Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୮ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ମଧ୍ୟ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ ।  ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ ।  ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କିଛି କରିବାର ନାହିଁ ।  ପ୍ରତୀକ୍ଷିତ ସ୍ଥାନରୁ ଶୁଭଖବର ପାଇ ଉଲ୍ଲସିତ ହେବେ ।  ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ ।
ବୃଷ
ବୃଷ

ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବାର ସମ୍ଭାବନା ରହିଛି ।  ଶୁକ୍ରଙ୍କ ତୃତୀୟସ୍ଥ ରବିଙ୍କ ଯୋଗୁ ଏହି ସମୟରେ ସରକାରୀ ସ୍ତରରେ ହାରିଗୁହାରି କିଏ ବୁଝିବେ ନାହିଁ ।  ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।  ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି ।

ମିଥୁନ
ମିଥୁନ
ଆଜି ଆପଣ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ତାହା ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ ।  ଏକ ଭିନ୍ନ ପରିସ୍ଥିତିରେ ଜଣେ ଜଣାଶୁଣା ବ୍ୟକ୍ତିଙ୍କ ସାହାଯ୍ୟ ଲାଭରୁ ଉପକୃତ ହେବେ ।  ସରକାରୀ ଆଦେଶପ୍ରାପ୍ତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ ।  ସାମାନ୍ୟ ବିଳମ୍ବରେ ଅଭିଳଷିତ ଅର୍ଥ ପାଇବେ ।
କର୍କଟ
କର୍କଟ
ଅଧିକାଂଶ ସମୟ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି ।  କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ ।  କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ବିବ୍ରତବୋଧ କରିପାରନ୍ତି ।  କୋର୍ଟକଚେରି ମାମଲାର ଆଶୁ ଶୁଣାଣି ହେବ ।  ମଜା କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ ।
ସି˚ହ
ସି˚ହ
ଗୃହରେ ଉନ୍ନତ ଚିନ୍ତା ମାନସିକ ସ୍ଥିରତା ପ୍ରଦାନରେ ସହାୟକ ହେବ ।  ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ ।  ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।  ପରିବାରର ଖର୍ଚ୍ଚ ପରିମାଣ ଦି’ଗୁଣା ହୋଇପାରେ ।  କାଶ ଓ କଫଜନିତ ପୀଡାରୁ କଷ୍ଟ ଅନୁଭବ କରିପାରନ୍ତି ।
କନ୍ୟା
ଦୃଷ୍ଟିକୋଣର ଭିନ୍ନତା ଓ ଅସଂଗତ ବିଚାରଧାରା କାରଣରୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ ।
କଠିନ ପରିଶ୍ରମ ଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।  ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ ।  ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ ।
ତୁଳା
ତୁଳା
ଆଜିର ଯାତ୍ରାରେ ସଫଳତା ପାଇବେ ।  କର୍ମକ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ ।  ଚାକିରି କ୍ଷେତ୍ରରେ ପଦୋନ୍ନତି ଘଟିବାର ସମ୍ଭାବନା ରହିଛି ।  ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି ।  ସାମାଜିକ ସ୍ତରରେ ଶତ୍ରୁତା କାରଣରୁ ମାନସିକ ଅସ୍ଥିରତା ଲାଗିରହିବ ।
ବିଛା
ବିଛା
ପରିସ୍ଥିତିକୁ ଆଖି ଆଗରେ ରଖି ମନ ବୁଝିଲାଭଳି କଥା କହିପାରିଲେ ସହଜରେ କାମ ହାସଲ କରିପାରିବେ ।  ସାହାଯ୍ୟ ଲାଭ କରି ଆଜି ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାର ଆଶା ରହିଛି ।  ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ନ ରହିଲେ କଳହର ସାମନା କରିବାକୁ ପଡିବ ।  ସ୍ବାସ୍ଥ୍ୟ ପୂର୍ବପରି ରହିବ ।
ଧନୁ
ଧନୁ
କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ ।  କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ ।  ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ ।  ରାଜନୀତି ତଥା ପ୍ରଶାସନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।
ମକର
ମକର

ଦିନର ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ ।  ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ, ଯାହା କି କାମ ପାଇଁ ମନୋବଳ ସୃଷ୍ଟି କରିବ ।  ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି ।  ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ।  ଯାତ୍ରାରେ ଲକ୍ଷ୍ୟ ହାସଲ କରିବେ ।

କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ ।  ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।  ଅନିଚ୍ଛା ସତ୍ତ୍ୱେ କେତେକ କାମ କରିବାକୁ ବାଧ୍ୟ ହେବେ ।  ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢିଯିବ ।  ଭୁଲ୍‌ ବୁଝାମଣାରୁ ବିଚଳିତବୋଧ କରିପାରନ୍ତି ।
ମୀନମୀନ

ଅର୍ଥଲାଭ ସଙ୍ଗକୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ।  ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ମଧ୍ୟ ଭଲ ରହିବ ନାହିଁ ।  ଅସଫଳ କାମଗୁଡିକର ସମୀକ୍ଷା କରିବେ ଓ ଅସଂଗତି ଦୂର କରିବାର ପ୍ରଯନତ୍ କରିବେ ।  ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ ଆର୍ଥିକ ଉନ୍ନତି ସହ କୌଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ଯୋଜନା କରିବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନ...

ରାଶିଫଳ: ଶନିବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ପ୍ରଭାବରେ ପୂଜାପାର୍ବଣରେ ସତ୍‌ସଙ୍ଗ ଓ ଈଶ୍ୱରୀୟ ଅନୁଚିନ୍ତା ଜାଗ୍ରତ ହେବ। ଜଣେ ବନ୍ଧୁ ଘରକୁ ଆସିବେ ଏବଂ ଫେରିବା ସମୟକୁ...

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ ଆଜି କର୍ମାଧିପ ବକ୍ରି ଶନିଙ୍କ ପ୍ରଭାବରେ କାର୍ଯ୍ୟବ୍ୟସ୍ତତା କାରଣରୁ ଅଧିକାଂଶ ସମୟ ମନ ଅସ୍ଥିର ରହିବ। ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୫ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସମସ୍ୟାବହୁଳ ସାମାଜିକ ସ୍ଥିତି ଦେଖାଦେଇପାରେ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନ ରୁହନ୍ତୁ । ଆକସ୍ମିକ ଭାବରେ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ ଆଜି ସୁସ୍ଥ ପାରିବାରିକ ଜୀବନ ସଙ୍ଗକୁ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବୃଦ୍ଧି ଘଟିବ। ନୂତନଗୃହ, ଗାଡ଼ି, ମୋଟର କ୍ରୟକରିବା ସକାଶେ ମନ ବଳାଇ ପାରନ୍ତି।...

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୩ ତାରିଖ – Daily Horoscope

ମେଷ ଆଜି ନିଜ ନିଜ ସ୍ତରରେ ଅର୍ଥ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଲାଭକରିବେ। ଦୃଢ଼ ମନୋବଳ ଓ ସୁଚିନ୍ତିତ ବିଚାରଧାରା ହେତୁ କିଛି ଅସୁବିଧା ହେବନାହିଁ।...

ରାଶିଫଳ: ସୋମବାର, ସେପ୍ଟେମ୍ବର ୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ଟଙ୍କା ପଇସା, ଯାତ୍ରା, ବାଣିଜ୍ୟ, ବ୍ୟବସାୟ,ପ୍ରତିଯୋଗିତା ପାଇଁ ଚିନ୍ତା କରିବେ। ଶେଷ ପର୍ଯ୍ୟାୟକୁ ଯାଇଥିବା କୌଣସି ନିଷ୍ପତ୍ତି ଆମତ୍ୀୟସ୍ବଜନଙ୍କ ବିରୁଦ୍ଧାଚରଣ...

ରାଶିଫଳ: ରବିବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଚତୁର୍ଥ କେନ୍ଦ୍ରରେ ଅବସ୍ଥାନ କରିଥିବା ଯୋଗୁ କର୍ମାରମ୍ଭ ପ୍ରସ୍ତୁତି କରିପାରନ୍ତି। ପାପଗ୍ରହ ମଧ୍ୟସ୍ଥ ହେତୁ ଅଧିକାଂଶ ସମୟ ନିଜ ଲୋକଙ୍କ ବିରୁଦ୍ଧାଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri