Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୫ ତାରିଖ – Daily Horoscope

ମେଷ
ଚନ୍ଦ୍ର ପୁଷ୍ୟା ନକ୍ଷତ୍ରସ୍ଥ ହେତୁ ଆଜି ପରିବାରରେ ଏବଂ କର୍ମକ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟ ତ୍ୱରାନ୍ବିତ ହେବ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଜିନିଷ କିଣା ବିକା ପାଇଁ ଦିନଟି ଭଲ। ପଡ଼ୋଶୀ, ସହକର୍ମୀ, ଭାଇଭଉଣୀଙ୍କ ସହ ସୁସମ୍ପର୍କ ଅକ୍ଷୁଣ୍ଣ ରହିବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ବୃଷ
ବୃଷ
କର୍ମଭାବସ୍ଥ ବକ୍ରୀ ଶନିଙ୍କ ପ୍ରଭାବରୁ ଅଫିସ୍‌କୁ ଯିବା ବାଟରେ ଅଜଣା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇ ପାରନ୍ତି। ଆଲୋଚନା ପରିସରରେ କୈାଣସି ନୂଆ କାମର ପ୍ରସ୍ତାବକୁ ଅନ୍ୟମାନେ ସମର୍ଥନ ଜଣାଇବେ। ସାମ୍ବାଦିକତା ଓ ରାଜନୀତି ପାଇଁ ଦିନଟି ଭଲ। ଆର୍ଥିକ ସ୍ଥିତି ପୂର୍ବପରି ରହିବା ସାଙ୍ଗକୁ ବନ୍ଧୁ ମିଳନଜନିତ ଆମୋଦିତ ହେବେ।
ମିଥୁନ
ମିଥୁନ
ରାହୁ ଦୃଷ୍ଟ ଚନ୍ଦ୍ରଜନିତ ପରିବାରରେ ବ୍ୟତିକ୍ରମ ଲାଗି ରହିବାରୁ ସବୁକିଛି ବିଗିଡି ଯିବ। ଖୋଜୁଥିବା ଜିନିଷ ଏବଂ ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ଚାହିଁ ନିରାଶ ହେବେ। ସହକର୍ମୀଙ୍କ ସହୃଦୟତାରୁ କାମରେ ସଫଳତା ପାଇବେ। ବ୍ୟବସାୟ କିମ୍ବା ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣକୁ ନେଇ ଅଶାନ୍ତି ଲାଗିରହିବ।
କର୍କଟ
କର୍କଟ
ନିଜ ରାଶିରେ ଚନ୍ଦ୍ର ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ। କିନ୍ତୁ ଅଷ୍ଟମାଧିପତିଙ୍କ ସଂଯୋଗ ହେତୁ ଅଶ୍ଳେଷା ନକ୍ଷତ୍ର ସମସ୍ୟାଗ୍ରସ୍ତ ହୋଇପାରନ୍ତି। ଅର୍ଥର ଅଭାବ ନ ଥିଲେ ମଧ୍ୟ ହାତ ଖୋଲା କରି ଖର୍ଚ୍ଚ କରିପାରିବେ ନାହିଁ। କର୍ମକ୍ଷେତ୍ରରେ କୌଣସି ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ।
ସି˚ହ
ସି˚ହ
ବୁଧ ସହ ଶୁକ୍ର ସଂଯୋଗ ହେତୁ ନିରପେକ୍ଷତା ଅବଲମ୍ବନ ନ କଲେ ସମାଲୋଚିତ ହେବେ। ଦ୍ୱାଦଶସ୍ଥ ରବିଙ୍କ ଯୋଗୁ ଦେହ ଭଲ ରହିବ ମାତ୍ର ଦୁର୍ବଳତାଜନିତ କ୍ଳାନ୍ତିବୋଧ କରିବେ। ଅଧିକାଂଶ ସମୟ ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିପାରନ୍ତି। ପରିବାରରେ ପରସ୍ପରକୁ ଦୋଷ ଦେଇ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି।
କନ୍ୟା
ଅଷ୍ଟମାଧିପତି ଯୁକ୍ତ ବୃହସ୍ପତି ହେତୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସାମ୍ନା କରିବା ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରତିରୋଧ ଲାଗି କେତେକ କାମ ଅଟକିଯିବାରୁ ଟେନସନ୍‌ ଲାଗିରହିବ। ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ ଓ ବନ୍ଧୁଙ୍କ ସହ ଆଲୋଚନା ପାଇଁ ଦିନଟି ଭଲ। ଚିତ୍ରା ନକ୍ଷତ୍ର ଅର୍ଥ ସଙ୍କଟ ଯୋଗୁ କାମ ପୂର୍ଣ୍ଣାଙ୍ଗ ହେବ ନାହିଁ।
ତୁଳା
ତୁଳା
ସ୍ବଗୃହୀ ଶନିଙ୍କ ଯୋଗୁ ସମସ୍ୟା ଆସିଲେ ମଧ୍ୟ ଦୃଢ଼ ମନୋବଳ ନେଇ କାମ କରି ସଫଳତା ହାସଲ କରିବେ। ସମସ୍ତଙ୍କ ମନଧରି ଚଳିଲେ ମଧ୍ୟ ପରିବାରରେ ପ୍ରଶଂସା ସୂଚକ ପଦୁଟିଏ ଶୁଣିବାକୁ ମିଳିବ ନାହିଁ। ବ୍ୟବସାୟରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇରହିବ। ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି।
ବିଛା
ବିଛା
ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ ହେବ, କିନ୍ତୁ ଏଥିପାଇଁ ତକଲିପି ଭୋଗିବାକୁ ପଡ଼ିବ। ଭାଗ୍ୟସ୍ଥାନରେ କର୍ମାଧିପ ଥିବାରୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେବେ। ପ୍ରଶାସନ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଲାଗିରହିଥିଲେ ମଧ୍ୟ ବିଶେଷ ଖରାପ ହେବନାହିଁ।
ଧନୁ
ଧନୁ
ଚତୁର୍ଥ କେନ୍ଦ୍ରରେ ରାହୁ ପାରିବାରିକ ଜୀବନରେ ବିଭିନ୍ନ ଅଶାନ୍ତିକର ପରିସ୍ଥିତି ସୃଷ୍ଟି କରିବ। ଅବଶ୍ୟ ଉତ୍ତରାଷାଢ଼ା ପରିବାରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। କେତେକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିପାରେ।
ମକର
ମକର
ମୁଖଭାବରେ ଶନି ଆପଣଙ୍କୁ ପରିସ୍ଥିତି ଅନୁସାରେ ଚଳିବାକୁ ବାଧ୍ୟ କରାଇପାରେ। ମନରେ ବିଭିନ୍ନ ଅଶାନ୍ତି ଓ ଦ୍ୱନ୍ଦ୍ୱ ରହିଥିଲେ ମଧ୍ୟ ମୁହଁଖୋଲି କିଛି କହିପାରିବେନାହିଁ। ବନ୍ଧୁ ପରିଜନ ତଥା ଆମତ୍ୀୟମାନଙ୍କ ସହ ଦୂରଯାତ୍ରା କରିବାକୁ ମନସ୍ଥ କରିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟ ପାଇଁ ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ିବ।
କୁମ୍ଭ
କୁମ୍ଭ
ରାହୁଙ୍କ ପ୍ରଭାବରେ କୌଣସି କାମ ସହଜରେ ନ ହେବା କାରଣରୁ ମନ ବିଷାଦଗ୍ରସ୍ତ ରହିବ। ଫେରିବା ରାସ୍ତାରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ। କଳା, ସାହିତ୍ୟ, ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଶାରୀରିକ ଅସୁସ୍ଥତା ହେତୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଯିବ।
ମୀନମୀନ

ରାହୁ ଗୁରୁକ୍ଷେତ୍ରସ୍ଥ ହେତୁ କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ଦୀର୍ଘଦିନ ଧରି ଚାଲିଥିବା ମାଲିମକଦ୍ଦମାରେ ସୁବିଚାର ଆଶା କରିବେ। ସାମାଜିକ ସ୍ତରରେ ବୁଝାମଣା ଓ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ବିବାଦୀୟ ଘଟଣା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ ଆଜି ପରିବାରରେ ପିଲାମାନଙ୍କ ଶିକ୍ଷାସମସ୍ୟାର ସମାଧାନ ସାଙ୍ଗକୁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ପରିବହନ ଓ ପ୍ରକାଶନରେ ସମସ୍ୟା ମୁକ୍ତ ରହିବେ।...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜି ଦ୍ୱାଦଶ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟସମସ୍ୟା, କରଜଦାତାଙ୍କ ଚାପ, ଦୂରଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ବନ୍ଧୁଙ୍କ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ହିତୈଷୀଙ୍କ ପରାମର୍ଶରେ ନୂତନ କାମ କରିବା ସକାଶେ ମନ ବଳାଇବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ...

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ସହ ଅନୁକୂଳ ବାତାବରଣ ସୃଷ୍ଟିହେବ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଭଲ ଦିନଟିଏ କହିଲେ ଅତ୍ୟୁକ୍ତି...

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଅର୍ଥ ଓ ସମ୍ମାନ ପାଇବା ସହ ଯାତ୍ରାରେ ଲକ୍ଷ୍ୟପୂରଣ ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି...

ରାଶିଫଳ: ରବିବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ ପରିବାରର ସହମତି ଓ ସହଯୋଗ କାରଣରୁ ଆପଣଙ୍କ କାମ ନିର୍ବିଘ୍ନରେ ସମ୍ପନ୍ନ ହେବ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ।...

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜି ଲି-ନାମାକ୍ଷର ବ୍ୟକ୍ତିଙ୍କ ଦୈହିକ ଓ ମାନସିକ ସୁସ୍ଥତା ବ୍ୟାହତ ହେବ। ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟ ଓ ଆନୁଷ୍ଠାନିକ କାମରେ ସଫଳତା ମିଳିବ।...

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ ସହକର୍ମୀଙ୍କ ସାହାଯ୍ୟ ପାଇ କାମକୁ ତ୍ୱରାନ୍ବିତ କରିବା ନିଷ୍ପତ୍ତି ନେବେ। ଅବହେଳାରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖା ଦେଇପାରେ। ପ୍ରଶାସନ, ଆଇନ ଅଦାଲତ, ସଭା ସମିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri