Posted inRasifala

ରାଶିଫଳ: ଶନିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ କାମରେ ନିଜକୁ ନିୟୋଜିତ କରିପାରନ୍ତି। ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସନୀୟ କାମ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସାମାନ୍ୟ ଯୁକ୍ତିତର୍କ କାରଣରୁ ସାମୟିକ ଅଶାନ୍ତ ରହିପାରନ୍ତି।
ବୃଷ
ବୃଷ
ପୂର୍ବନିଦ୍ଧାରିତ ଯୋଜନାନୁଯାୟୀ ବନ୍ଧୁମିଳନ ସାଙ୍ଗକୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ। ପରିସ୍ଥିତିକୁ ସ୍ବାଭାବିକ କରିବାକୁ ଯାଇ କଅଁଳ କଥା କହି ସବୁ ସମ୍ଭାଳି ନେବେ। ଅଫିସରେ କୌଣସି ନୀଚଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି। ଆର୍ଥିକସ୍ଥିତି ଉନ୍ନତ ରହିବା କାରଣରୁ ଅଟକି ରହିଥିବା କାମଗୁଡ଼ିକୁ ତ୍ୱରାନ୍ବିତ କରିପାରିବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବା ସହ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟରେ ସଫଳତା ଘଟିବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ବନ୍ଧୁଙ୍କ ଘରୋଇ ସମସ୍ୟାରେ ମନ ବିଚଳିତ ରହିବ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।
କର୍କଟ
କର୍କଟ
ସମସ୍ୟାର ସମାଧାନ ସକାଶେ ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତା ନେଲେ ଉପକୃତ ହେବେ। ଲକ୍ଷ୍ୟସାଧନ ପରିପ୍ରେକ୍ଷୀରେ ବିନୟଭାବ ପୋଷଣ କଲେ କୌଣସି କାମ ଅଟକିବ ନାହିଁ। ପରିବାରରେ ଛୋଟ କଥାକୁ କେନ୍ଦ୍ରକରି ଝମେଲାରେ ପଶନ୍ତୁ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ମାତ୍ର ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ା
ସି˚ହ
ସି˚ହ
ନିଜର କୌଣସି ଦୁର୍ବଳତା ହେତୁ ଜୋର୍‍ ଦେଇ ଯୁକ୍ତିତର୍କ କରିବା ଦିଗରୁ ଦୂରେଇ ରହିବେ। ନକାରାତ୍ମକ ଚିନ୍ତାଧାରା ପ୍ରତ୍ୟେକ କ୍ଷେତ୍ରରେ ମନକୁ ବେଶି ବିବ୍ରତ କରିବ। ଯାତ୍ରା ସମୟରେ ପକେଟ୍‍ମାର ପ୍ରତି ସତର୍କ ରହିବା ଭଲ ହେବ। ପାରିବାରିକ ଜୀବନରେ ଉଚିତ ବୁଝାମଣା ପୂର୍ବପରି ଅକ୍ଷୁଣ୍ଣ ରହିବାରୁ ଶାନ୍ତି ପାଇବେ।
କନ୍ୟା
ପୂର୍ବ ଶତ୍ରୁତାର ବଦଲା ନେବାକୁ ଯାଇ ନିଜ ଲୋକ ହଇରାଣ କରିପାରନ୍ତି। କର୍ମକ୍ଷେତ୍ରରେ ପାରିବାରିକ ମତଭେଦ କାରଣରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ସାମାନ୍ୟ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଆର୍ଥିକ ସ୍ଥିତି, ବ୍ୟବସାୟିକ ପରିସ୍ଥିତି, ମାଙ୍ଗଳିକ କାର୍ଯ୍ୟ ଏବଂ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।
ତୁଳା
ତୁଳା
ଆତ୍ମୀୟମାନଙ୍କ ସହଯୋଗରେ କାର୍ଯ୍ୟରେ ସଫଳତା ହାସଲ କରିବେ। କିଣା ବିକା କ୍ଷେତ୍ର୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ତଥା ବିବାଦୀୟ ପରିସ୍ଥିତିରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ନିର୍ମାଣାଧୀନ କାର୍ଯ୍ୟରେ ପ୍ରତିବନ୍ଧକ ହଟିଯିବାର ଆଶା ରହିଛି।
ବିଛା
ବିଛା
ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଦୀର୍ଘଦିନର ଉପରାନ୍ତେ ମାଲିମକଦ୍ଦମାରେ ବିଜୟଲାଭର ସୂଚନା ରହିଛି। କର୍ମକ୍ଷେତ୍ର, ପାରିବାରିକସ୍ଥିତି, ବ୍ୟବସାୟିକ ପରିସ୍ଥିତି ପ୍ରାୟତଃ ଉନ୍ନତଧରଣର ରହିବ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବା କାରଣରୁ ଆଶ୍ୱସ୍ତି ଲାଭ କରିବେ। ଜଣେ ସମ୍ପର୍କୀୟଙ୍କ ପରାମର୍ଶରେ ତିର୍ଥାଟନ କିମ୍ବା ପରିଦର୍ଶନ କଥା ଚିନ୍ତା କରିପାରନ୍ତି। ମନରେ ପ୍ରଫୁଲ୍ଲତା ରହିଥିବାରୁ କାର୍ଯ୍ୟସାଧନରେ କୌଣସି ଅସୁବିଧା ରହିବନାହିଁ। କଳା, ସାହିତ୍ୟ, ସାମ୍ବାଦିକତା ଓ ମନୋରଞ୍ଜନ, ଖେଳକୁଦରେ ପ୍ରଶଂସା ପାଇବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ପିଲାଙ୍କ ବୈବାହିକ ସମ୍ବନ୍ଧ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ରାଜନୀତି, ସଂଗଠନ, ଗବେଷଣା, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ମାତ୍ର ଧନିଷ୍ଠା ନକ୍ଷତ୍ରର ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ।
କୁମ୍ଭ
କୁମ୍ଭ
ବନ୍ଧୁମାନଙ୍କ ସହ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ରହିବ। ପାରିବାରିିକ କ୍ଷେତ୍ର ବୁଝାମଣା ଜନିତ ଶାନ୍ତି ଫେରିଆସିବ। ଆର୍ଥିକ ସମସ୍ୟା,ବନ୍ଧୁଙ୍କ ମତାନ୍ତର,ସ୍ଥଗିତ ରହିଯାଇଥିବା କାମ ସୁବିଧାରେ ସମ୍ପନ୍ନ ହୋଇଯିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରୁ ବିଶେଷ ଲାଭବାନ୍‍ ହୋଇପାରନ୍ତି।
ମୀନମୀନ

ପାରିବାରିକ ଜୀବନରେ ସୁଖ ସନ୍ତୋଷ ମାନସିକ ସ୍ଥିରତା ଆଣିବାରେ ସହାୟକ ହେବ। ସାହାଯ୍ୟକାରୀ ମନୋଭାବ କାରଣରୁ ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସକାଳୁ ସକାଳୁ ଶୁଭଖବର ପାଇ ମନ ଏକଦମ୍‍ ଖୁସି ହୋଇଯିବାର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସ୍ଥଗିତ କାମ ଓ ବିବାଦର ସମାଧାନ ପାଇଁ ବ୍ୟଗ୍ରତା ବୃଦ୍ଧି ପାଇବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧି ଜନିତ ବୈଷୟିକ ସୁଖ, ସମୃଦ୍ଧିରୁ ଖୁସିରହିବେ। ଆଲୋଚନା...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା ଯୋଗୁ ଦ୍ୱିଜା ନକ୍ଷତ୍ର ଆନନ୍ଦିତ ହୋଇପାରନ୍ତି।...

ରାଶିଫଳ: ବୁଧବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ର ଆପଣଙ୍କ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ରକୁ ନିରୁପଦ୍ରବ କରି ରଖିବ। ଶନି ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ସ୍ୱାସ୍ଥ୍ୟହାନିଜନିତ ଦୁଶ୍ଚିନ୍ତା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟାକରି ବିଫଳ ହେବେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।...

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ଭାଗ୍ୟସ୍ଥାନସ୍ଥ ଚନ୍ଦ୍ର ହେତୁ ସ୍ଥଗିତ କାମ ସମ୍ପନ୍ନ ସକାଶେ ତପ୍ତର ରହିବେ। ବନ୍ଧୁଙ୍କ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ଅଧିକ...

ରାଶିଫଳ: ରବିବାର, ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ଆପଣ କଳାନୁରାଗୀ, ସଙ୍ଗୀତପ୍ରିୟ, ସାହିତ୍ୟରସିକ ଓ ଚଳଚ୍ଚିତ୍ରପ୍ରେମୀ ଭାବରେ ପ୍ରଶଂସିତ ହୋଇପାରନ୍ତି। ମଙ୍ଗଳଙ୍କ କୁପ୍ରଭାବରୁ ଦେହ ଖରାପ ରହିପାରେ। ଅଶ୍ୱିନୀ ନକ୍ଷତ୍ରର କାମ ଯଥା...

ରାଶିଫଳ: ଶନିବାର , ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ପଦାଧିକାରୀଙ୍କ ପ୍ରୋତ୍ସାହନ ଲାଭକରି କାମକୁ ଉତ୍ସାହର ସହ କରିବେ। ପ୍ରତ୍ୟେକ ଦିଗରୁ ସୁବିଧା ଥିଲେ ମଧ୍ୟ ଭୁଲ୍‍ ବୁଝାମଣାରୁ ପାରିବାରିକ ଶାନ୍ତି ବ୍ୟାହତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image