Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ
ଆଜି ମଙ୍ଗଳଙ୍କ ଦୃଷ୍ଟିରେ ଚନ୍ଦ୍ର ରହୁଥିବାରୁ ଯେମିତି ଭାବୁଥିବେ ତାହା ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ଆପଣଙ୍କ କାମରେ ଯୋଗଦେବା ପାଇଁ ଘରକୁ ବନ୍ଧୁମାନେ ଆସିପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନତୁବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିପାରେ।
ବୃଷ
ବୃଷ
ଚନ୍ଦ୍ରଙ୍କ କୋଣସ୍ଥାନରେ ଶନି ଅବସ୍ଥାନ କରିଥିବାରୁ ନୂତନ କର୍ମାରମ୍ଭ ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋସତ୍ାହନ ପାଇ ମନୋବଳ ବୃଦ୍ଧି ପାଇବ। ସଭାସମିତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‍ ଦୂର ହୋଇଯିବ। ରବି ନୀଚ୍ଚସ୍ଥ ହେତୁ ପାରିବାରିକ ଜୀବନ ସମସ୍ୟାବହୁଳ ରହିବ।
ମିଥୁନ
ମିଥୁନ
ରାଶିର ଷଷ୍ଠସ୍ଥ ବୁଧ ଓ କୋଣସ୍ଥ ଚନ୍ଦ୍ରଙ୍କ ସ୍ଥିତିଜନିତ ଅଭିଳଷିତ କର୍ମ ସମ୍ପାଦନ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ସରକାରୀ କ୍ଷେତ୍ରରୁ ଋଣସୂତ୍ରରେ ଅର୍ଥଲାଭର ଆଶା ରହିଛି। ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରି ଉପକୃତ ହୋଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ର କେନ୍ଦ୍ରରେ କର୍ମାଧିପ ରାଶିସ୍ଥ ହେତୁ କୈାଣସି ନୂତନ କର୍ମାରମ୍ଭ କରି ଖୁସି ରହିବେ। ସମସ୍ୟାର ଆଶଙ୍କା ଥିବାରୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ନିର୍ମାଣ, ଯୋଗାଯୋଗ, ପ୍ରେସ୍‍, ପବ୍ଲିକେଶନ, ପ୍ରଶାସନ, ଆଲୋଚନା ଓ ସଭାସମିତିରେ ସଫଳତା ପାଇବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି।
ସି˚ହ
ସି˚ହ
ରବିଙ୍କ ଚତୁର୍ଥ କେନ୍ଦ୍ର ସ୍ଥିତି ଦୈହିକ ଦୁର୍ବଳତାଜନିତ ସୁଯୋଗ ପାଇଲେ ମଧ୍ୟ କାର୍ଯ୍ୟ ହାସଲ ହୋଇ ନ ପାରେ। ପାରିବାରିକ ସମସ୍ୟା ଚିନ୍ତାକରି ଶାନ୍ତି ବ୍ୟାହତ ହେବ। ପରୋକ୍ଷ ଶତ୍ରୁତା କାରଣରୁ ଟେନ୍ସନ ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବାର ଆଶା ରହିଛି।
କନ୍ୟା
ସମସ୍ୟା ଲାଗିରହିଥିବାରୁ ନିକଟ ସମ୍ପର୍କୀୟଙ୍କ ସହଯୋଗରେ ଅର୍ଥପ୍ରାପ୍ତିର ଆଶା କରିପାରନ୍ତି। ଉତ୍ତରା ଫାଲଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ସମୟ ଅନୁକୂଳ ନ ଥିବାରୁ ଯେକୈାଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବ୍ୟବସାୟିକ ସ୍ଥିତି ଭଲ ରହିଥିଲେ ମଧ୍ୟ ଋଣଭାରକୁ ଶୁଝିବା କଷ୍ଟକର ହେବ।
ତୁଳା
ତୁଳା
କର୍ମାଧିପତି ରାଶିରେ ଅବସ୍ଥାନ କରି ଆପଣଙ୍କୁ କର୍ମମୁଖର କରାଇବେ। ପରିବାର ଭିତରେ ସାଧାରଣ କଥାକୁ ନେଇ ବିବାଦ ଲାଗିପାରେ। କେତେକ ଅପୂରଣୀୟ ଆଶା ମନରେ ଆଲୋଡନ ସୃଷ୍ଟି କରିବ। ଆଜି ବାଣିଜ୍ୟ ଓ ବ୍ୟବସାୟ, ଆନୁଷ୍ଠାନିକ କାମରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧିର ସୂଚନା ରହିଛି।
ବିଛା
ବିଛା
ନିଜ ପରିସରରେ ଲୋକସମ୍ପର୍କ ଅବ୍ୟାହତ ରହିବା ଯୋଗୁ କାମଟି ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ବନ୍ଧୁ ପରିଜନଙ୍କ ସହିତ ଆଜିର ସକାଳୁଆ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। ଉପରିସ୍ଥଙ୍କ ସାହାଯ୍ୟ ହେତୁ ଅର୍ଥ ପ୍ରାପ୍ତିର ଆଶା ନିରର୍ଥକ ହେବ ନାହିଁ। ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠା ପ୍ରତି ସହକର୍ମୀମାନେ ଈର୍ଷାନ୍ବିତ ହୋଇପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ରରେ ଶନିଙ୍କ ପ୍ରଭାବରୁ ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇ କାମ ହାସଲ କରିବେ। ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ସୃଷ୍ଟି ହେବ। ଭ୍ରମଣ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ।
ମକର
ମକର
କର୍ମକ୍ଷେତ୍ରରେ ସହକର୍ମୀ ଏବଂ ଯାତ୍ରା ସମୟରେ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଲକ୍ଷ୍ୟ ପୂରଣ ହେବ। ଅର୍ଥ ସାହାଯ୍ୟ ଆଶାରେ ବନ୍ଧୁଙ୍କୁ ଅନୁସରଣ କରିବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିବ। ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡିବା ସକାଶେ ଆପ୍ରାଣ ଚେଷ୍ଟା କରି ସଫଳତା ପାଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡିକୁ ତ୍ୱରାନ୍ବିତ କରିବା ସକାଶେ ଚେଷ୍ଟିତ ହେବେ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ମନରେ ସରସତା ରହିବ ନାହିଁ। ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ରାଜନୀତି, ସଂଗଠନ, ନିର୍ମାଣ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ବନ୍ଧୁ ଅସୁବିଧା ସୃଷ୍ଟି କରିପାରନ୍ତି।
ମୀନମୀନ

ପରିବାରରେ ସନ୍ତାନଙ୍କ କୃତିତ୍ୱରୁ ଆନନ୍ଦ ଅନୁଭବ କରିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କରି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ଖାପଛଡା କଥା ଓ ବେଖାତିର ମନୋଭାବ ଦୁଶ୍ଚିନ୍ତା ବୃଦ୍ଧି କରିବ। ସହକର୍ମୀଙ୍କ ମୁଖରୁ ସରକାରୀ ସ୍ତରରେ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୧୭ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ର ହେତୁ ମନ ଅନୁଯାୟୀ କୌଣସି କାମ ସମ୍ପନ୍ନ କରିବା କଷ୍ଟକର ହୋଇପାରେ। ବକେୟା ଅର୍ଥପ୍ରାପ୍ତିକୁ କେନ୍ଦ୍ର କରି ବିବାଦର ଅବସାନ...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୧୬ ତାରିଖ – Daily Horoscope

ମେଷ ଆଜି କର୍ମଦିଗଟି ଭଲ ରହିଲେ ମଧ୍ୟ ପରିଚାଳନା ସମସ୍ୟାରେ ଚିନ୍ତିତ ହେବେ। ଈର୍ଷାପରାୟଣ ମନୋଭାବ ପୋଷଣକରି ନିଜ ଲୋକ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ।...

ରାଶିଫଳ: ମଙ୍ଗଳବାର ,ଏପ୍ରିଲ୍‍ ୧୫ ତାରିଖ – Daily Horoscope

ମେଷ ଆଜି ମନ ଅନୁଯାୟୀ କାମ ସମ୍ପନ୍ନ ହେବ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ହିଁ ପାଇବେ। ପ୍ରତିଯୋଗିତା,...

ରାଶିଫଳ: ସୋମବାର,ଏପ୍ରିଲ୍‍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଲେ ମଧ୍ୟ ସାମୟିକ ଅସୁସ୍ଥତା ଅନୁଭବ କରିବେ। ଆଜି ଘରକାମ ହେଉ କିମ୍ବା କର୍ମକ୍ଷେତ୍ରର କାମ ହେଉ ପ୍ରତ୍ୟେକ...

ରାଶିଫଳ: ରବିବାର, ଏପ୍ରିଲ୍‍ ୧୩ ତାରିଖ – Daily Horoscope

ମେଷ ଆଜି ପରିବାରର ସୁବିଧା ଅସୁବିଧା ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ସୁଯୋଗ ହରାଇବା ସକାଶେ ବ୍ୟଥିତ ହେବେ। ଭ୍ରାତୃ...

ରାଶିଫଳ: ଶନିବାର, ଏପ୍ରିଲ୍‍ ୧୨ ତାରିଖ – Daily Horoscope

ମେଷ ଆଗାମୀ ନୂତନ ଯୋଜନାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଗାଡ଼ି, ମୋଟର, ପରିବହନ, ସଭାସମିତି, ସତ୍‍ସଙ୍ଗ କ୍ଷେତ୍ରରୁ ସଫଳତା ପାଇବେ। ସ୍ବାସ୍ଥ୍ୟ ଓ...

ରାଶିଫଳ: ଶୁକ୍ରବାର , ଏପ୍ରିଲ୍‍ ୧୧ ତାରିଖ – Daily Horoscope

ମେଷ ଆଜି ଷଷ୍ଠ ସ୍ଥାନରେ ଚନ୍ଦ୍ର ପାପଗ୍ରହ କେତୁ ଯୁକ୍ତ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୧୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା ଏବଂ ପାରିବାରିକ ସଦ୍ଭାବଜନିତ ମନ ଖୁସି ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image