅସୁବିଧା ନିରାକରଣ ଦିଗରେ ଆମତ୍ୀୟସ୍ବଜନ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ଆର୍ଥିକ ଅନଟନ ଲାଗିରହିବା କାରଣରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଯିବ।
ମୀନମୀନ

ବିଶିଷ୍ଟ ବ୍ୟକ୍ତିଙ୍କ ଆମନ୍ତ୍ରଣ ରକ୍ଷାକରି ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ। ବନ୍ଧୁମାନେ ନିର୍ଦ୍ଦିଷ୍ଟ ସମୟରେ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି, ଯାହାକି ମାନସିକ ବ୍ୟସ୍ତତାର କାରଣ ହୋଇପାରେ। ପରିବାରରେ ସ୍ତ୍ରୀଙ୍କ ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି। ସହକର୍ମୀଙ୍କ ବଦାନ୍ୟତାରୁ ଆର୍ଥିକ ସ୍ଥିତି କେତେକାଂଶରେ ବଦଳିଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ୍‍ ୨୭ ତାରିଖ – Daily Horoscope

ମେଷ ଆଜି ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେବାରେ ଅସୁବିଧା ହେବ ନାହିଁ। ଦ୍ୱାଦଶସ୍ଥ ଗ୍ରହ ପ୍ରଭାବରେ ଦୀର୍ଘପଥ ଭ୍ରମଣଜନିତ ଅସୁସ୍ଥତା ଅନୁଭବ...

ରାଶିଫଳ: ଶନିବାର, ଏପ୍ରିଲ୍‍ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ସହ ମଙ୍ଗଳଙ୍କ ଦୁର୍ବଳଜନିତ ଦୈହିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ବନ୍ଧୁଙ୍କ ଆଦର, ସ୍ନେହ ଏବଂ ସଦିଚ୍ଛା ସବୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‍ ୨୫ ତାରିଖ – Daily Horoscope

ମେଷ ଆଜି ପରିବାର ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଦ୍ୱିଜା ନକ୍ଷତ୍ରର ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ପାଇବା...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୨୪ ତାରିଖ – Daily Horoscope

ମେଷ ଆଜି ଏକାଦଶ ଚନ୍ଦ୍ର ଯୋଗୁ ଗତକାଲିର ସ୍ଥିତି ବଦଳି ଯାଇଥିବାରୁ ମନ ହାଲୁକା ରହିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଶ୍ରମ ସ୍ବୀକାର...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ମନରେ ଭୟ ସୃଷ୍ଟି ହେବା ସହ ଆଶଙ୍କା କରି ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ କାମଗୁଡ଼ିକ...

ରାଶିଫଳ: ମଙ୍ଗଳବାର, ଏପ୍ରିଲ୍‍ ୨୨ ତାରିଖ – Daily Horoscope

ମେଷ ଆଜି ବହୁଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବା ସୂଚନା ରହିଛି। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ ମନ...

ରାଶିଫଳ: ସୋମବାର, ଏପ୍ରିଲ୍‍ ୨୧ ତାରିଖ – Daily Horoscope

ମେଷ ଆଜି ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମ୍ମାନିତ ହେବେ। ଆପଣ ସମୟୋଚିତ ପଦକ୍ଷେପ ନେଇପାରିଲେ ହିଁ କୃତକାର୍ଯ୍ୟ ହେବା ସମ୍ଭାବନା ରହିବ। ସ୍ଥଗିତ କାମ ସକାଶେ...

ରାଶିଫଳ: ରବିବାର, ଏପ୍ରିଲ୍‍ ୨୦ ତାରିଖ – Daily Horoscope

ମେଷ ଆପଣ ଯାହା ଆଶା କରିଛନ୍ତି ଆଜି ତାହା ସୁବିଧାରେ ପାଇଯିବେ । ଅଶ୍ୱିନୀ ନକ୍ଷତ୍ର ସକାଶେ ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ସମସ୍ୟାଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image