Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୬ ତାରିଖ – Daily Horoscope

ମେଷ
କୋଣଭାବରେ ତିନୋଟି ଗ୍ରହ ହେତୁ ଆପଣଙ୍କ ବିଚାରଧାରାକୁ ପ୍ରଭାବିତ କରିବା ଫଳରେ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ। କୌଣସି ବ୍ୟକ୍ତିଙ୍କୁ ଗଭୀର ବିଶ୍ୱାସକରି ପ୍ରତାରିତ ହେବା ସମ୍ଭାବନା ରହିଛି। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟହେବେ।
ବୃଷ
ବୃଷ
ପରିବାର ସ୍ଥାନରେ ଏକାଧିକ ଗ୍ରହ ପାରିବାରିକ କ୍ଷେତ୍ରର ଅସ୍ଥିରତା ସୃଷ୍ଟି କରିବ। ବ୍ୟସ୍ତତା ଓ ବ୍ୟଗ୍ରତାକୁ ପ୍ରତିରୋଧକରି କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ଈର୍ଷାପରାୟଣ ବ୍ୟକ୍ତି ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ସମାଲୋଚନା କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟାଜନିତ ଅସ୍ଥିରତାରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ।
ମିଥୁନ
ମିଥୁନ
ଗ୍ରହ ସ୍ଥିତି ମଧ୍ୟମ ପ୍ରକାର ରହିଥିବାରୁ ଅସ୍ବାଭାବିକ ପରିସ୍ଥିତିକୁ ସଜାଡ଼ି ନେବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା ବନ୍ଧୁଟିକୁ ଖୋଜି ନ ପାଇ ବ୍ୟସ୍ତ ହୋଇପାରନ୍ତି। ଯେକୌଣସି କ୍ଷେତ୍ର ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହୋଇପାରନ୍ତି। ରୋଗ, ଋଣ ଓ ଶତ୍ରୁତା ଦୁଶ୍ଚିନ୍ତାର ମୁଖ୍ୟ କାରଣ ହୋଇପାରେ।
କର୍କଟ
କର୍କଟ
କର୍ମାଧିପ ଏକାଦଶସ୍ଥ ହେତୁ ପ୍ରତିବନ୍ଧକକୁ ପ୍ରତିହତ କରି ଯୋଜନାଗୁଡ଼ିକ ଠିକ୍‌ କାର୍ଯ୍ୟକାରୀ କରିପାରିବେ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପୂର୍ବ ପରିକଳ୍ପିତ ଦର୍ଶନୀୟ ସ୍ଥାନକୁ ସାଙ୍ଗସାଥୀଙ୍କ ସହ ଭ୍ରମଣ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସମସ୍ତ କଥା ଜାଣିଶୁଣି ମଧ୍ୟ ନୀରବତାକୁ ଶ୍ରେୟ ମନେକରିପାରନ୍ତି।
ସି˚ହ
ସି˚ହ
ଆପଣଙ୍କ କାର୍ଯ୍ୟକଳାପ ବନ୍ଧୁଙ୍କ ଜରିଆରେ ବାହାରେ ଆଲୋଚନାକୁ ସରଗରମ କରିବ। ନୀଚାରୋହୀ ତୃତୀୟେଶ ଯୋଗୁ କୌଣସି ଲୋକକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହେବେ। ଦ୍ରବ୍ୟନଷ୍ଟ କିମ୍ବା ଧନହାନି ଘଟିପାରେ। ଦୀର୍ଘଦିନରୁ ମନ ଭିତରେ ଲୁଚି ରହିଥିବା ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
କନ୍ୟା
ସ୍ବଗୃହାଭିମୁଖୀ ବୁଧ ହେତୁ ସ୍ବାସ୍ଥ୍ୟ ଠିକ୍‌ ରହିବା ସହ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ତଥାପି ହସ୍ତା ନକ୍ଷତ୍ର କାର୍ଯ୍ୟ ସାଧନ ପାଇଁ ଅନୁକୂଳ ପରିବେଶ ଅଭାବରୁ ଚିନ୍ତା ପ୍ରକଟ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ବିଶିଷ୍ଟ ବ୍ୟକ୍ତିଙ୍କ ଆହ୍ବାନରେ ଉସତ୍ବ ଅନୁଷ୍ଠାନରେ ଯୋଗଦେଲେ ସମ୍ମାନିତ ହେବେ।
ତୁଳା
ତୁଳା
ଶନି ଦୃଷ୍ଟ ଶୁକ୍ରଜନିତ ଟେନ୍‌ସନ ସବୁ ସମୟରେ ଲାଗି ରହିଥିବା କାରଣରୁ ମନ ଭଲ ରହି ନ ପାରେ। ଚିତ୍ରା ନକ୍ଷତ୍ର ଯେତେ ପାଇଲେ ମଧ୍ୟ ଅଭାବବୋଧ ଅନୁଭବ କରିବେ। କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିପାରେ। ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଘରକାମ କରିବାକୁ ବାଧ୍ୟ ହୋଇପାରନ୍ତି।
ବିଛା
ବିଛା
ଶନିଙ୍କ କୁପ୍ରଭାବରୁ ନିଜର ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମନସ୍କ ରହିପାରନ୍ତି। ଅନୁରାଧା ନକ୍ଷତ୍ର ପରିସ୍ଥିତି ପ୍ରତି ଲକ୍ଷ୍ୟ ରଖି କାମ ନ କଲେ ଅସୁବିଧାରେ ପଡ଼ିବେ। ସହକର୍ମୀଙ୍କ ସହ ବହୁଦିନର ମତାନ୍ତର ଓ ମନାନ୍ତର ସମାଧାନ ହେବ। ପାରିବାରିକ ଜୀବନରେ ବୁଝାମଣା ହେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ଧନୁ
ଧନୁ
ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟ ସାଧନ ପରିପେକ୍ଷୀରେ ଶାରୀରିକ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ। ଅସାବଧାନତାରୁ ଧନହାନି ଘଟିବାର ପୂର୍ଣ୍ଣ ସମ୍ଭାବନା ରହିଛି। ଉପରିସ୍ଥଙ୍କ ବାହୁଛାୟା ତଳେ ଆଶ୍ରୟ ନେଇଥିବା କାରଣରୁ ବର୍ତ୍ତମାନ ସକାଶେ ଶତ୍ରୁ ଉପଦବ୍ର ସମ୍ପୂର୍ଣ୍ଣ ଭାବେ କମିଯାଇପାରେ।
ମକର
ମକର
ବକ୍ରି ଶନିଜନିତ ପାରିବାରିକ ଦୃଷ୍ଟିକୋଣରୁ ଖୁସିରେ ରହିଲେ ମଧ୍ୟ ମାନସିକ ସି୍ଥରତା ରହି ନ ପାରେ। ପ୍ରିୟ ବନ୍ଧୁଙ୍କ ସମ୍ପର୍କରେ କୌଣସି ଖବର ମନକୁ ବିଚଳିତ କରିପାରେ। ନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେଇ ଖୁସି ମନାଇବେ। ଅନ୍ୟମାନଙ୍କ ଦୂରଭିସନ୍ଧିକୁ ଠିକ୍‌ ଭାବେ ବୁଝିପାରି ସମ୍ଭାବ୍ୟ ବିପଦକୁ ଦୂରେଇଦେବେ।
କୁମ୍ଭ
କୁମ୍ଭ
ଚେଷ୍ଟା କରୁଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବାରେ ବନ୍ଧୁମାନେ ସାହାଯ୍ୟ କରିପାରନ୍ତି। ଚତୁର୍ଥସ୍ଥ ଗ୍ରହଜନିତ ପୂର୍ବର ସମସ୍ୟାକୁ କେନ୍ଦ୍ରକରି ଗୃହ,ଭୂମି,ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ। ଆକସ୍ମିକ ଭାବରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ ଘଟିବ। ବନ୍ଧୁଙ୍କ କଥାର ପ୍ରଗଳ୍‌ଭତାରେ ପ୍ରଭାବିତହୋଇ ତୀର୍ଥାଟନ କଥା ଚିନ୍ତାକରିପାରନ୍ତି।
ମୀନମୀନ

ବୁଧଙ୍କ ପ୍ରଭାବରେ ପରିବାରରୁ ଆଶାନୁରୂପ, ସ୍ନେହ, ଶ୍ରଦ୍ଧା ଓ ସହାନୁଭୁତି ପାଇବା କମି ଯାଇପାରେ। ଦେହରେ କୌଣସି ବଡ଼ ଧରଣର ରୋଗ ନ ଥାଇ ମଧ୍ୟ ଦୁର୍ବଳତା ଅନୁଭବ କରିବେ। ବନ୍ଧୁମାନଙ୍କ ପ୍ରେରଣାରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ସାୟାହ୍ନେ ଟେନ୍‌ସନ ବଢ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ମନର ସ୍ଥିତିକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖିପାରେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବାରେ ସଫଳ ହେବେ।...

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ ଆଜି ପରିବାରରେ ପିଲାମାନଙ୍କ ଶିକ୍ଷାସମସ୍ୟାର ସମାଧାନ ସାଙ୍ଗକୁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ପରିବହନ ଓ ପ୍ରକାଶନରେ ସମସ୍ୟା ମୁକ୍ତ ରହିବେ।...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜି ଦ୍ୱାଦଶ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟସମସ୍ୟା, କରଜଦାତାଙ୍କ ଚାପ, ଦୂରଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ବନ୍ଧୁଙ୍କ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ହିତୈଷୀଙ୍କ ପରାମର୍ଶରେ ନୂତନ କାମ କରିବା ସକାଶେ ମନ ବଳାଇବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ...

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ସହ ଅନୁକୂଳ ବାତାବରଣ ସୃଷ୍ଟିହେବ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଭଲ ଦିନଟିଏ କହିଲେ ଅତ୍ୟୁକ୍ତି...

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଅର୍ଥ ଓ ସମ୍ମାନ ପାଇବା ସହ ଯାତ୍ରାରେ ଲକ୍ଷ୍ୟପୂରଣ ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି...

ରାଶିଫଳ: ରବିବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ ପରିବାରର ସହମତି ଓ ସହଯୋଗ କାରଣରୁ ଆପଣଙ୍କ କାମ ନିର୍ବିଘ୍ନରେ ସମ୍ପନ୍ନ ହେବ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ।...

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜି ଲି-ନାମାକ୍ଷର ବ୍ୟକ୍ତିଙ୍କ ଦୈହିକ ଓ ମାନସିକ ସୁସ୍ଥତା ବ୍ୟାହତ ହେବ। ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟ ଓ ଆନୁଷ୍ଠାନିକ କାମରେ ସଫଳତା ମିଳିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri