Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ
ରବି କେନ୍ଦ୍ରସ୍ଥ ଯୋଗୁ ପାରିବାରିକ ସ୍ଥିତି ଭଲ ରହିଲେ ମଧ୍ୟ ଶନିଙ୍କ ଦୃଷ୍ଟିରୁ ବିଶୃଙ୍ଖଳା ଦେଖାଦେଇପାରେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ,ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରିପାରନ୍ତି।
ବୃଷ
ବୃଷ
ଧନସ୍ଥ ରାହୁ ଧନହାନି କିମ୍ବା ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କୀୟ ବିବାଦ ସୃଷ୍ଟି କରିପାରେ। ଉପରିସ୍ଥ କର୍ମଚାରୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ରାଜନୈତିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟ ମନ୍ଥର ହେବ। ଘରୋଇ ଅଶାନ୍ତି ଲାଗି ରହିବା ହେତୁ ମନରେ ସରସତା ରହି ନ ପାରେ।
ମିଥୁନ
ମିଥୁନ
ଟିକିଏ କଥାରେ ଉତ୍ତେଜିତ ହୋଇପଡିବା ଦ୍ୱାରା ସମସ୍ୟା ବଢିଯିବ। ଘର କାମରେ କିମ୍ବା ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ବ୍ୟବସାୟରେ ସଫଳତା ହାସଲ କରିବା କଷ୍ଟକର ହୋଇପଡିବ। ଅଫିସ୍‌ କାମରେ ସହକର୍ମୀ ମାନେ ସହଯୋଗ କରିବା ବଦଳରେ ସମସ୍ୟା ସୃଷ୍ଟିକରିବେ।
କର୍କଟ
କର୍କଟ
ଭାଗ୍ୟାଧିପ ନୀଚସ୍ଥ ଯୋଗୁ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗି ରହିବା ସଙ୍ଗକୁ ମାମୁଲି ଘଟଣାରେ କଳହ ଲାଗିପାରେ। ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତ ରହିପାରନ୍ତି। ମନ ବୁଝିଲା ଭଳି କଥା କହି ଅନ୍ୟକୁ ଆପଣାର କରିପାରନ୍ତି। ପାରିବାରିକ ସମସ୍ୟାକୁ ସମାଧାନ କରିବା ସକାଶେ ଚେଷ୍ଟିତ ହେବେ।
ସି˚ହ
ସି˚ହ
ଚତୁର୍ଥକୁ ଶୁକ୍ରଙ୍କ ଦୃଷ୍ଟି କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ଖୁସୀରେ କଟାଇବ। ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଡିପାରେ। କୌଣସି କଥାରେ ତରବର ହୋଇ କାମ କରନ୍ତୁ ନାହିଁ, ଅବଶ୍ୟ କର୍ମାରମ୍ଭର ପ୍ରଥମେ ପ୍ରଥମେ ସଂକଟର ସମ୍ମୁଖୀନ ହେବେ।
କନ୍ୟା
କେତୁଙ୍କ ଅବସ୍ଥାନ ପ୍ରଭାବରେ ପାରିବାରିକ ଅଶାନ୍ତି ଓ କଳହ ଦେଖାଦେବ। ବାକ୍‌ ଅସଂଯମତା ଯୋଗୁଁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶତ୍ରୁତା ହେତୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି। ଅଫିସ୍‌ କାମରେ ଯେସାକୁ ତେସା ନୀତିରେ କାମ କରି ସମାଲୋଚିତ ହୋଇପାରନ୍ତି।
ତୁଳା
ତୁଳା
ସ୍ବଗୃହୀ ଶନି ଶତ୍ର ନକ୍ଷତ୍ରସ୍ଥ ଯୋଗୁଁ ପାରିବାରିକ ଜୀବନରେ ଛୋଟକଥାରୁ ଅଶାନ୍ତି ଉପୁଜିବ। ଶିଳ୍ପ,ବାଣିଜ୍ୟ, ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ। ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ମଙ୍ଗଳଙ୍କ ଦୃଷ୍ଟି ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଯେଉଁ କାମ କରିବେ ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ନିଜର ପାଖ ଲୋକମାନେ ଈର୍ଷାପରାୟଣ ହୋଇ ଅପପ୍ରଚାର କରିପାରନ୍ତି। କ୍ରୀଡା କ୍ଷେତ୍ରରେ ସଫଳତା ମିଳିପାରେ। ଅନୁରାଧା ନକ୍ଷତ୍ର ପାରିବାରିକ ସମ୍ପର୍କକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଧନୁ
ଶନି ଓ ରାହୁଙ୍କ କୁପ୍ରଭାବରେ ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣା ପୋଷଣ କରିପାରେ। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ମାଲିମକଦ୍ଦମାରେ ଆପୋଷ ସମାଧାନ ଘଟିବାର ଆଶା ରହିଛି। ଛୋଟଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ସୃଷ୍ଟି କରିପାରନ୍ତି।
ମକର
ମକର

ଶୁକ୍ରଙ୍କ ଶୁଭତ୍ୱରୁ ପୂର୍ବସ୍ଥିରୀକୃତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଯାଇ ବନ୍ଧୁଦ୍ୱାରକୁ ଗମନ କରିବାକୁ ପଡିପାରେ। ସାମାଜିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।

କୁମ୍ଭ
କୁମ୍ଭ
ଧନସ୍ଥ ତୃତୀୟାଧିପ ହେତୁ ବନ୍ଧୁମାନଙ୍କ ସହଯୋଗରେ ଦୀର୍ଘଦିନରୁ ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ। କେତେକ କ୍ଷେତ୍ରରେ ସବୁ ଜାଣି ଶୁଣି ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟହେବେ।
ମୀନମୀନ

ଶୁକ୍ର ତୃତୀୟସ୍ଥ ଯୋଗୁଁ ଅନ୍ୟମାନଙ୍କୁ ମନେଇ ଆପଣାର କରିବାରେ ସମର୍ଥ ହେବେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ,ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ନଭେମ୍ବର ୧୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସାଙ୍ଗକୁ ଆର୍ଥିକ ସ୍ଥିତି ମଜଭୁତ ରହିବାରୁ ଉତ୍ସାହିତ ହେବେ। ସାଧାରଣ ଘଟଣାକୁ କେନ୍ଦ୍ରକରି ବନ୍ଧୁ, ପରିବାର କ୍ଷେତ୍ରରେ ତିକ୍ତତା ସୃଷ୍ଟି...

ରାଶିଫଳ: ଗୁରୁବାର, ନଭେମ୍ବର ୧୪ ତାରିଖ – Daily Horoscope

ମେଷ  ଆଜି ସକାଳୁ ସକାଳୁ ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ରହିବ। ଚନ୍ଦ୍ରଙ୍କ ସ୍ବସ୍ଥାନ ପ୍ରତି ଦୃଷ୍ଟିକୋଣରୁ ସାମାଜିକ ସ୍ତରରେ ପ୍ରତିଷ୍ଠାଲାଭ ପାଇପାରନ୍ତି। ବାଣିଜ୍ୟ,...

ରାଶିଫଳ: ବୁଧବାର, ନଭେମ୍ବର ୧୩ ତାରିଖ – Daily Horoscope

ମେଷ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିବା ସଙ୍ଗକୁ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବେ। କର୍ମକ୍ଷେତ୍ରରେ ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ...

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ, କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ଗୃହ ସମସ୍ୟା, ଭୂମି, ଗାଡ଼ିମୋଟର ସମ୍ପର୍କିତ ପ୍ରତିବନ୍ଧକ...

ରାଶିଫଳ: ସୋମବାର, ନଭେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି ଏକାଦଶ ଭାବରେ ଶନି ସହ ଚନ୍ଦ୍ରଙ୍କ ସଂଯୋଗ ରାଶ୍ୟାଧିପ ମଙ୍ଗଳଙ୍କ ନୀଚତ୍ୱ କାରଣରୁ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ।...

ରାଶିଫଳ: ରବିବାର, ନଭେମ୍ବର ୧୦ ତାରିଖ – Daily Horoscope

ମେଷ କଠିନଶ୍ରମ ଓ ବିଶେଷ ଭ୍ରମଣଜନିତ ଦୈହିକ ଅସୁସ୍ଥତା ସାଙ୍ଗକୁ କମକ୍ଷେତ୍ରରେ ମାନସିକ ଚାପ ବୃଦ୍ଧି ପାଇବ। କଥା କଟାକଟିଜନିତ ପାରିବାରିକ ଅଶାନ୍ତିର ସମ୍ଭାବନା ରହିଛି।...

ରାଶିଫଳ: ଶନିବାର, ନଭେମ୍ବର ୯ ତାରିଖ – Daily Horoscope

ମେଷ ଆଜି ପ୍ରିୟଜନମାନଙ୍କ ସାନ୍ନିଧ୍ୟ ସାଙ୍ଗକୁ ପାରିବାରିକ ସମ୍ପର୍କ ଅତୁଟ ରହିବ। ଦ୍ୱିଜା ନକ୍ଷତ୍ର ସକାଶେ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନିଜ...

ରାଶିଫଳ: ଶୁକ୍ରବାର , ନଭେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଆନୁଷ୍ଠାନିକ କାମର ବନ୍ଧୁମିଳନରେ ପରାମର୍ଶଦାତା ହୋଇ ପ୍ରଶଂସିତ ହେବ। ବ୍ୟବସାୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବ। ରାଜନୀତି, ଯାତ୍ରା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri