୨୦୧ ଦିନ ପରେ ୨୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୩ ଦିନ ଧରି ୩୦ ହଜାର ତଳେ ରହିବା ପରେ ଏବେ ଏହା ୨୦ ହଜାର ତଳେ ରହିଛି।

୨୦୧ ଦିନ ପରେ ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହିଛି। କେରଳ ସ୍ଥିତି ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୧୭୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୯୫ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୨୬ ହଜାର ୩୦ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୭୮ ପ୍ରତିଶତ ରହିଛି। ଅପରପକ୍ଷରେ ୨ ଲକ୍ଷ ୯୨ ହଜାର ୨୦୬ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୦ ପ୍ରତିଶତରେ ପହଞ୍ଚିଛି।

ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୭ ହଜାର ୩୭୩ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୮୭ କୋଟି ୭ ଲକ୍ଷ ୮ ହଜାର ୬୩୬ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୧ କୋଟି ୨ ଲକ୍ଷ ୨୨ ହଜାର ୫୨୫ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୬ କୋଟି ୧୬ ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୫ ଲକ୍ଷ ୯୨ ହଜାରରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୯ ଲକ୍ଷ ୫୮ ହଜାର ୨ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୬ ଲକ୍ଷ ୯୭ ହଜାର ୫୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ୬୯୯ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୫୮ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ସିଂହ ସହ ୫ ଦିନ ବିତାଇଲେ ୭ ବର୍ଷୀୟ ବାଳକ

ହରାରେ, ୬।୧: ଉତ୍ତର ଜିମ୍ବାଓ୍ବେର ମେଶୋନାଲେଣ୍ଡ ପଶ୍ଚିମ ପ୍ରଦେଶର ‘କରିବା ଗ୍ରାମୀଣ’ ଜିଲାଲ ୭ ବର୍ଷୀୟ ବାଳକ ଟିନୋଟେଡା ପୁଡୁଙ୍କ କାହାଣୀ ସାରା ବିଶ୍ୱର ଦୃଷ୍ଟି...

କୃଷ୍ଣସାର ମୃଗକୁ ମାରିଲା କଲରାପତରିଆ

ଗାନ୍ଧୀନଗର,୬।୧: ଗୁଜରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନିକଟରେ ଥିବା ଜଙ୍ଗଲ ସଫାରିରେ ଏକ କଲରାପତରିଆ ବାଘ ପ୍ରବେଶ କରି ଗୋଟିଏ କୃଷ୍ଣସାର ମୃଗକୁ ମାରିବା ପରେ ଭୟରେ...

ମହାକୁମ୍ଭରେ ଗଣଧର୍ମାନ୍ତରୀକରଣ ଆଶଙ୍କା

ଲକ୍ଷ୍ନୌ,୫।୧: ଆସନ୍ତା ୧୩ରୁ ଆରମ୍ଭ ହେବାକୁ ଯାଉଥିବା ମହାକୁମ୍ଭରେ ବହୁସଂଖ୍ୟାରେ ମୁସଲମାନ ଗଣ ଧର୍ମାନ୍ତରୀକରଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରି ଜଣେ ବରିଷ୍ଠ ଧର୍ମୀୟ...

ଭାଜପା କ୍ଷମତାକୁ ଆସିଲେ ଦିଲ୍ଲୀରେ ଜନକଲ୍ୟାଣ ଯୋଜନା ବନ୍ଦ ହେବ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆମ୍‌ ଆଦ୍‌ମୀ ପାର୍ଟି...

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମାତାପିତାଙ୍କ ସେବା ନ କଲେ ମିଳିବ ନାହିଁ ସମ୍ପତ୍ତି

ନୂଆଦିଲ୍ଲୀ,୫।୧: ମାତାପିତାଙ୍କଠାରୁ ତାଙ୍କ ସମ୍ପତ୍ତି ଉପହାର ସ୍ବରୂପ ପାଇବା ପରେ ସେମାନଙ୍କ ଦେଖାରାଖା ନ କରୁଥିବା ପିଲାମାନଙ୍କଠାରୁ ସେହି ସମ୍ପତ୍ତି ଫେରାଇ ନେଇ ହେବ। ବୟସ୍କଙ୍କ...

‘ମୁଁ ନିର୍ବାଚନରେ ଜିତିଲେ ରାସ୍ତାଗୁଡ଼ିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି କରିଦେବି’

ନୂଆଦିଲ୍ଲୀ,୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଆପ୍‌-କଂଗ୍ରେସ ପରେ ଭାଜପା ମଧ୍ୟ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାକୁ ନେଇ...

ଲାଲୁଙ୍କ ଅଫରକୁ ନେଇ କ୍ଲିୟର କଲେ ନୀତୀଶ

ମୁଜାଫରପୁର,୫।୧: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଗତି ଯାତ୍ରା ସମୟରେ ମୁଜାଫରପୁରରେ ପହଞ୍ଚିଥିଲେ। ଏହି ସମୟରେ ସେ ଇଣ୍ଡିଆ ଆଲାଇନ୍ସରେ ଯୋଗଦେବା ପ୍ରସ୍ତାବକୁ ନେଇ ଜବାବ...

OYOରେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ ଅବିବାହିତ ଯୋଡ଼ି, ଜାଣନ୍ତୁ କେଉଁଠି ଲାଗୁ ହେଲା…

ନୂଆଦିଲ୍ଲୀ,୫।୧: OYOର ବଡ଼ ଘୋଷଣା। କମ୍ପାନୀ ଏହାର ଚେକ୍‌ ଇନ୍‌ ନିୟମରେ ପରିବର୍ତ୍ତନ କରିଛି। ଏଥିସହ ଜଡ଼ିତ ହୋଟେଲରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଓୟୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri