Posted inRasifala

ରାଶିଫଳ: ସୋମବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ
ଆଜି ରାଶ୍ୟାଧିପ ଶନିଙ୍କ ସହ ଅବସ୍ଥାନ କରିଥିବାରୁ ନିଜର ତଥା ସନ୍ତାନଙ୍କ ସ୍ବାସ୍ଥ୍ୟ ସକାଶେ ପ୍ରତିକୂଳ ପ୍ରଭାବ ପଡିପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥା ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ ଏବଂ ରାଜନୀତି, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ଚନ୍ଦ୍ର ଅଷ୍ଟମ ସ୍ଥାନସ୍ଥ ଯୋଗୁ ଭାଇ, ବନ୍ଧୁ, କୁଟୁମ୍ବ ତଥା ପଡୋଶୀଙ୍କ ସହ ମତପାର୍ଥକ୍ୟ ସୃଷ୍ଟି ହୋଇପାରେ। ଘର, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ମାଲିମକଦ୍ଦମା, ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ମିଥୁନ
ମିଥୁନ
ଏକାଦଶସ୍ଥ ବୁଧ ଲାଭାଧିପତିଙ୍କ ସଂଯୋଗରେ ଥିବାରୁ ଠିକ୍‌ ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ। ରାଶ୍ୟାଧିପତି ଓ ସପ୍ତମାଧିପତି ଏକତ୍ର ଅବସ୍ଥାନ କରୁଥିବାରୁ ବିବାଦୀୟ ସ୍ଥିତିରେ ସମାଧାନର ଆଶା ରହିଛି। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଘରେ ବନ୍ଧୁଙ୍କ ଭିଡ଼ ଜମିବ। କର୍ମ କ୍ଷେତ୍ରର ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ସମ୍ଭାବନା ରହିଛି।
କର୍କଟ
କର୍କଟ
ଷଷ୍ଠସ୍ଥ ଚନ୍ଦ୍ର ଗୁରୁ ଦୃଷ୍ଟସ୍ଥ ଯୋଗୁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ କଟିବ। ପରିବାରରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ନରମି ରହି ପାରିଲେ ହିଁ ସୁଫଳ ପାଇବେ। କର୍ମକ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ଆଜି କୌଣସି ନୂତନ ସ୍ଥାନକୁ ଯିବା ପାଇଁ ସଜବାଜ ହୋଇପାରନ୍ତି।
ସି˚ହ
ସି˚ହ
ଉଚ୍ଚାରୋହୀ ରବି ପାପଗ୍ରହ ରାହୁଙ୍କ ସହ କର୍ମକ୍ଷେତ୍ରକୁ ବିବାଦୀୟ କରିପାରନ୍ତି। କେତୁଙ୍କ କୁପ୍ରଭାବରୁ ଅର୍ଥସମ୍ପର୍କକୁ କେନ୍ଦ୍ରକରି କଳହର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ହେବେ। ବନ୍ଧୁଙ୍କ ସହ ଆଲୋଚନାକ୍ରମେ ମାଙ୍ଗଳିକ ଉସତ୍ବ ନିମନ୍ତେ ପ୍ରସ୍ତୁତି କରିବେ।
କନ୍ୟା
ମୁଖଭାବକୁ ବୁଧଙ୍କ ଦୃଷ୍ଟିଥିବାରୁ ଆପଣଙ୍କ କଠୋର ଭାଷା ଓ ବ୍ୟବହାର, ପାରିବାରିକ କ୍ଷେତ୍ରକୁ ସମସ୍ୟା ବହୁଳ କରି ଦେଇପାରେ। ଶନିଙ୍କ ପ୍ରଭାବରେ ଆଇନର ସହାୟତା ପାଇବେ ଓ ମାଲିମକଦ୍ଦମାର ରାୟ ସପକ୍ଷରେ ଯାଇପାରେ। ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ସୂଚନା ରହିଛି।
ତୁଳା
ତୁଳା
କର୍ମାଧିପ ଧନଭାବସ୍ଥ ଯୋଗୁ ବୈଷୟିକ ଅଭିବୃଦ୍ଧିଜନିତ ଖୁସି ଅନୁଭବ କରିବେ। ବନ୍ଧୁଙ୍କ ବ୍ୟବହାରକୁ ନେଇ ମନରେ କ୍ରୋଧ ଜାଗ୍ରତ ହେଲେ ମଧ୍ୟ ମୁହଁରେ କିଛି କହି ପାରିବେ ନାହିଁ। ଖଳଲୋକଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ସମ୍ପର୍କୀୟଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
ପାରିବାରିକସ୍ଥିତି ଅଶାନ୍ତ ରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ଆପଣଙ୍କ ମଧୁର ବ୍ୟବହାରରେ ପରିବର୍ତ୍ତନ ହେବନାହିଁ। ଆଜି ଆପଣଙ୍କ ପ୍ରତ୍ୟେକ ପରିସ୍ଥିତି ସୁଧୁରି ଯିବ, ଯାହାର ଝଲକ ଆଜିହିଁ ପାଇଯିବେ। ଲେଖାପଢାରୁ, କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଗୃହସୀମାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ।
ଧନୁ
ଧନୁ
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ପ୍ରଭାବରେ ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। କୋଣଭାବସ୍ଥ ଗୁରୁଙ୍କ ଯୋଗୁ ଆପଣଙ୍କ କୃତି ଓ କୃତିତ୍ୱ ଲୋକ ପ୍ରିୟତାକୁ ବୃଦ୍ଧି କରିବ। କେତେକ ନୂତନ କାମର ପରିକଳ୍ପନା ସାଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରି ପାରନ୍ତି। ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ମକର
ମକର
ଦ୍ୱିତୀୟସ୍ଥ ଶନି ସହ ମଙ୍ଗଳଙ୍କ ସ୍ଥିତି ହେତୁ ଆପଣଙ୍କ ରୋକ୍‌ଠୋକ୍‌ କଥା ପରିବାର ସଦସ୍ୟଙ୍କୁ ଆଘାତ ଦେବ। ଗୁରୁଙ୍କ କୃପାରୁ ବନ୍ଧୁଙ୍କ ସହ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ସମ୍ଭାବନା ରହିଛି। ଶୁକ୍ରଯୁକ୍ତ ରାହୁଙ୍କ ଯୋଗୁ କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ଯାତ୍ରା, ବାଣିଜ୍ୟ କ୍ଷେତ୍ରରେ ବିଶେଷ ଉନ୍ନତି କରିବେ।
କୁମ୍ଭ
କୁମ୍ଭ
ସ୍ବରାଶିସ୍ଥ ଶନି ଚତୁର୍ଥାଧିପ ଯୁକ୍ତ ହେତୁ ଯାନବାହନ, ଜମିଜମା, ଗୃହନିର୍ମାଣ କିମ୍ବା ଯାନ୍ତ୍ରିକ ଜିନିଷ କ୍ରୟ ପାଇଁ ମନ ବଳାଇପାରନ୍ତି। ପିଲାମାନଙ୍କ ସମସ୍ୟା ମନକୁ ବିଚଳିତ କରିବ। ଶ୍ରବଣା ନକ୍ଷତ୍ରର କାମ ହାସଲ ନ ହେବା କାରଣରୁ ବନ୍ଧୁଙ୍କୁ ଦାୟୀ କରିପାରନ୍ତି। ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟା କ୍ରମଶଃ ଜଟିଳ ହୋଇପାରେ।
ମୀନମୀନ

ରବି ଓ ରାହୁଙ୍କ ପ୍ରଭାବରେ ରାଜନୈତିକ ସ୍ତରରେ ଆପଣଙ୍କ ପ୍ରଭାବ ପ୍ରଣିଧାନଯୋଗ୍ୟ ହୋଇପାରେ। ଶନି ଦୃଷ୍ଟ ଗୁରୁଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଆଜି କଥା ଓ କାମରେ ସମସ୍ତଙ୍କୁ ଖୁସି କରାଇବାରେ ସମର୍ଥ ହେବେ। ପରିବାରରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟିର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ କେତୁଯୁକ୍ତ ଚନ୍ଦ୍ରଙ୍କ ପ୍ରଭାବରେ ସ୍ବାସ୍ଥ୍ୟହାନି ସାଙ୍ଗକୁ ପ୍ରତ୍ୟେକ କାମରେ ସମସ୍ୟାର ସମ୍ମୁଖୀନ ହେବେ। ସାମାଜିକ, ପାରିବାରିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତା ହେତୁ ସଫଳତା...

ରାଶିଫଳ: ଶନିବାର, ଅକ୍ଟୋବର ୨୬ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ପୂର୍ବର ସମସ୍ୟା ସୁଧୁରି ଯିବାରୁ ଆଶ୍ୱସ୍ତି ଅନୁଭବ କରିବେ। ଗତକାଲିର ଯୋଜନା ମୁତାବକ କାମରେ ସଫଳତା ଯୋଗୁ ଟେନସନ୍‌ କମିଯିବ।...

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୨୫ ତାରିଖ – Daily Horoscope

ମେଷ ଆଜି ରାହୁ ଦୃଷ୍ଟ ଚନ୍ଦ୍ରଙ୍କ ହେତୁ ଅସ୍ଥିରତାଜନିତ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଆର୍ଥିକ ସମସ୍ୟା ସୁଧୁରିଯିବ ଓ ଆଶା କରିଥିବା...

ରାଶିଫଳ: ଗୁରୁବାର, ଅକ୍ଟୋବର ୨୪ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଆପଣଙ୍କ ଅଭିଳାଷ ପୂର୍ଣ୍ଣତା ଲାଭ କରିବ। କାର୍ଯ୍ୟସିଦ୍ଧି ଘଟିବା ସହ ହସଖୁସିରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ...

ରାଶିଫଳ: ବୁଧବାର, ଅକ୍ଟୋବର ୨୩ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରରେ ନୀଚସ୍ଥ ମଙ୍ଗଳ ପାରିବାରିକ ଖର୍ଚ୍ଚ ବଢ଼ାଇବା ସହ ସ୍ବାସ୍ଥ୍ୟସମସ୍ୟା ସୃଷ୍ଟି କରିବ। ବନ୍ଧୁଙ୍କ ସହ ଆଲୋଚନା ମାନସିକ ଆଶ୍ୱସ୍ତି ପ୍ରଦାନ...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୨ ତାରିଖ – Daily Horoscope

ମେଷ ଭୁଲ୍‌ ବୁଝାମଣାରୁ ଆଜି ପାରିବାରିକ ସ୍ଥିରତା ରହିବ ନାହିଁ। ଦ୍ୱିଜା ନକ୍ଷତ୍ରର କିନ୍ତୁ ମନରେ ପ୍ରଫୁଲ୍ଲତା ଭରି ରହିବା ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିର ଚାପ...

ରାଶିଫଳ: ସୋମବାର, ଅକ୍ଟୋବର ୨୧ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଆପଣଙ୍କୁ ଭାବୁକ ବନାଇ ଦେଇପାରନ୍ତି। ଭୋଗ, ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶର ସୁଯୋଗ ପାଇବେ। କିନ୍ତୁ ମଙ୍ଗଳଙ୍କ...

ରାଶିଫଳ: ରବିବାର, ଅକ୍ଟୋବର ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ମାଧ୍ୟମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅଫିସ୍‌ କାମରେ କେତେକ ଉପରିସ୍ଥଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି। କୌଣସି ଆତ୍ମୀୟ ବ୍ୟକ୍ତିଙ୍କଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri