ଦ୍ୱିଜା ନକ୍ଷତ୍ର ଆଜି ଦିନଟିରେ ସହଜ ଓ ସୁବିଧାରେ କାମ ହାସଲ କରିବେ । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିପାରନ୍ତି । ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ ।
କୃତ୍ତିକା ନକ୍ଷତ୍ର ପାଇଁ ପରୋକ୍ଷ ଶତ୍ରୁତା ପ୍ରାପ୍ୟଧନରେ ବାଧା ସୃଷ୍ଟି କରିବ । ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଆପଣଙ୍କୁ ଅତିଷ୍ଠ କରିପାରେ । କଳା, ସାହିତ୍ୟ, ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇଯିବ । ପିଲାମାନଙ୍କ ଗୌରବ ସାମୟିକ ସାନ୍ତ୍ୱ୍ବନାର କାରଣ ହେବ ।
ପୁନର୍ବସୁ ନକ୍ଷତ୍ରର ଅନ୍ୟମନସ୍କତା କାରଣରୁ ଟଙ୍କା ପଇସା କିମ୍ବା କୌଣସି ଜିନିଷ ହଜିଯାଇପାରେ । ପାରିବାରିକ ସମସ୍ୟାକୁ ନେଇ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି ।
ବିଭିନ୍ନ ସମସ୍ୟା ବିଷୟ ଚିନ୍ତାକରି ଆଜିର ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ଅଶ୍ଳେଷା ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା ସମାଲୋଚିତ ହେବାକୁ ପଡିପାରେ । ଆର୍ଥିକ ଦିଗଟି ଭଲ ରହିବ, କିନ୍ତୁ ବାକି ଥିବା ଟଙ୍କା ଫେରି ପାଇବେ ନାହିଁ । ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ।
ଅଧିକାଂଶ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । କୌଣସି ଆନୁଷ୍ଠାନିକ କାମ କିମ୍ବା କୌଣସି ଶୁଭକାର୍ଯ୍ୟରେ ଯୋଗଦେଇପାରନ୍ତି । ପୂର୍ବାଫାଲଗୁନୀ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ବ୍ୟବସାୟ, ନିର୍ମାଣ, କାରିଗରୀ, କଣ୍ଟ୍ରାକ୍ଟରୀ, ରପ୍ତାନି ବାଣିଜ୍ୟରେ ଉନ୍ନତି କରିବେ ।
ଯାହା ପାଇବା ପାଇଁ ଆଶା ବାନ୍ଧି ବସିଛନ୍ତି ତାହା ପାଇବା ପାଇଁ ଲଢେଇ କରିବାକୁ ପଡିପାରେ । ବ୍ୟବସାୟରେ ଲାଭ ମିଳିବ; ମାତ୍ର ତାହା ଅନ୍ୟ ଦିଗରେ ବ୍ୟୟ ହୋଇଯିବ । ଖାଦ୍ୟର ବିଷମତା ହେତୁ ପେଟ ଗୋଳମାଳ ଦେଖାଦେଇ ପାରେ । ହସ୍ତା ନକ୍ଷତ୍ର ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ।
ଆଜିର ଯାତ୍ରା ସ୍ଥଗିତ ରହିଯିବ,ବ୍ୟବସାୟରେ ଝଗଡାଜନିତ ମାନସିକ ଅଶାନ୍ତିର ସୂଚନା ରହିଛି । ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି, ଆପଣ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ସ୍ବାତୀ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି ।
କାମରେ କିଛିଟା ପ୍ରତିବନ୍ଧକ ଲାଗି ରହିଥିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ଗାଡି ମରାମତି ଘର ସାଜସଜ୍ଜା,ବ୍ୟବସାୟିକ ଆଲୋଚନାରୁ ସଫଳତା ମିଳିବ । ଅଫିସ୍ କାମ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଜ୍ୟେଷ୍ଠା ନକ୍ଷତ୍ର ସକାଶେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ।
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ଅବଶ୍ୟମ୍ଭାବୀ । କଳା, ସାହିତ୍ୟ, କ୍ରୀଡା କିମ୍ବା ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ । ଉତ୍ତରାଷାଢା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ । ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡିପାରେ ।
ମନ ବୁଝିଲା ଭଳି କିଛି ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ । କୌଣସି ପ୍ରତୀକ୍ଷିତ ଖବରଟି ପଡୋଶୀଙ୍କଠାରୁ ପାଇ ଖୁସି ହେବେ । ଭୁଲ୍ ବୁଝାମଣା କାରଣରୁ ପରିବାରରେ ମାନସିକ ଅଶାନ୍ତି ଦେଖା ଦେଇପାରେ । ଶ୍ରବଣା ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ ।
ଯାନ ବାହନରେ ଯାତ୍ରାକାଳୀନ ଅପ୍ରୀତିକର ପରିସ୍ଥିିତିର ସାମ୍ନା କରିବାକୁ ପଡିପାରେ । ଶତଭିଷା ନକ୍ଷତ୍ର ବ୍ୟକ୍ତିବିଶେଷ ପ୍ରଚାରିତ ମିଥ୍ୟା ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ଶୁଭଫଳ ମିଳିବ ।
ଅତୀତର କୌଣସି ଅଭୁଲା କଥା ମନକୁ ବାରମ୍ବାର ଆଲୋଡିତ କରିବ । ଉତ୍ତରଭାଦ୍ର ନକ୍ଷତ୍ର ପାଇଁ ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି । ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍ ରୋଗରେ କଷ୍ଟ ପାଇବେ । ମିତ୍ର ବନ୍ଧୁମାନେ ଅସହଯୋଗ କରିପାରନ୍ତି ।