Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ
ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ଅକ୍ଷୁଣ୍ଣ ରହିବ। ଗ୍ରହସ୍ଥିତିର ଶୁଭତ୍ୱ କାରଣରୁ ଯାହାକରନ୍ତୁନା କାହିଁକି ସବୁକାମରେ ସିଦ୍ଧିଲାଭ ଅବଶ୍ୟମ୍ଭାବୀ। ବନ୍ଧୁମାନଙ୍କର ମନୋଭାବକୁ ଠିକ୍‌ ଭାବେ ବୁଝିପାରିବେନି। ବାଣିଜ୍ୟ,ବ୍ୟବସାୟ, କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ।
ବୃଷ
ବୃଷ

ଶନିଙ୍କ ଦୃଷ୍ଟିର କୁପ୍ରଭାବରେ ଭାଇ, ବନ୍ଧୁ କିମ୍ବା ପଡୋଶୀ, ସହକର୍ମୀଙ୍କ ସହ ସୁସମ୍ପର୍କ ରହି ନ ପାରେ। ମାନସିକ ସ୍ଥିତି ଠିକ୍‌ ରହିଲେ ମଧ୍ୟ ସମସ୍ୟା ସମାଧାନରେ ପ୍ରତାରିତ ହୋଇପାରନ୍ତି। କୌଣସି ମୂଲ୍ୟବାନ ଜିନିଷ କିଣିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ଅନୁଭବ କରିବେ।

ମିଥୁନ
ମିଥୁନ
ରାହୁ ଯୁକ୍ତ ଶୁକ୍ର ଓ ଅଷ୍ଟମ ଶନିଙ୍କ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର ନ କରି କାମ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ନିଜର ଫାଇଦା ହାସଲ ପାଇଁ ଆତ୍ମୀୟସ୍ବଜନମାନେ ଫନ୍ଦିଫିକର କରିପାରନ୍ତି। ଆର୍ଥିକ ସ୍ଥିତି ଓ ପାରିବାରିକ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।
କର୍କଟ
କର୍କଟ
ରାଶ୍ୟାଧିପ ତୃତୀୟସ୍ଥ ଯୋଗୁ ଦୃଢପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ମନରେ ସାହସ ଭରି ରହିଥିଲେ ମଧ୍ୟ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଆର୍ଥିକ ଅନଟନ ଲାଗି ରହିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ।
ସି˚ହ
ସି˚ହ
ସ୍ବଗୃହୀ ରବି ଧନ ଏକାଦଶାଧିପତି ଯୁକ୍ତ କାରଣରୁ ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟରୁ ଅର୍ଥ ଓ ସମ୍ମାନ ଲାଭ କରିବେ। ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶରେ ଦୂରଯାତ୍ରା କରିବାକୁ ପଡିପାରେ। ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି। ମାନସିକ ଅବସାଦ ଯୋଗଁୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
କନ୍ୟା
ଧନାଧିପତିଙ୍କ ପାପସଂଯୁକ୍ତ ହେତୁ ଆର୍ଥିକ ପରିସ୍ଥିତି କ୍ରମଶଃ ନିମ୍ନାଭିମୁଖୀ ହୋଇପାରେ। ଭଲ ସମ୍ପର୍କ ଥିବା ସମ୍ପର୍କୀୟମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ଧାରଣାର ବଶବର୍ତ୍ତୀ ହେବେ। ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ଅବଶ୍ୟ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ତୁଳା
ତୁଳା
ଶନିଙ୍କ ସୁପ୍ରଭାବରେ ଆନୁଷ୍ଠାନିକ କାମରେ ଅଗ୍ରଣୀ ହେବା ସହ ପାରିବାରିକ ସ୍ତରରେ ବନ୍ଧୁବର୍ଗଙ୍କ ସହାନୁଭୂତି ଲାଭକରିବେ। କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତାରୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ।
ବିଛା
ବିଛା
ରାଶିପ୍ରତି ରାଶ୍ୟାଧିପତିଙ୍କ ଦୃଷ୍ଟିରୁ ଦୈହିକ ସୁସ୍ଥତା ଫେରି ଆସିବ। ହଜିଯାଇଥିବା ଧନ ଭାଙ୍ଗିଯାଇଥିବା ସମ୍ପର୍କ ପୁନଶ୍ଚ ଫେରି ଆସିବାର ଅନୁଭବ କରିବେ। କିନ୍ତୁ ନିଜେ ସାମିଲ୍‌ ହୋଇଥିବା ଗଠନମୂଳକ କାଯର୍‌ୟରେ ଗତି ମନ୍ଥର ହୋଇପାରେ। ଆଶା କରୁଥିବା କାମ ହାସଲ ଜନିତ ମାନସିକ ଅବସାଦ ଦୂର ହେବ।
ଧନୁ
ଧନୁ
ମୁଖଭାବରେ ଶନି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ଅନୁପ୍ରେରିତ କରିବ। ଅଭାବ ରହିବନି ଏବଂ ଯାହା ଚାହୁଁଛନ୍ତି ତାହା ଅବଶ୍ୟ କାର୍ଯ୍ୟରେ ପରିଣତ କରିପାରିବେ। ସାଧାରଣ କଥାରେ ଭାବପ୍ରବଣତାର ବଶବର୍ତ୍ତୀ ନ ହୋଇ ପରିସ୍ଥିତିର ମୁକାବିଲା କରିବା ଭଲ ହେବ।
ମକର
ମକର

ଚତୁର୍ଥ ଓ ସପ୍ତମାଧିପ ଶୁଭ ଭାବରେ ଥିବାରୁ ମନ ଅନୁଯାୟୀ କାମ କରିବେ ଏବଂ ତଦନୁସାରେ ସୁଫଳ ମଧ୍ୟ ପାଇବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। କାର୍ଯ୍ୟ ହାସଲ ସକାଶେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ତଥାପି କେତେକ କ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ।

କୁମ୍ଭ
କୁମ୍ଭ
ତୃତୀୟଭାବରେ ସ୍ବଗୃହୀ ମଙ୍ଗଳ ଆପଣଙ୍କ ଭ୍ରାତୃସୈାଖ୍ୟ ଓ ଜମିଜମା କିଣାବିକା କ୍ଷେତ୍ରରେ ସୁଫଳ ପ୍ରଦାନ କରିବ। କିନ୍ତୁ ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। କର୍ମକ୍ଷେତ୍ରରେ ବାରମ୍ବାର ବିଫଳତା କାରଣରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ।
ମୀନମୀନ

କଥାରେ କଠୋରତା କାମରେ ବିଫଳତା ମାନସିକ ଅଶାନ୍ତିର କାରଣ ହେବ। ଅସଫଳତାରେ ଅଂଶୀଦାର ବ୍ୟବସାୟୀଙ୍କ ସହ ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ମାନମନାନ୍ତର ଦେଖା ଦେବ। ପରିବାରର ଆବଶ୍ୟକତାକୁ ନେଇ ଆଜି ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri