Categories: Rasifala

ରାଶିଫଳ: ଶନିବାର, ଅକ୍ଟୋବର ୨୬ ତାରିଖ – Daily Horoscope

ମେଷ
ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ପୂର୍ବର ସମସ୍ୟା ସୁଧୁରି ଯିବାରୁ ଆଶ୍ୱସ୍ତି ଅନୁଭବ କରିବେ। ଗତକାଲିର ଯୋଜନା ମୁତାବକ କାମରେ ସଫଳତା ଯୋଗୁ ଟେନସନ୍‌ କମିଯିବ। ପରିବାରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ସତ୍‌ସଙ୍ଗ, ସଭାସମିତି, ସଂଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତ ଫଳ ପାଇବେ।
ବୃଷ
କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅଭିଯୋଗ ପାଇବେ। ବନ୍ଧୁଙ୍କ ଆଗରେ ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବାର ଅଭିନୟ କରିବେ। ରୋହିଣୀ ନକ୍ଷତ୍ର ସକାଶେ ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।
ମିଥୁନ
ଆଜିର କର୍ମକ୍ଷେତ୍ରରେ ପରିସ୍ଥିତିକୁ ଆଖି ଆଗରେ ରଖି କାମ କରିବା ଭଲ। ମୃଗଶିରା ନକ୍ଷତ୍ର ମନ ବୁଝତ୍ଲାଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ରାଜନୀତିରେ କିମ୍ବା କର୍ମକ୍ଷେତ୍ରରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବ ଯାହାକି ମନକୁ ଆଶ୍ୱାସନା ଦେବ।
କର୍କଟ
ପୁନର୍ବସୁ ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ସହ କର୍ମକ୍ଷେତ୍ରର ସ୍ଥିତି ସ୍ବାଭାବିକ ରହିବ। ଭୁଲ୍‌ ବୁଝାମଣା ହେତୁ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇନେବେ। କଳା, ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ ଓ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ସହକର୍ମୀଙ୍କ ସହଯୋଗ ଆପଣଙ୍କ କାମକୁ ତ୍ୱରାନ୍ବିତ କରିବାରେ ସହାୟକ ହେବାର ସୂଚନା ରହିଛି।
ସି˚ହ
ପାରିବାରିକ କ୍ଷେତ୍ରରେ ସମସ୍ୟା ନ ସରୁଣୁ ଅନ୍ୟ ଏକ ସମସ୍ୟାର ଉପସ୍ଥିତି ମନକୁ ବିଭ୍ରାନ୍ତ କରିପାରେ। ଆର୍ଥିକ ସ୍ବଚ୍ଛଳତା ନ ରହିବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ। ବନ୍ଧୁଙ୍କ ପ୍ରରୋଚନାରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ପୂର୍ବାଫାଲଗୁନୀ ନକ୍ଷତ୍ର ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ହସ୍ତା ନକ୍ଷତ୍ରର ପାରିବାରିକ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନେ ସହଯୋଗ ପ୍ରତିଶ୍ରୁତି ଦେବେ କିନ୍ତୁ କଛିବି କରିବେ ନାହିଁ। ଆଇନ ଅଦାଲତରୁ ସୁଫଳ ପାଇବେ ଯାହାକି ମନକୁ ଆଶ୍ୱାସନା ଦେବାରେ ସାହାଯ୍ୟ କରିବ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଯୋଗୁ ସାମାନ୍ୟ ହଡ଼ବଡ଼େଇ ଯାଇପାରନ୍ତି।
ତୁଳା
ଗ୍ରହଙ୍କ ଶୁଭତ୍ୱ କାରଣରୁ କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। ରପ୍ତାନି ବାଣିଜ୍ୟରେ ଉନ୍ନତି ସହ ଋଣ ପରିଶୋଧ ସକାଶେ ଅନୁକୂଳ ସୁବିଧା ପାଇବେ। ଚିତ୍ରା ନକ୍ଷତ୍ରର ସାମୟିକ ଭାବରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ। ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
ବିଛା
ଅନୁରାଧା ନକ୍ଷତ୍ର ପାଇଁ ଧୈର୍ଯ୍ୟର ସୀମା ଲଙ୍ଘନ ପୂର୍ବକ କଠୋର ବାକ୍ୟାଳାପ ପରିସ୍ଥିତିକୁ ଗମ୍ଭୀର କରିଦେବ। ଦୂରଦର୍ଶିତା ଅଭାବରୁ ହାତ ମୁଠାରୁ ସୁ୍‌ଯୋଗ ଖସିଯାଇପାରେ। ସାମାଜିକ ସ୍ତରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଆତ୍ମୀୟଙ୍କ ସହାୟତା ଲାଭକରି ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ।
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ର ଆଜି ସହକର୍ମୀଙ୍କ ସହଯୋଗରୁ ସ୍ଥଗିତ କାର୍ଯ୍ୟକୁ ତ୍ୱରାନିତ କରିବେ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍‌ ରୋଗରେ କଷ୍ଟ ପାଇବେ।
ମକର
ଯେତେ ସୁବିଧାରେ ଚଳିବାକୁ ଚେଷ୍ଟା କଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ଅନୁଭବ କରିବେ। ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ଦେଖାଦେଇପାରେ। ଧନିଷ୍ଠା ନକ୍ଷତ୍ର ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ମନୋରଞ୍ଜନ ସକାଶେ ମନ ବଳାଇବେ। ବ୍ୟାଙ୍କ ଲୋନ୍‌ ମାଧ୍ୟମରେ ଆର୍ଥିକ ଦୁରବସ୍ଥାକୁ ସାମୟିକ ସୁଧାରି ନେଇପାରନ୍ତି।
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ବନ୍ଧୁଙ୍କ ସହଯୋଗରେ ସାହିତ୍ୟ, କଳା ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ। ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅନ୍ୟ ଉପରେ ଭରସା କରିବା ଅସୁବିଧାର କାରଣ ହେବ। ଶତଭିଷା ନକ୍ଷତ୍ର ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି।
ମୀନ

ସ୍ଥଗିତ କାର୍ଯ୍ୟ ସମ୍ପାଦନରେ ଆପଣଙ୍କ ଚେଷ୍ଟା ଅବ୍ୟାହତ ରହିଲେ ନିର୍ଦ୍ଦିଷ୍ଟ ସମୟରେ କାମ ହାସଲ କରିପାରିବେ। ରେବତୀ ନକ୍ଷତ୍ର ସକାଶେ ଅନ୍ୟମାନଙ୍କ ସହ ସୁସମ୍ପର୍କ ଅଭାବଜନିତ କାମରେ ପ୍ରତିବନ୍ଧକ ସୃଷ୍ଟି ହେବ। ଦୂରାଗତ ବନ୍ଧୁଙ୍କ ଦ୍ୱାରା ହଜି ଯାଇଥିବା ଜିନିଷ ପାଇପାରନ୍ତି। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବାରୁ ମନ ଖୁସି ରହିବ।