Posted inRasifala

ରାଶିଫଳ: ଶନିବାର , ଅଗଷ୍ଟ ୩୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ଓ ବୁଧଙ୍କ ଏକତ୍ର ସ୍ଥିତି କାରଣରୁ ବିବାଦୀୟ ଚିନ୍ତା, ସମସ୍ୟାମୂଳକ କାମ ମାନସିକ ଅସ୍ଥିରତାକୁ ବୃଦ୍ଧି କରିବ। ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବେ। ସନ୍ତାନଙ୍କ ଶିକ୍ଷା, ବିବାହ ସମସ୍ୟା ମନକୁ ନିରସ କରିପାରେ। କେତେକ କ୍ଷେତ୍ରରେ କୌଣସି ହିତୈଷୀଙ୍କ ଆଶ୍ୱାସନାରୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି।
ବୃଷ
ବୃଷ
ବୃହସ୍ପତିଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ। କୌଣସି ସୂତ୍ରରୁ ଶୁଣା କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ସବୁ ଠିକ୍‌ ହୋଇଯିବ। ବନ୍ଧୁ କିମ୍ବା ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟହାନିର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ଚନ୍ଦ୍ରଙ୍କ ଶୁଭସଂସ୍ଥାନରୁ ଅର୍ଥଲାଭ ସହ ଅସଜଡ଼ା କାମ ଠିକ୍‌ ହୋଇଯିବ। ହିତୈଷୀଙ୍କ ପରାମର୍ଶରେ ବ୍ୟବସାୟକୁ ସଙ୍କୁଚିତ କରିବା ସହ ନୂତନ କର୍ମାରମ୍ଭର ଚିନ୍ତା ମଧ୍ୟ କରିପାରନ୍ତି। କଳା, ସାହିତ୍ୟ ଓ ସଙ୍ଗୀତ, ଉଚ୍ଚଶିକ୍ଷା କିମ୍ବା ବିଦେଶ ଯାତ୍ରା ପ୍ରତି ଆଗ୍ରହ ପ୍ରକାଶ କରିବେ। ପାରିବାରିକ କ୍ଷେତ୍ରରେ ସମସ୍ୟା କେତେକାଂଶରେ କମି କମି ଆସିବ।
କର୍କଟ
କର୍କଟ
ମୁଖଭାବସ୍ଥ ରବି ରାଶିସ୍ଥ ବୁଧଙ୍କ ପ୍ରଭାବରୁ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ। ସତର୍କତା ଅଭାବରୁ ଚୋରି, ଧନହାନିର ସୂଚନା ରହିଛି। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ଅନ୍ୟଥା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରି ମୁଣ୍ଡରେ ହାତ ଦେଇ ବସିପାରନ୍ତି।
ସି˚ହ
ସି˚ହ
ଦୀର୍ଘ ପ୍ରତୀକ୍ଷା ପରେ ଆଜି ବନ୍ଧୁଙ୍କ ନିକଟରୁ ହଠାତ୍‌ କୌଣସି ଶୁଭ ଖବର ପାଇ ଖୁସି ହେବେ। ପରିବାରର ଆବଶ୍ୟକତାକୁ ଯଥା ସମୟରେ ପୂରଣ କରିବାରେ ସମର୍ଥ ହେବେ। ଅଫିସିଆଲି କାମରେ ଅଟକି ରହିଥିବା କାମଟିକୁ ସମ୍ପନ୍ନ କରି କେତେକାଂଶରେ ଖୁସି ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ ଏବଂ ସ୍ଥଗିତ କାମ ସମ୍ପନ୍ନ ହେବ। ଶତ୍ରୁତାର ଅବସାନ ଘଟାଇବା ସକାଶେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ବାଧ୍ୟ ହେବେ। ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଗବେଷଣା, ପ୍ରକାଶନ, ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ବନ୍ଧୁଙ୍କ ଅନୁରୋଧକ୍ରମେ ଅନ୍ୟମାନଙ୍କ ସହ ସମୟ ବିତାଇବାରେ ସହଯୋଗ କରିବେ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିପାରେ। ବିବାଦୀୟ ଘଟଣାରେ ବିଜୟୀ ଏବଂ ପ୍ରତିଯୋଗିତାରେ ସଫଳ ହେବେ।
ବିଛା
ବିଛା
ଆଜିର ଯାତ୍ରା ସମୟରେ ଅସାବଧାନତାବଶତଃ ଧନ ହାନିର ଆଶଙ୍କା ରହିଛି। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବାକୁ ପଡ଼ିପାରେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା ଅଥବା ସାହିତ୍ୟ, କଳା ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ। ଅଭାବନୀୟ ପରିସ୍ଥିତିରେ ପଡ଼ି ହଠାତ୍‌ ଗୁଡ଼ାଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହୋଇପାରନ୍ତି।
ଧନୁ
ଧନୁ
ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ଉପୁଜିଥିବା ସମସ୍ୟା ଦୂରେଇଯିବ। ପରୋକ୍ଷ ଶତ୍ରୁତା କାରଣରୁ ନୂତନ କାମଟି ଆରମ୍ଭ କରୁ କରୁ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇ ନ ପାରେ। ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।
ମକର
ମକର
ଆଜି କର୍ମକ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେଇ ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ। କଳା, କ୍ରୀଡ଼ା, ସଙ୍ଗୀତାଦି କ୍ଷେତ୍ରରେ କନ୍ୟା ସନ୍ତାନଙ୍କ କୃତିତ୍ୱରୁ ଗୌରବାନ୍ବିତ ମନେକରିବେ। ଦୀର୍ଘଦିନରୁ ଛିନ୍ନ ହୋଇଥିବା ବନ୍ଧୁସମ୍ପର୍କ ପୁନଶ୍ଚ ଯୋଡ଼ି ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟାକୁ ସମାଧାନ କରିପାରିବେ।
କୁମ୍ଭ
କୁମ୍ଭ
ଆଜି ବିଭିନ୍ନ ସୂତ୍ରରୁ ବୈଷୟିକ ଉନ୍ନତି ଯୋଗୁ କାର୍ଯ୍ୟାରମ୍ବ ସକାଶେ ଯୋଜନା କରିପାରନ୍ତି। ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ, କିନ୍ତୁ ପରକ୍ଷଣରେ ଭୁଲ୍‌ ବୁଝାମଣା ଦୂର ହୋଇଯିବ। କାମର ଚାପ ପ୍ରଭାବରୁ ପରିବାର କଥା ଠିକ୍‌ ଭାବେ ବୁଝି ପାରିବେ ନାହିଁ। ଆଜିର ଯାତ୍ରାରେ ଲକ୍ଷ୍ୟ ହାସଲ ସହ ସମସ୍ୟା ସମାଧାନ ହେବ।
ମୀନମୀନ

କର୍ମକ୍ଷେତ୍ରରେ ଆଲୋଚନା ପରିସରରେ ସତକଥା କହି ବିବାଦୀୟ ହୋଇପାରନ୍ତି। ପରିବାର ସଦସ୍ୟଙ୍କ ସହିତ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରାର ଯୋଜନା କରିପାରନ୍ତି। ଆନୁଷ୍ଠାନିକ କାମରୁ କିମ୍ବା ସାମାଜିକ ସ୍ତରରେ ନିଜର କୃତିତ୍ୱ ହେତୁ ପ୍ରଶଂସିତ ହେବେ। ଆଜିର ପ୍ରତ୍ୟୁଷଯାତ୍ରାରେ ସତର୍କତା ଅବଲମ୍ବନ କରିବା ଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୧୭ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ର ହେତୁ ମନ ଅନୁଯାୟୀ କୌଣସି କାମ ସମ୍ପନ୍ନ କରିବା କଷ୍ଟକର ହୋଇପାରେ। ବକେୟା ଅର୍ଥପ୍ରାପ୍ତିକୁ କେନ୍ଦ୍ର କରି ବିବାଦର ଅବସାନ...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୧୬ ତାରିଖ – Daily Horoscope

ମେଷ ଆଜି କର୍ମଦିଗଟି ଭଲ ରହିଲେ ମଧ୍ୟ ପରିଚାଳନା ସମସ୍ୟାରେ ଚିନ୍ତିତ ହେବେ। ଈର୍ଷାପରାୟଣ ମନୋଭାବ ପୋଷଣକରି ନିଜ ଲୋକ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ।...

ରାଶିଫଳ: ମଙ୍ଗଳବାର ,ଏପ୍ରିଲ୍‍ ୧୫ ତାରିଖ – Daily Horoscope

ମେଷ ଆଜି ମନ ଅନୁଯାୟୀ କାମ ସମ୍ପନ୍ନ ହେବ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ହିଁ ପାଇବେ। ପ୍ରତିଯୋଗିତା,...

ରାଶିଫଳ: ସୋମବାର,ଏପ୍ରିଲ୍‍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଲେ ମଧ୍ୟ ସାମୟିକ ଅସୁସ୍ଥତା ଅନୁଭବ କରିବେ। ଆଜି ଘରକାମ ହେଉ କିମ୍ବା କର୍ମକ୍ଷେତ୍ରର କାମ ହେଉ ପ୍ରତ୍ୟେକ...

ରାଶିଫଳ: ରବିବାର, ଏପ୍ରିଲ୍‍ ୧୩ ତାରିଖ – Daily Horoscope

ମେଷ ଆଜି ପରିବାରର ସୁବିଧା ଅସୁବିଧା ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ସୁଯୋଗ ହରାଇବା ସକାଶେ ବ୍ୟଥିତ ହେବେ। ଭ୍ରାତୃ...

ରାଶିଫଳ: ଶନିବାର, ଏପ୍ରିଲ୍‍ ୧୨ ତାରିଖ – Daily Horoscope

ମେଷ ଆଗାମୀ ନୂତନ ଯୋଜନାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଗାଡ଼ି, ମୋଟର, ପରିବହନ, ସଭାସମିତି, ସତ୍‍ସଙ୍ଗ କ୍ଷେତ୍ରରୁ ସଫଳତା ପାଇବେ। ସ୍ବାସ୍ଥ୍ୟ ଓ...

ରାଶିଫଳ: ଶୁକ୍ରବାର , ଏପ୍ରିଲ୍‍ ୧୧ ତାରିଖ – Daily Horoscope

ମେଷ ଆଜି ଷଷ୍ଠ ସ୍ଥାନରେ ଚନ୍ଦ୍ର ପାପଗ୍ରହ କେତୁ ଯୁକ୍ତ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୧୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା ଏବଂ ପାରିବାରିକ ସଦ୍ଭାବଜନିତ ମନ ଖୁସି ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image