Posted inRasifala

ରାଶିଫଳ: ବୁଧବାର, ମେ ୧୫ ତାରିଖ – Daily Horoscope

ମେଷ
ଆଜି ସବୁ ଭଲ ହେଲେ ମଧ୍ୟ ସ୍ପଷ୍ଟବାଦିତା ଯୋଗୁ ଅନ୍ୟମାନଙ୍କ ଚକ୍ଷୁଶୂଳ ହେବେ। ବାଣିଜ୍ୟ, ଯୋଗାଯୋଗ, ବନ୍ଧୁଙ୍କୁ ପ୍ରତୀକ୍ଷା ଏବଂ କାର୍ଯ୍ୟାରମ୍ଭ କ୍ଷେତ୍ରରେ ବ୍ୟତିକ୍ରମର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ପରାମର୍ଶ କାମକୁ ଆସିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍‌ କରିପାରନ୍ତି।
ବୃଷ
ବୃଷ
ଆଜି ଅନ୍ୟକୁ ଆଙ୍ଗୁଠି ଦେଖାଇ ବହୁତ କିଛି କହିବା ଫଳରେ ମିତ୍ରମାନେ ଶତ୍ରୁ ପାଲଟିଯିବେ। କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। କେତେକ ଅବାଞ୍ଛିତ କାରଣରୁ ନିର୍ମାଣମୂଳକ କାର୍ଯ୍ୟର ଗତି ମନ୍ଥର ହେବ। ପଡ଼ୋଶୀଙ୍କ ଘରୋଇ କଳହକୁ ନେଇ ଆପଣ ଶାନ୍ତିରେ ଜମା ଶୋଇପାରିବେ ନାହିଁ।
ମିଥୁନ
ମିଥୁନ
ଆପଣଙ୍କ ଦୂରଦର୍ଶିତା ଓ ଅନୁମାନର ବାସ୍ତବତାକୁ ହୃଦୟଙ୍ଗମ କରି ବନ୍ଧୁମାନେ ପ୍ରଶଂସା କରିପାରନ୍ତି। ଆର୍ଥିକ ସମସ୍ୟା ସୁଧାରିବା ସକାଶେ ବିଭିନ୍ନ ଯୋଜନା କରି ସଫଳତା ପାଇବେ। ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ। ବ୍ୟବସାୟିକ ସଫଳତା ମିଳିବ। କର୍ମକ୍ଷେତ୍ରରେ ଫାଇଲ କାମ ବଢ଼ିଯାଇ ପାରେ।
କର୍କଟ
କର୍କଟ
ପୁରୁଣା ସମ୍ପର୍କକୁ କେନ୍ଦ୍ରକରି ପରିବାରରେ ଟେନ୍ସନ ଯୋଗୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବନି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ପ୍ରିୟବନ୍ଧୁଟି ମନୋଭାବ ବଦଳାଇ ବିରୁଦ୍ଧାଚରଣ କରିବ। ପଡ଼ୋଶୀଙ୍କ ସାହାଯ୍ୟ ଓ ପାରିବାରିକ ବନ୍ଧୁ ମିଳନରୁ ଉତ୍ସାହିତ ରହିବେ। ଗୁପ୍ତ ଶତ୍ରୁଙ୍କ ସକ୍ରିୟତା ବୃଦ୍ଧି ପାଇବା ହେତୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ବିଧେୟ।
ସି˚ହ
ସି˚ହ
ଅନ୍ୟଦ୍ୱାରା ପରିଚାଳିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇ ପରକ୍ଷଣରେ ଅନୁତାପ କରିବେ। ସକାଳୁ ବହୁ ଆଶା କରି ବନ୍ଧୁଙ୍କ ନିକଟକୁ ଯିବେ କିନ୍ତୁ ଶୂନ୍ୟ ହସ୍ତରେ ଫେରିବାକୁ ପଡ଼ିବ। ଗଣ୍ଡଗୋଳିଆ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ ଦ୍ୱାରା କାର୍ଯ୍ୟ ସାଧନ କରିବେ। ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ନିକଟରୁ ସହଯୋଗ ମିଳିବ।
କନ୍ୟା
ବନ୍ଧୁଗହଣରେ ବାକ୍‌ଅସଂଯମତାଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ନ ରହିଲେ ଅସୁବିଧାରେ ପଡ଼ିପାରନ୍ତି। ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଆଶା କରୁଥିବା ଦିଗରୁ ସାହାଯ୍ୟ ଲାଭକରି ଉତ୍ସାହିତ ହେବେ। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ।
ତୁଳା
ତୁଳା
ଆଜି ଏକାଧିକ କାମ ହାତକୁ ନେଇଥିବାରୁ ଏହାକୁ ସମ୍ପନ୍ନ କରିବା କଷ୍ଟକର ହୋଇପାରେ। ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ଅଫିସ୍‌ରୁ ଘରକୁ ଫେରିବା ସମୟରେ ମୂଲ୍ୟବାନ ଦ୍ରବ୍ୟ ଆଣି ପାରନ୍ତି।
ବିଛା
ବିଛା
କୌଶଳ ପ୍ରୟୋଗକରି ପରିସ୍ଥିତିକୁ ସୁଧାରି ନେବେ ଏବଂ କାମ ହାସଲ କରିବେ। ଛୋଟଛୋଟ କଥାରେ ଅନ୍ୟ ଉପରେ ଦୋଷ ଲଦି ସମାଲୋଚିତ ହେବାର ପରିସ୍ଥିତି ଉପୁଜିପାରେ। ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ପ୍ରାୟତଃ ଭଲ ରହିବ।
ଧନୁ
ଧନୁ
ଆପଣଙ୍କ ସୁସ୍ଥ ଚିନ୍ତାଧାରାର ଦୃଢ଼ ନିଷ୍ପତ୍ତିକୁ ବିଭିନ୍ନ ସ୍ଥାନରୁ ସମର୍ଥନ ମିଳିବ। ଅଭିଳଷିତ କାମ ହାସଲରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ବନ୍ଧୁମାନେ ଭଲକୁ ଭଲ ରୂପେ ବିବେଚନା ନ କରି ଭିନ୍ନ ଦୃଷ୍ଟି କୋଣରୁ ବୁଝିବେ। ସାମାଜିକ କ୍ଷେତ୍ରରେ ପ୍ରତ୍ୟେକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ମକର
ମକର
କର୍ମକ୍ଷେତ୍ରର ସମସ୍ୟା ଶିଥିଳତା ପଡ଼ିଯିବା କାରଣରୁ ମନରେ ଉସତ୍ାହ ବୃଦ୍ଧି ପାଇବ। ଅତୀତ ଘଟଣାକୁ ନେଇ ହଠାତ୍‌ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ। ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ସାମାଜିକ ସ୍ତରରେ ଉନ୍ନତିମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଆଜି କାମ ହାସଲ ସକାଶେ ବିଶେଷ ଖର୍ଚ୍ଚାନ୍ତ ହେବେ ସିନା କୌଣସି କାମ ଅଟକିବ ନାହିଁ। ଅଫିସ୍‌ କାମରେ କୌଣସି ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବ। ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୁତ୍ରକନ୍ୟା ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ।
ମୀନମୀନ

ପରିସ୍ଥିତି ପ୍ରତି ଯନତ୍ବାନ ହୋଇ କାମ କରି ଚାଲିଲେ କୌଣସି ଅସୁବିଧା ରହିବ ନାହିଁ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆଗାମୀ କୌଣସି କାମ ସକାଶେ ପରିବାର ସହ ଆଲୋଚନା କଲେ ଭଲ ହେବ। ଯାହାକୁ ଅତି ନିଜର ବୋଲି ବିଶ୍ୱାସ କରୁଛନ୍ତି ସେହି ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri