୪୦ ତଳେ ଦୈନିକ ସଂକ୍ରମଣ, ମାର୍ଚ୍ଚ ୨୦୨୦ ପରେ ସର୍ବନିମ୍ନ…

ନୂଆଦିଲ୍ଲୀ, ୨୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୨ ହଜାରରୁ କମ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମି ୫୦ ତଳେ ରହିଛି। ଗତ ୨୪ ଘଣ୍ଟାରେ ଏହା ୩୬ ଛୁଇଁଛି। ମାର୍ଚ୍ଚ ୨୦୨୦ ପରେ ଏହା ସର୍ବନିମ୍ନ ରହିଛି। ଗୋଟିଏ ଦିନ ତଳେ ଏହା ୬୩ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ଥିଲା। ଏହି ସମୟରେ ସକ୍ରିୟ ମାମଲା ୧ ହଜାର ୮୪୪ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ହଜାର ୯୧୦ ଥିଲା। ସେହିପରି ୨୪ ଘଣ୍ଟାରେ ୧୦୧ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୭୭ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୮୯୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୯ ଲକ୍ଷ ୯୩ ହଜାର ୫୭୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୪ ଲକ୍ଷ ୫୯ ହଜାର ୮୩୮ ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୮ ପ୍ରତିଶତରେ ପହଞ୍ଚିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅମିତ ଶାହାଙ୍କୁ ତୁରନ୍ତ ଗିରଫ କରାଯାଉ’, ବଡ଼ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଜନତା ପାର୍ଟି ନେତ୍ରୀ ସ୍ମୃତି ଇରାନୀ ରବିବାର ଏକ ଖବରଦାତା ସମ୍ମିଳନୀ କରି ଆମ ଆଦମୀ ପାର୍ଟି (ଏଏପି) ଉପରେ ଜାତୀୟ ସୁରକ୍ଷା...

ମହାକୁମ୍ଭର ଶୁଭାରମ୍ଭରେ କ’ଣ କାମନା କଲେ ମୋଦି, କାହାକୁ ଜଣାଇଲେ ଅଭିନନ୍ଦନ ଜାଣନ୍ତୁ

ନୂଆଦିଲ୍ଲୀ,୧୩।୧: ବିଶ୍ୱର ସର୍ବବୃହତ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ‘ମହାକୁମ୍ଭ ୨୦୨୫’ ସୋମବାର ପବିତ୍ର ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଏହି ପବିତ୍ର ଅବସରରେ, ପ୍ରଧାନମନ୍ତ୍ରୀ...

ମୁମ୍ବାଇରେ ୨୨ କୋଟି ଚିଟ୍‌ଫଣ୍ଡ ଦୁର୍ନୀତିର ମାଷ୍ଟରମାଇଣ୍ଡ ୨ ୟୁକ୍ରେନୀୟ

ମୁମ୍ବାଇ,୧୩।୧: ମୁମ୍ବାଇରେ ବହୁକୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତି ଘଟଣାର ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ୨ ଜଣ ୟୁକ୍ରେନୀୟ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ଜମା ରଖିଲେ...

ସମାନ ସୁଯୋଗ ପାଇଁ ନିର୍ବାଚନ କୋଡ୍‌ ଜରୁରୀ: ଇସି

ନୂଆଦିଲ୍ଲୀ,୧୩।୧(ପି.ଟି.): ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଯୋଗୁ ବାରମ୍ବାର ଆଦର୍ଶ ଆଚରଣବିଧି ଲାଗୁ କରାଯାଉଛି, ଯେଉଁଥିପାଇଁ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା...

ପ୍ରବଳ ଶୀତରେ ଚାଲିଗଲା ଆନ୍ଦୋଳନରତ ଚାଷୀଙ୍କ ଜୀବନ: ବସିବ ଜରୁରୀ ବୈଠକ

ନୂଆଦିଲ୍ଲୀ,୧୨।୧: ପଞ୍ଜାବ-ହରିୟାଣାର ଖନୌରୀ ସୀମାରେ ଆନ୍ଦୋଳନରତ ୮୦ ବର୍ଷୀୟ ଚାଷୀ ଜଗା ସିଂଙ୍କର ଶନିବାର ପ୍ରବଳ ଶୀତରେ ମୃତ୍ୟୁ ଘଟିଛି। ଜଗାଙ୍କ ଘର ଫରିଦକୋଟ୍‌ ଜିଲାର...

ଭାରତୀୟ ହାଇକମିଶନରଙ୍କୁ ସମନ କଲା ବାଂଲାଦେଶ, ଲଗାଇଲା ଏପରି ଅଭିଯୋଗ

ନୂଆଦିଲ୍ଲୀ,୧୨।୧: ରବିବାର ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ କରିଛି ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ। ଭାରତ-ବାଂଲାଦେଶ ସୀମାରେ ପାଞ୍ଚଟି ସ୍ଥାନରେ ବାଡ଼ ନିର୍ମାଣ କରିବାକୁ ଚେଷ୍ଟା...

‘ଦୁନିଆରେ ଏପରି କୌଣସି ଶକ୍ତି ନାହିଁ, ଯିଏ ଭାରତର ବିକାଶକୁ ରୋକିପାରିବ’

ନୂଆଦିଲ୍ଲୀ,୧୨ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତ ମଣ୍ଡପମରେ ଆୟୋଜିତ ୟଙ୍ଗ ଲିଡର ଡାଏଲଗ୍‌-୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ,...

କଂଗ୍ରେସର ବଡ଼ ଘୋଷଣା: ଯୁବତୀଯୁବକଙ୍କୁ ପ୍ରତିମାସରେ ୮୫୦୦ ଟଙ୍କା

ନୂଆଦିଲ୍ଲୀ,୧୨।୧: କଂଗ୍ରେସ ଆଜି ତାର ତୃତୀୟ ଗ୍ୟାରେଣ୍ଟି ଘୋଷଣା କରିଛି। ଏହି ଘୋଷଣା ଯୁବପିଢ଼ିଙ୍କ ପାଇଁ। ଏହାର ନାମ ‘ଯୁବ ଉଡାନ ଯୋଜନା’। କଂଗ୍ରେସ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri