Posted inRasifala

ରାଶିଫଳ: ସୋମବାର, ଏପ୍ରିଲ୍‍ ୨୧ ତାରିଖ – Daily Horoscope

ମେଷ
ଆଜି ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମ୍ମାନିତ ହେବେ। ଆପଣ ସମୟୋଚିତ ପଦକ୍ଷେପ ନେଇପାରିଲେ ହିଁ କୃତକାର୍ଯ୍ୟ ହେବା ସମ୍ଭାବନା ରହିବ। ସ୍ଥଗିତ କାମ ସକାଶେ ପାରସ୍ପରିକ ଦୋଷାରୋପଜନିତ ତିକ୍ତତା ଦେଖାଦେଇପାରେ। ପାରିବାରିକ ଦିଗଟି ଭଲ ରହିବ ଏବଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସଙ୍କଟଜନକ ସ୍ଥିତି ଦୂରେଇଯିବ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ମାର୍ମିକ ବିଚାରଧାରା ଶୃଙ୍ଖଳିତ ଜୀବନଯାପନରେ ସହାୟକ ହେବ। ଅଭିଳଷିତ ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଅସହଯୋଗ କରିପାରେ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ବାଣିଜ୍ୟ, ବ୍ୟବସାୟ, ଯାତ୍ରା ସନ୍ତୋଷଜନକ ନ ହୋଇପାରେ।
ମିଥୁନ
ମିଥୁନ
ମାନସିକ ଦ୍ୱନ୍ଦ୍ୱର ଅବସାନ ସକାଶେ ବନ୍ଧୁଙ୍କ ପରାମର୍ଶ ଗ୍ରହଣକଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପରିବାରର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ମୂଲ୍ୟବାନ୍‍ ଜିନିଷ କିଣିପାରନ୍ତି। ଯାତ୍ରା ସମୟରେ କୌଣସି ଭୁଲ୍‍ କାମ କରି ଅନୁତପ୍ତ ହେବେ।
କର୍କଟ
କର୍କଟ
କୌଣସି କାର୍ଯ୍ୟ ଶୃଙ୍ଖଳିତ ନ ହେବାରୁ ମନ ଚିନ୍ତାକୁଳ ରହିପାରେ। ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ବନ୍ଧୁଙ୍କ ସହାୟତାରେ ପୁନଃ ପ୍ରତିଷ୍ଠିତ ହେବ। ସାମାଜିକ ସ୍ତରରେ ସମ୍ମାନିତ ହେବେ ଏବଂ ଶିକ୍ଷା, ପରୀକ୍ଷା, ଗବେଷଣା, କଳା, ସାହିତ୍ୟାଦିରେ ସମସ୍ୟା ଦୂରେଇଯିବ। ତଥାପି ପରକଥାରେ ପ୍ରଭାବିତ ହୋଇ ସମାଲୋଚନାର ଶରବ୍ୟ ହୋଇପାରନ୍ତି।
ସି˚ହ
ସି˚ହ
ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରୁ ପୂର୍ଣ୍ଣ ସନ୍ତୋଷ ପାଇବା କଷ୍ଟକର ହେବ। ଆପଣଙ୍କ ଦୂରଯାତ୍ରାର ପ୍ରସ୍ତୁତି, ବ୍ୟୟବୃଦ୍ଧି ରୋକିବା ପାଇଁ ଯୋଜନା, ବନ୍ଧୁଙ୍କ ସହ ଆଲୋଚନାରେ ଅଗ୍ରଗତି ଘଟିବ। ବ୍ୟବସାୟରେ ସନ୍ତୋଷଜନକ ଫଳ ଦେଖା ଦେବ। ସ୍ବାର୍ଥକୁ ଆଖିଆଗରେ ରଖି ମିତ୍ର କେହି ଛଳନା କରିପାରେ।
କନ୍ୟା
ବୁଝାମଣା ଅଭାବରୁ ଭ୍ରାତୃବିବାଦ, ଜମିଜମା କଳହ, ପାରିବାରିକ ଅଶାନ୍ତିର କାରଣ ହେବ ା ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କଲେ ଶତ୍ରୁତା ଅର୍ଜନ କରିପାରନ୍ତି ା ଉପରିସ୍ଥ ପଦାଧିକାରୀଙ୍କ ଆଦେଶାନୁସାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିବ ା ବଳହୀନ ବୁଧ ଗ୍ରହ ବୌଦ୍ଧିକତାକୁ ବର୍ଦ୍ଧନକଲେ ମଧ୍ୟ ବନ୍ଧୁତାକୁ କ୍ଷୁଣ୍ଣ କରିବ ା
ତୁଳା
ତୁଳା
ଆଜି କାହାକୁ କିଛି କଡ଼ା କଥା କହିବେ ନାହିଁ , ମାତ୍ର ଆପଣଙ୍କୁ କିଏ କହିଲେ ଜମା ଛାଡ଼ିବେ ନାହିଁ। ସବୁ ସମୟରେ ମିଶୁଥିବା ଲୋକ ପଛରେ ଚେର କାଟୁଥିବାର ଝଲକ ଦେଖିବାକୁ ମିଳିବ। ବନ୍ଧୁମାନେ ବିଭ୍ରାନ୍ତିକର ଖବର ପରିବେଷଣକରି ସମସ୍ୟାକୁ ବଢ଼ାଇଦେଇ ପାରନ୍ତି। ଆନୁଷ୍ଠାନିକ କାମ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା
ବିଛା
ଆଜି ଆପଣ ବଡ଼ଲୋକାଙ୍କ ସହ ମିଶିବେ, ହସଖୁସିରେ ରହିବା ସହ ନୂଆ ନୂଆ କାମ କରିବେ। ମାତ୍ର ବେକାର ଖର୍ଚ୍ଚ, ବୃଥା ଭ୍ରମଣ, ପରିବାରରେ ଝଗଡ଼ାରୁ ତ୍ରାହି ମିଳିବ ନାହିଁ। ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ଦୁଃଖକୁ ଭୁଲିଯାଇପାରନ୍ତି। ସାମାଜିକ ପ୍ରତିଷ୍ଠା ବଢ଼ିବା ସହ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‍ ହୋଇଯିବ ା
ଧନୁ
ଧନୁ
ମନ ଭିତରେ କୋହକୁ ଲୁଚାଇ ହସି କଥା କହିବେ। ବନ୍ଧୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେବେ, କିନ୍ତୁ ଅଲଗା ଅନ୍ତର୍ନିହିତ ଉଦ୍ଦେଶ୍ୟ ନିହିତ ରଖିଥାଇପାରନ୍ତି। ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ, କିନ୍ତୁ ବିଶେଷ ଅସୁବିଧା ହେବନାହିଁ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ ଏବଂ ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
ମକର
ମକର
ଘରେ ହେଉ କିମ୍ବା ବାହାରେ ସବୁଠି ସ୍ନେହ, ଶ୍ରଦ୍ଧା, ଆଦର ଓ ସମ୍ମାନ ଊଣା ହେବ ନାହିଁ। କିନ୍ତୁ ମନ ଭିତରର ଅଲଗା ଚିନ୍ତାଧାରାଟି ପୂର୍ଣ୍ଣ ନ ହେବା କାରଣରୁ ଛଟପଟ ହେବାକୁ ପଡ଼ିପାରେ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ କିମ୍ବା କିଛି ଭୁଲ୍‍ କରିପାରନ୍ତି। ଆର୍ଥିକ ସ୍ଥିତି କ୍ରମଶଃ ବଦଳିଯିବା କାରଣରୁ ଉଦ୍‍ବିଗ୍ନତା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଶ୍ରୁତିରୋଚକ କଥା କହି ଅନ୍ୟଙ୍କୁ ମନେଇ ନେବେ ଓ ଆର୍ଥିକ ଦିଗରୁ ଉପକୃତ ହେବେ। ହାତରେ ଥିବା କାମ ଯେତେ ଶୀଘ୍ର ସମାପ୍ତ କରିବାକୁ ଚାହୁଁଛନ୍ତି ତାହା ହେବା କଷ୍ଟକର ହୋଇପାରେ। ଯଦିଓ କୌଣସି କାମ ଅଟକି ରହିବ ନାହିଁ ତଥାପି ଧୀର ମନ୍ଥର ଗତି ହେତୁ ବିରକ୍ତିକର ମନେହେବ। ପରକଥାରେ ମୁଣ୍ଡ ପୂରାଇ ଭୁଲ୍‍ ମାର୍ଗାନୁସରଣ କରିପାରନ୍ତ।
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ ନ କଲେ ନେଡ଼ିଗୁଡ଼ କହୁଣିକୁ ବୋହିଯିବା ଆଶଙ୍କା ଦେଖାଦେଇପାରେ। ଆଜି ଆପଣଙ୍କ ସମ୍ମୁଖରେ କିଏ କିଛି କହିବେ ନାହିଁ, କିନ୍ତୁ ପଛରେ ସମାଲୋଚନା କରିବାକୁ ଛାଡ଼ିବେ ନାହିଁ। ତଥାପି ବିଭିନ୍ନ କ୍ଷେତ୍ରରେ ସମସ୍ୟା ସମାଧନ ହୋଇପାରିବା କାରଣରୁ କିଛିଟା ଆଶ୍ୱସ୍ତି ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri