Posted inRasifala

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ
ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଥିଲେ ମଧ୍ୟ ମାନସିକ ସ୍ଥିରତା ଅକ୍ଷୁଣ୍ଣ ରହିବ। ପ୍ରତ୍ୟେକ କାମ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କଷ୍ଟକର ହେବ। ବୃହସ୍ପତିଙ୍କ ସୁଦୃଷ୍ଟି ଆପଣଙ୍କ ଅର୍ଥନୀତି, ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ସଭାସମିତିର ସୁବିଚାର ଦିଗରେ ସାହାଯ୍ୟ କରିବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ପାରିବାରିକ ଶାନ୍ତି ନଷ୍ଟ ହୋଇପାରେ।
ବୃଷ
ବୃଷ
ନିଜର ସହଜାତ ଗୁଣଧର୍ମାନୁଯାୟୀ ବନ୍ଧୁ ମାଧ୍ୟମରେ କର୍ମକ୍ଷେତ୍ରକୁ ହଲ୍‍ଚଲ୍‍ କରିପାରନ୍ତି। ଆବଶ୍ୟକତା ପୂରଣ ସକାଶେ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ନିଷ୍ଫଳ ହେବନାହିଁ। ଅଫିସ୍‍ର କାର୍ଯ୍ୟବ୍ୟସ୍ତତା ଯୋଗୁ ଘରୋଇ କାମଗୁଡିକ ବାଧାପ୍ରାପ୍ତ ହେବ। କଳା, କ୍ରୀଡ଼ା, ସଙ୍ଗୀତ ଓ ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।
ମିଥୁନ
ମିଥୁନ
ସବୁ କିଛି ଠିକ୍‍ ଥିଲେ ମଧ୍ୟ ଶେଷ ପର୍ଯ୍ୟାୟର ବିବାଦୀୟ ସ୍ଥିତି ସଫଳତାକୁ ସ୍ଥଗିତ ରଖି ଦେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ବନ୍ଧୁବର୍ଗଙ୍କ ସହ ସୁସମ୍ପର୍କ ରହିବ ନାହିଁ। ଆର୍ଥିକ, ପାରିବାରିକ ଓ ଆନୁଷ୍ଠାନିକ କ୍ଷେତ୍ର ମଧ୍ୟ ବିଶେଷ ଭଲ ରହି ନ ପାରେ। ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ପ୍ରତ୍ୟେକ କ୍ଷେତ୍ରରେ ଲକ୍ଷ୍ୟହାସଲରେ ସମର୍ଥ ହେବେ।
କର୍କଟ
କର୍କଟ
ମନ ଯେମିତି ଚାହୁଁଛି ତଦନୁଯାୟୀ କାମ ନ ହୋଇପାରେ। କୌଣସି ବିଜାତୀୟ ବ୍ୟକ୍ତି ପରିସ୍ଥିତିକୁ ଓଲଟପାଲଟ କରିଦେବେ। ଦୈହିକ ଦୁର୍ବଳତା ମନୋବଳକୁ କମାଇଦେବା କାରଣରୁ କର୍ମସମ୍ପାଦନରେ ପଛେଇଯିବେ। ଆର୍ଥିକ ଅନଟନ ଥିଲେ ମଧ୍ୟ ବନ୍ଧୁଙ୍କ ସହଯୋଗ ପରିସ୍ଥିତିକୁ ସମ୍ଭାଳି ନେବାରେ ମୁଖ୍ୟ ଭୂମିକା ସାଜିପାରେ।
ସି˚ହ
ସି˚ହ
ମାନସିକ ଅସ୍ଥିରତା କାରଣରୁ ଉପରିସ୍ଥ କର୍ମଚାରୀଙ୍କ ପ୍ରତ୍ୟେକ କଥାକୁ ଠିକ୍‍ ଭାବେ ବୁଝି ପାରିବେନି। ବ୍ୟବସାୟ କ୍ଷେତ୍ରରୁ ଅଂଶଧନ ହିସାବରେ ଅଧିକ ଧନ ପାଇ ଖୁସି ହେବେ। ପରସ୍ଥିତିରେ ପଡି ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡିପାରେ। ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି।
କନ୍ୟା
ଦୀର୍ଘ ଦିନର ଆଶା ପୂରଣ ଦିଗରେ ସହକର୍ମୀଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇବେ। ଭାଇଙ୍କ ଆରୋଗ୍ୟଲାଭ ପାଇଁ ଦେବାର୍ଚ୍ଚନା ସକାଶେ ତତ୍ପରତା ପ୍ରକାଶ ପାଇବ। ପାରିବାରିକ, ସାମାଜିକ ଓ ରାଜନୈତିକ ପତିଆରା ବୃଦ୍ଧି ପାଇବା ସମ୍ଭାବନା ରହିଛି।
ତୁଳା
ତୁଳା
କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବା ସାଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ପାଇ ଖୁସି ହେବେ। କିନ୍ତୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ । ଆଲୋଚନା ପରିସରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସହକର୍ମୀଙ୍କ ସାହାଯ୍ୟ ଓ ସହାନୁଭୂତିରୁ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି।
ବିଛା
ବିଛା
ପରିସ୍ଥିତିବଶତଃ ଉପରିସ୍ଥଙ୍କ ସମ୍ମୁଖରେ ଭାବୁଥିବା କଥାଟି ପ୍ରକାଶ କରିବାରେ ପଛେଇଯିବେ। ଫଳତଃ ପାଇବା ସକାଶେ ଅନୁକୂଳ ସ୍ଥିତି ଥିଲେ ମଧ୍ୟ ସୁଯୋଗ ହାତଛଡ଼ା ହୋଇଯାଇପାରେ। ପରିବାରରେ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ରଚନାତ୍ମକ କାର୍ଯ୍ୟ, ନୂତନ ଯୋଜନା ତଥା ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିର ମୁକାବିଲା କରନ୍ତୁ, ଉପକାର ମିଳିବ। ଆପଣଙ୍କ ପ୍ରତିଷ୍ଠାକୁ ସହ୍ୟ କରି ନ ପାରି ନିଜ ଲୋକ ସମାଲୋଚନା କରିପାରନ୍ତି। ପାରିବାରିକ, ବ୍ୟବସାୟିକ କ୍ଷେତ୍ର, ନିର୍ମାଣାଧୀନ କାମ, ଚୁକ୍ତିପତ୍ର ସ୍ବାକ୍ଷରିତ ପାଇଁ ସମୟଟି ଅନୁକୂଳ ରହିବ। ଆଜିର ବନ୍ଧୁମିଳନ ସାଙ୍ଗକୁ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି।
ମକର
ମକର
ସମ୍ପର୍କୀୟଙ୍କ ସହଯାତ୍ରୀ ଭାବରେ ଆଜିର ସକାଳ ଯାତ୍ରା ବେଶ୍‍ ପ୍ରୀତିପ୍ରଦ ରହିବ। ସ୍ତ୍ରୀଙ୍କ ଉଦ୍ୟମରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବା । କାର୍ଯ୍ୟର ଗୁରୁତ୍ୱ ଦୃଷ୍ଟିକୋଣରୁ ଅଫିସ୍‍ରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। କିଛି କହି ନ ପାରିଲେ ମଧ୍ୟ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ।
କୁମ୍ଭ
କୁମ୍ଭ
ସରକାରୀ ସ୍ତରରୁ ଆଶା କରିଥିବା ଖବରଟି ପଡ଼ୋଶୀଙ୍କଠାରୁ ପାଇ ଖୁସି ହେବେ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସହକର୍ମୀମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଯାତ୍ରା, ବାଣିଜ୍ୟ, ଲେଖାପଢ଼ା, କଳା ସାହିତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗିତ କରିବେ।
ମୀନମୀନ

ଅତୀତର ଅନାଲୋଚିତ ଘଟଣାବଳୀ ମନକୁ ଆନ୍ଦୋଳିତ କରିପାରେ। ଭାଗୁଆଳିଙ୍କ ଉପରେ ସନ୍ଦେହ ବୃଦ୍ଧି କାରଣରୁ ବ୍ୟବସାୟରେ ମନାନ୍ତର ସୃଷ୍ଟି ହେବ। ଅଧୈର୍ଯ୍ୟ ନ ହୋଇ ସମୟକୁ ଅପେକ୍ଷା କଲେ ବିଳମ୍ବରେ ହେଉ ପଛେ କାର୍ଯ୍ୟ ସାଧିତ ହେବ। ସଭାସମିତିରେ ନୂତନ ଯୋଜନା ସମ୍ପର୍କିତ ଆଲୋଚନା ଫଳପ୍ରଦ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri