Posted inRasifala

ରାଶିଫଳ: ରବିବାର, ଜାନୁଆରୀ ୩୧ ତାରିଖ – Daily Horoscope

ମେଷ
ଆଜି ନିକଟ ସମ୍ପର୍କୀୟଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିବ। ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବ୍ୟବସାୟ ଓ ବାଣିଜ୍ୟ ଏବଂ ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ବୃଷ
ବୃଷ
ସ୍ବାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ଘରୋଇ ଝମେଲା କାରଣରୁ ମନ ଭଲ ରହିବ ନାହିଁ। ବ୍ୟବସାୟ, ପରିବହନ, ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ବନ୍ଧୁଙ୍କ ସହଯୋଗୀ ମନୋଭାବ ପ୍ରତି ସ୍ନେହ, ଶ୍ରଦ୍ଧା ଓ ପ୍ରେମାନୁରାଗୀ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ମିଥୁନ
ମିଥୁନ
ବହୁତ ଦିନ ହେଲା ଅଟକି ରହିଥିବା କାମ ସୁବିଧାରେ ହୋଇଯିବ। ପୁନର୍ବସୁ ନକ୍ଷତ୍ରର ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନ ବଳାଇ କର୍ମମୁଖର ହେବେ।
କର୍କଟ
କର୍କଟ
ଆପଣ ପରିସ୍ଥିତିକୁ ଯେତେ ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ବାଣିଜ୍ୟ, ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇ କାମ ସ୍ଥଗିତ ରହିଯାଇପାରେ। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବାର ସମ୍ଭାବନା ରହିଛି। ଅଫିସରେ ବାଧ୍ୟ ବାଧକତାରେ କେତେକ କାମ କରିବାକୁ ପଡିବ।
ସି˚ହ
ସି˚ହ
ସ୍ବାସ୍ଥ୍ୟ କ୍ରମଶଃ ଅବନ୍ନତି କରିପାରେ, ଏଣୁ ସାବଧାନତା ଅବଲମ୍ବନ କରିବା ଭଲ। ପାରିବାରିକ ପରିସ୍ଥିତି ଭଲ ନ ହେଲେ ମଧ୍ୟ ମନ୍ଦ ହେବନି। ବାରମ୍ବାର ଚେଷ୍ଟା କଲେ ବନ୍ଧୁଙ୍କ ନିକଟରୁ କିଛି ପାଇବେ। କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ମନ ବଳାଇବେ। ଖଳ ଲୋକଙ୍କ କଥାରେ ପଡି ଭୁଲ ମାର୍ଗ ଅନୁସରଣ କରି ହଇରାଣ ହେବେ। ହଠାତ୍‌ ଜଣେ ସହକର୍ମୀଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। କାମରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ।
ତୁଳା
ତୁଳା
ସାମାଜିକ କ୍ଷେତ୍ରରେ ବିଭିନ୍ନ କଥା କହିବା କାରଣରୁ ବିବାଦ ବଢ଼ିପାରେ। କୌଣସି ବନ୍ଧୁଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ବ୍ୟଥିତ କରିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ଦୀର୍ଘଦିନର ଅଭିଳାଷ ପୂରଣ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ। ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ଉଦାସ ରହିବେ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ ସମାଲୋଚିତ ହେବେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ବନ୍ଧୁଙ୍କୁ ଅନୁନୟ ବିନୟ ପୂର୍ବକ ପ୍ରିୟ କଥା କହି ଭୁଲ୍‌ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ଦୋଷଯୁକ୍ତ ମନ୍ତବ୍ୟ ଦେଇ ସମସ୍ୟାକୁ ବଢାଇଦେଇ ପାରନ୍ତି।
ମକର
ମକର
ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି ଯୋଗୁ ମନରେ ସରସତା ରହିବ ନାହିଁ। ସତର୍କତାର ସହ କାମ ନ କଲେ କଳହର ସମ୍ମୁଖୀନ ହୋଇ ପାରନ୍ତି। ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବ ଓ ପରିବାରରେ ଶାନ୍ତି ଫେରି ଆସିବ। ରପ୍ତାନି, ନିର୍ମାଣ,ପରିବହନ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ଅପରାହ୍ନରେ ତାହା ସୁବିଧାରେ ପାଇଯିବେ। ହଠାତ୍‌ ଜଣେ ବନ୍ଧୁ ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ।
ମୀନମୀନ
ଯେତେ ଚେଷ୍ଟା କଲେ ମଧ୍ୟ ଆଜି ଅଟକିଥିବା କାମ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର। କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଖର୍ଚ୍ଚ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୧୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ, ପରିବାର, ଯାନ ବାହନ, ଜମିଜମା ଓ କଳହ ପ୍ରତି ସତର୍କ ରହିବା ଭଲ। ଶିକ୍ଷା, ସନ୍ତାନ, ପ୍ରେମ ସମ୍ପର୍କ, ଆଲୋଚନା କ୍ଷେତ୍ର,...

ରାଶିଫଳ: ଗୁରୁବାର, ଅକ୍ଟୋବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ସକାଶେ ଯାତ୍ରା, ବନ୍ଧୁମିଳନ ଓ ମନୋରଞ୍ଜନ ପାଇଁ ଭଲ; କିନ୍ତୁ ଖର୍ଚ୍ଚର ସୀମା ଟପିଯିବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ...

ରାଶିଫଳ: ବୁଧବାର, ଅକ୍ଟୋବର ୧୬ ତାରିଖ – Daily Horoscope

ମେଷ ଆଜିର ରାହୁଯୁକ୍ତ ଦ୍ୱାଦଶ ଚନ୍ଦ୍ର ଆପଣଙ୍କ ମନରେ ଅସ୍ଥିରତା ସୃଷ୍ଟି କରିବ। ଋଣ ପରିଶୋଧ, ଔଷଧ କିଣା, ଶତ୍ରୁକୃତ ସମସ୍ୟା ସମାଧାନ ସକାଶେ ଖର୍ଚ୍ଚାନ୍ତ...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୧୫ ତାରିଖ – Daily Horoscope

ମେଷ ଆଜି ଆପଣ କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିିବେ। ବନ୍ଧୁମାନଙ୍କ ସାହାଯ୍ୟରୁ ଜମିଜମା ବିବାଦରେ, ପରିବହନର ଝଗଡ଼ାରେ ସମାଧାନ ହୋଇପାରିବ। ବିଭିନ୍ନ...

ରାଶିଫଳ: ସୋମବାର, ଅକ୍ଟୋବର ୧୪ ତାରିଖ – Daily Horoscope

ମେଷ ଆଜି ଘରର କେତେକ ଅକୁହା କଥାକୁ ଚିନ୍ତାକରି ମନରେ ଆଲୋଡ଼ନ ସୃଷ୍ଟି ହେବ। ପରୋକ୍ଷ ଶତ୍ରୁତାଜନିତ ଭୟ ଓ ଆଶଙ୍କାରେ ବିବ୍ରତ ରହିବେ। ପରିସ୍ଥିତିର...

ରାଶିଫଳ: ରବିବାର, ଅକ୍ଟୋବର ୧୩ ତାରିଖ – Daily Horoscope

ମେଷ ଆଜି ବାଧକାଧିପ ରାଶିକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ ଆଗକୁ ଗୋଡ ବଢାନ୍ତୁ। ଅଫିସ୍‌ ରେ କୈାଣସି ଖବର ପାଇ ସାମୟିକ ଭାବରେ...

ରାଶିଫଳ: ଶନିବାର , ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ଦୂରଯାତ୍ରା କରିପାରନ୍ତି। ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହେବେ। ପରିବାର, ଯାନବାହନ, ପରିବହନ ଏବଂ...

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜି ନବମ ଚନ୍ଦ୍ର ଯୋଗୁ ପ୍ରତ୍ୟେକ ଦିଗରୁ ମନ ଖୁସି ରହିବ ଏବଂ ଧର୍ମକାର୍ଯ୍ୟ କରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri