Posted inଜାତୀୟ

ଦୈନିକ ସଂକ୍ରମଣ ୩୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ…

ନୂଆଦିଲ୍ଲୀ, ୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୧୭ ଶହରୁ କମ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପଞ୍ଚିଛି। ଗତ ୨୪ ଘଣ୍ଟାରେ ଏହା ୩୩ ଛୁଇଁଛି। ମାର୍ଚ୍ଚ ୨୦୨୦ ପରେ ଏହା ସର୍ବନିମ୍ନ ରହିଛି। ଏହି ସମୟରେ ସକ୍ରିୟ ମାମଲା ୧ ହଜାର ୮୪୪ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ହଜାର ୬୦୬ ଥିଲା।
ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୯୦୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୯ ଲକ୍ଷ ୯୪ ହଜାର ୩୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୪ ଲକ୍ଷ ୬୦ ହଜାର ୫୨୩ ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୮ ପ୍ରତିଶତରେ ପହଞ୍ଚିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Gold Price: ଲକ୍ଷେ ନା ୫୫ହଜାର, ଏବର୍ଷ ଏତିକି ରହିବ ସୁନାଦର, ଏକ୍ସପର୍ଟ ଦେଲେ ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୨।୪: ସୁନାର ମୂଲ୍ୟ କେବଳ ଭାରତ ନୁହେଁ ବିଶ୍ୱବ୍ୟାପୀ ରେକର୍ଡ କରିଛି। ଏନେଇ ବିଶେଷଜ୍ଞମାନେ ବଡ଼ ଆକଳନ କରିଛନ୍ତି ଯେ ସୁନାର ମୂଲ୍ୟ ଚଳିତ ବର୍ଷ...

ଏମ୍‌କେ ଷ୍ଟାଲିନ, ମମତା ବାନାର୍ଜୀ, ସିଦ୍ଧରମୈୟାଙ୍କୁ ଚିଠି ଲେଖିଲେ ମେହେବୁବା ମୁଫତି

ନୂଆଦିଲ୍ଲୀ,୧୨।୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି...

ଡେଣା ଥାଇ ବି କେବେହେଲେ ଉଡ଼େନା ଦୁନିଆର ଏହି ନିଆରା ପକ୍ଷୀ, ନାଁ ବି ଭୟଙ୍କର…

ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର। ପୃଥିବୀପୃଷ୍ଠରେ ଭିନ୍ନ ଭିନ୍ନ ପ୍ରକାରର ଜୀବଜନ୍ତୁ, ପଶୁପକ୍ଷୀ ରହିଛନ୍ତି। ସମସ୍ତଙ୍କର ନିଜସ୍ବ ବିଶେଷତା ରହିଛି। ସେମାନଙ୍କ ମଧ୍ୟରୁ କିଛି ଏତେ...

Modi Cabinet Reshuffle : ଖୁବଶୀଘ୍ର ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ: ମୁସଲିମ ଚେହେରାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ, ଭାରତରେ ୱକଫ ସଂଶୋଧନ ଆଇନ 2025 ଏବଂ ମୁସଲିମ ସମ୍ପ୍ରଦାୟ ସହିତ ଜଡିତ ବିଭିନ୍ନ ଆଲୋଚନାକୁ ନେଇ ରାଜନୀତି ସରଗରମ ରହିଛି। ଏହି...

ତହଉର ରାଣାଙ୍କୁ ଭାରତ ଆଣିବାରେ ମୋଦିଙ୍କର କିଛି ବାହାଦୂରି ନାହିଁ,କାହିଁକି ଏମିତି କହିଲେ ଦିଗବିଜୟ

ନୂଆଦିଲ୍ଲୀ,୧୨।୪: ତହଉର ରାଣାଙ୍କ ପ୍ରତ୍ୟର୍ପଣକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। କଂଗ୍ରେସ ଏବଂ ଭାଜପା ନେତାମାନଙ୍କ ମଧ୍ୟରେ ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଚାଲିଛି।...

ଅଭାବନୀୟ: ବାପାଙ୍କୁ ହାଣିଲା ନାବାଳକ ପୁଅ, କଟକ ସ୍ଥାନାନ୍ତର ହେଲେ…

ବାଲେଶ୍ୱର, ୧୨।୪(ବାଞ୍ଛାନିଧି ଦେ): ପାରିବାରିକ କଳହରୁ ପରିବାର ମଧ୍ୟରେ ବୁଲିଲା ତେଲେଙ୍ଗା କଟୁରି । ବାପାଙ୍କୁ ହାଣିଲା ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା...

ପ୍ରଥମଥର ରାଷ୍ଟ୍ରପତିଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ: ୩ ମାସରେ ନିର୍ଣ୍ଣୟ ନିଅ

ନୂଆଦିଲ୍ଲୀ,୧୨।୪: ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ପ୍ରଥମଥର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪(ସୁନୀଲ କୁମାର ମହାନ୍ତି): ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image