Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ
କୃତ୍ତିକା ନକ୍ଷତ୍ରର ଅତି ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ହେବେ। ଅବଶ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବ।
ବୃଷ
ବୃଷ
ଆର୍ଥିକ ସମସ୍ୟା କେତେକ ପାରିବାରିକ ଆବଶ୍ୟକତାକୁ ଅଟକାଇ ଦେଇପାରେ। ନିର୍ମାଣ,ବ୍ୟବସାୟ, ସାମ୍ବାଦିକତା ପ୍ରଭୃତିରେ ଉନ୍ନତି କରିବେ। କୌଣସି ବନ୍ଧୁ ସାହାଯ୍ୟ କରିବାକୁ ଅନୁରୋଧ କରିପାରନ୍ତି। ରୋହିଣୀ ନକ୍ଷତ୍ର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟରୁ ଉପକୃତ ହେବେ।
ମିଥୁନ
ମିଥୁନ
ଅର୍ଥ ଲାଭ କାରଣରୁ ମନ ଭଲ ରହିବ ଓ କାମ ଗୁଡିକ ମଧ୍ୟ ଶୃଙ୍ଖଳିତ ହୋଇଯିବ। ଆର୍ଦ୍ରା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଉପରିସ୍ଥ ପଦାଧିକାରୀଙ୍କ ନିର୍ଦ୍ଦେଶରେ ଦୂରଯାତ୍ରାର ସୁଯୋଗ ପାଇବେ। ପୁଷ୍ୟା ନକ୍ଷତ୍ରର ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାର୍ଯ୍ୟରୁ ସଫଳତା ମିଳିବ।
ସି˚ହ
ସି˚ହ
ପୂର୍ବାଫାଲଗୁନୀ ନକ୍ଷତ୍ର ମନକଥା ମନରେ ଗୋପନ ରଖି ପିଠି ଥାପୁଡ଼େଇ କାମ ହାସଲ କରିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ। ବନ୍ଧୁଗହଣରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
କନ୍ୟା
ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ନିଜ ଲୋକମାନଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଆତ୍ମୀୟଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଲେଖାପଢା କ୍ଷେତ୍ରରୁ ଶୁଭଫଳ ପାଇବେ କିନ୍ତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ତରବର ହୋଇ କିଛି କାମ କରନ୍ତୁ ନାହିଁ, ଯାହା କି କାମକୁ ବିଗାଡି ଦେଇପାରେ। ବନ୍ଧୁ ମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବିଶାଖା ନକ୍ଷତ୍ର ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ପରିବାରରେ ଭାଇଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇପାରନ୍ତି।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ। ପ୍ରିୟ ବନ୍ଧୁଙ୍କ ଜରିଆରେ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପଡୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଅନୁରାଧା ନକ୍ଷତ୍ରର ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ଧନୁ
ଧନୁ
ଆଜିର ପ୍ରତ୍ୟୁଷ ଯାତ୍ରା ସମୟରେ ସତର୍କତା ଅଭାବରୁ ଧନ ହାନି ଘଟି ପାରେ। କଠିନଶ୍ରମ କାରଣରୁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ। ମୂଳା ନକ୍ଷତ୍ର ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ।
ମକର
ମକର

ଉତ୍ତରାଷାଢା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବେ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଅର୍ଥ ସଂକଟ, ମାଲିମକଦ୍ଦମା, ପରୋକ୍ଷ ଶତ୍ରୁତା ଚିନ୍ତାର କାରଣ ହୋଇପାରେ।

କୁମ୍ଭ
କୁମ୍ଭ
ସ୍ବାର୍ଥହାସଲ ଅଭାବରୁ ନିଜ ଲୋକଟି ହଠାତ୍‌ ଶତ୍ରୁତା କରିବାକୁ ପଛାଇବ ନାହିଁ। ଶତଭିଷା ନକ୍ଷତ୍ର ସକାଶେ ବନ୍ଧୁଙ୍କ ନିକଟରୁ ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବ। ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ମୀନମୀନ

ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବାରେ ସମର୍ଥ ହେବେ। ଦେହ ଭଲ ରହିବ ମାତ୍ର ଶ୍ରମଜନିତ କ୍ଳାନ୍ତିବୋଧ କରିବେ। ରେବତୀ ନକ୍ଷତ୍ରର ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯାଇପାରେ। ଧର୍ମକାର୍ଯ୍ୟରେ ବ୍ୟୟ ବରାଦ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ହସ୍ତା ନକ୍ଷତ୍ରରେ ଚନ୍ଦ୍ର ଥିବାରୁ କୌଣସି ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ମଧ୍ୟ ହରାଇବା...

ରାଶିଫଳ: ସୋମବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳରେ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମାରେ, ହୋଟେଲ...

ରାଶିଫଳ: ରବିବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର କ୍ଷେତ୍ରରେ ମଙ୍ଗଳଙ୍କ ସ୍ଥିତି ପାରିବାରିକ ଜୀବନକୁ ଚିନ୍ତାଶୀଳ କରାଇବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ, ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ଶନିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ସାମଗ୍ରୀକ ଦୃଷ୍ଟିକୋଣରୁ ଦିନଟି ଭଲ। ସକାଳୁ କୌଣସି ଶୁଭ ଖବର ପାଇ ଖୁସି ହେବେ। ଶନିକ୍ଷେତ୍ରସ୍ଥ ଶୁକ୍ର ଯୋଗୁ କାର୍ଯ୍ୟ ତ୍ୱରାନ୍ବିତ ହେବା ବଦଳରେ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରେ ସାମାଜିକ, ପାରିବାରିକ ଓ କର୍ମକ୍ଷେତ୍ର ଉନ୍ନତ ରହିବ। ଗତକାଲିର ଟେନସନ୍‍ ଆଜି କମିଯିବ ଏବଂ ବନ୍ଧୁମିଳନରୁ ଉତ୍ସାହିତ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଶଳରେ କାର୍ଯ୍ୟ ସାଧନ କରିପାରିବେ। ସହକର୍ମୀଙ୍କୁ ସୁପରାମର୍ଶ ଦେଇ ପ୍ରଶଂସିତ ହୋଇପାରନ୍ତି। ସାଧାରଣ କଥାକୁ ନେଇ...

ରାଶିଫଳ: ବୁଧବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ପାଇ କାମ ତ୍ୱରାନ୍ବିତ କରିବାର ନିଷ୍ପତ୍ତି ନେବେ। କଠୋର ପରିଶ୍ରମ ଓ ଅନିଦ୍ରାଜନିତ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଆର୍ଥିକ...

ରାଶିଫଳ: ମଙ୍ଗଳବାର , ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଶୁକ୍ର କର୍ମସ୍ଥାନସ୍ଥ ଯୋଗୁ ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା କାରଣରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri