Advertisement
Categories: Rasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୧୮ ତାରିଖ – Daily Horoscope

ମେଷ
ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ଜଣେ ଦୂରାଗତ ବନ୍ଧୁ ସାହାଯ୍ୟ କରିବେ । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେଇପାରନ୍ତି। ଯାନ୍ତ୍ରିକ ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ଅଶ୍ୱିନୀ ନକ୍ଷତ୍ର ସକାଶେ ଜମିଜମା କିଣାବିକା ଘଟଣାରେ ମନସ୍ତାପ କରିବାକୁ ପଡିବ ।
ବୃଷ
ବୃଷବୃଷ
ଅନୁକୂଳ ଗ୍ରହ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ସାଙ୍ଗକୁ ପ୍ରଶଂସିତ ହୋଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ମନବଳ ଟାଣ ରହିବ ଓ ଅଟକି ରହିଥିବା କାମ ଶେଷ କରିବେ। ପରିବାର ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ।
ମିଥୁନ
ମିଥୁନମିଥୁନ
ସମସ୍ୟା ଲାଗି ରହିଥିଲେ ମଧ୍ୟ କାମ ସଫଳତାର ସହ ସମ୍ପନ୍ନ କରିବେ। ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ବ୍ୟବସାୟରେ ସମସ୍ୟା ବଡ଼ ଆକାର ଧାରଣ କରିବାର ସମ୍ଭାବନା ରହିଛି । ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ସକାଶେ ଅନ୍ୟମାନଙ୍କର ପରାମର୍ଶକୁ ଶ୍ରେୟ ମନେକରିବେ।
କର୍କଟ
ଶନିଙ୍କ ଦୃଷ୍ଟିରେ ରାଶିଥିବାରୁ ସତର୍କତା ଅଭାବରୁ ସ୍ବାସ୍ଥ୍ୟହାନିର ଆଶଙ୍କା ରହିଛି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି କାମ କରିବା ଦ୍ୱାରା କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବେ। ବିନା କାରଣରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି।
ସି˚ହ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଆର୍ଥିକ ଅନଟନକୁ ଦୂରେଇବାରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଯାନବାହନ, କଳ କାରଖାନା, ହୋଟେଲ ଶିଳ୍ପ, ଲୌହ, ଷ୍ଟେସନେରି ବ୍ୟବସାୟରେ ଲାଭବାନ୍‌ ହେବେ। ମଘା ନକ୍ଷତ୍ର ସନ୍ତାନଙ୍କ କୃତିତ୍ୱରେ ଗର୍ବ ଅନୁଭବ କରିବେ।
କନ୍ୟା
ମଙ୍ଗଳ ନବମସ୍ଥ ଥିବାରୁ ଆଜି କୌଣସି ସମସ୍ୟା ଆପଣଙ୍କୁ ବିଚଳିତ କରି ପାରିବ ନାହିଁ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି । କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ ସକାଶେ ସମର୍ଥ ହେବେ। କିଛି ଶୁଭ ଖବର ପାଇ ମନ ଭିତରେ ଲୁଚି ରହିଥିବା ଦୁଃଖ ଓ ନୈରାଶ୍ୟକୁ ପାସୋରି ଦେବେ ।
ତୁଳା
ସ୍ବଗୃହୀ ଚତୁର୍ଥକେନ୍ଦ୍ରସ୍ଥ ଶନି ହେତୁ ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବାରେ ସଫଳତା ଅର୍ଜନ କରିବେ । ପରିବାରରେ ସାଧାରଣ କଥାରେ ତର୍କ କାରଣରୁ ମତ ପାର୍ଥକ୍ୟ ହୋଇପାରେ। ରଚନାତ୍ମକ କାମରେ,ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ, ଚୁକ୍ତିପତ୍ର କରିବାରେ ସଫଳ ହେବେ। ଦୀର୍ଘଦିନ ଉପରାନ୍ତେ ଆରୋଗ୍ୟ ଲାଭ କରି ଖୁସି ହେବେ।
ବିଛା
ପରୋକ୍ଷରେ ସୃଷ୍ଟି ହୋଇଥିବା ସମସ୍ୟାର ଆଜି ସହଜରେ ସମାଧାନ ହୋଇଯିବ। ଜ୍ୟେଷ୍ଠା ନକ୍ଷତ୍ର କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସାମାନ୍ୟ ପ୍ରତିବନ୍ଧକ ସାମୟିକ କାମଟିକୁ ଅଟକାଇ ଦେଇପାରେ।
ଧନୁ
ଗ୍ରହମାନଙ୍କ ଶୁଭାଶୁଭ ମିଶ୍ରିତ ଫଳ ଆଜିର ଜୀବନଚର୍ଯ୍ୟାକୁ ଭଲମନ୍ଦ ଦେଇ ଅତିବାହିତ କରାଇବ। ରଚନାତ୍ମକ କାର୍ଯ୍ୟ, ଆଲୋଚନା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବକେୟା ଅର୍ଥ ଆଦାୟ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।
ମକର
ପାପମଧ୍ୟସ୍ଥ ଗୁରୁ ହେତୁ ବନ୍ଧୁଙ୍କ ପରାମର୍ଶ କ୍ରମେ କୌଣସି ନୂତନ କାର୍ଯ୍ୟରେ ଯୋଗ ଦେବାକୁ ସ୍ଥିର କରିପାରନ୍ତି। ବିବାଦୀୟ ଘଟଣା ଅମୀମାଂସିତ ରହିବା କାରଣରୁ ମାନସିକ ଯନ୍ତ୍ରଣା ପାଇବେ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପିଲାମାନଙ୍କ ଶିକ୍ଷା ଓ କୃତିତ୍ୱରେ ଆନନ୍ଦ ଅନୁଭବ କରିବେ।
କୁମ୍ଭ
ପୂର୍ବଭାଦ୍ରପଦ ନକ୍ଷତ୍ରର ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ, ଯଦ୍ଦ୍ବାରା କି ବନ୍ଧୁବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବେ। କୌଣସି ଦୁଃଖାନ୍ତକ ବିଷୟରେ ପାଖ ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି। ପାରସ୍ପରିକ ସହାନୁଭୂତି ମାଧ୍ୟମରେ ପାରିବାରକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ।
ମୀନ
ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ଯୁକ୍ତିତର୍କ ଓ ମତାନ୍ତର ଜନିତ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି। କଠୋର ପରିଶ୍ରମ କରି କର୍ମକ୍ଷେତ୍ରର ସମସ୍ୟାଗୁଡ଼ିକର ସମାଧାନ କରିବାରେ ସଫଳ ହେବେ। ରେବତୀ ନକ୍ଷତ୍ର ଦୋକାନବାଡି, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ ।