୪୦ ହଜାର ତଳେ ଦୈନିକ ସଂକ୍ରମଣ, ମୁତ୍ୟୁ ସଂଖ୍ୟା ୫ ଶହରୁ କମ୍‌…

ନୂଆଦିଲ୍ଲୀ,୧୯।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଶନିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୧୫୭ ଥିବାବେଳେ ୫୧୮ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ରବିବାର ଦୈନିକ ସଂକ୍ରମଣ ସଂଖ୍ୟା ୪୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ହଜାର ୧୬୪ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୪୯୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୮ ହଜାର ୬୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୩୨ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୪ ଲକ୍ଷ ୨୧ ହଜାର ୬୬୫ ଜଣ ଚିକିତ୍ସିତ ହେଉଛନ୍ତି। ସକ୍ରିୟ ମାମଲା ୧. ୩୫ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୧୪ ହଜାର ୧୦୮ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୦ କୋଟି ୬୪ ଲକ୍ଷ ୮୧ ହଜାର ୪୯୩ ଜଣ ଲୋକଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୪ କୋଟି ୫୪ ଲକ୍ଷ ୨୨ ହଜାର ୨୫୬ ଲାକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩ ଲକ୍ଷ ୮ ହଜାର ୪୫୬ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୧ ଲକ୍ଷ ୪୪ ହଜାର ୨୨୯ ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନ ସିଂଙ୍କର ଏହି ଗୋଟିଏ ଇଚ୍ଛା ରହିଗଲା ଅଧୁରା…

ନୂଆଦିଲ୍ଲୀ,୨୭।୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ହୋଇଥିଲା। କେନ୍ଦ୍ର...

ମନମୋହନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛି ସାରାଦେଶ, ଆମେରିକାରୁ ଝିଅର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା

ନୂଆଦିଲ୍ଲୀ,୨୭ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ୯୨ ବର୍ଷ ବୟସରେ ହୋଇଛି। ଗୁରୁବାର ସେନାଧ୍ୟରେ ତାଙ୍କର ଛତା ଚାଲିଯିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ...

ଜଣେ ମାର୍ଗଦର୍ଶକଙ୍କୁ ହରାଇଲି: ରାହୁଲ

ନୂଆଦିଲ୍ଲୀ,୨୭ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପରଲୋକ ହୋଇଛି। ମନମୋହନଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ...

୧୧୭ ଥର ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ ମନମୋହନ

ନୂଆଦିଲ୍ଳୀ,୨୭।୧୨: ୨୦୧୪ ଜାନୁଆରୀ ୩ରେ ଡ. ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶେଷ ପ୍ରେସ୍‌ କନ୍‌ଫରେନ୍ସରେ କରିଥିଲେ। ୧୦୦ରୁ ଅଧିକ ଖବରଦାତା ଏହି ପ୍ରେସ୍‌...

୧୩ ହଜାର ଦରମା, ଗର୍ଲଫ୍ରେଣ୍ଡଙ୍କୁ ୪ ବିଏଚ୍‌କେ ଫ୍ଲାଟ୍‌ ଉପହାର ଦେଲେ ଯୁବକ: ଜାଣନ୍ତୁ କେମିତି

ମୁମ୍ବାଇ, ୨୭ା୧୨:ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗର ବାସିନ୍ଦା ହର୍ଷଲ କୁମାର କ୍ଷୀରସାଗର(୨୩) ମାସିକ ୧୩ ହଜାର ଟଙ୍କା ରୋଜଗାର କରୁଥିବାବେଳେ ୨୧ କୋଟି ୫୯ ଲକ୍ଷ ଟଙ୍କାର...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ଚାଇନା: ଏଲ୍‌ଏସିରେ କରୁଛି ଏମିତି କାମ

ନୂଆଦିଲ୍ଲୀ,୨୭ା୧୨:ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଏବଂ ସୀମାରେ ଉତ୍ତେଜନା ହ୍ରାସକୁ ଭାରତ ଓ ଚାଇନା ପ୍ରାଥମିକତା ଦେଉଥିବା କହୁଛନ୍ତି। କିନ୍ତୁ ଏନେଇ ବେଜିଂ ଟାଳଟୁଳ ନୀତି ଅବଲମ୍ବନ...

ମନମୋହନ ସିଂଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ,୨୭ା୧୨:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ମାନରେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମନମୋହନଙ୍କୁ...

ମନମୋହନଙ୍କ କାର୍ଯ୍ୟକାଳରେ ଚର୍ଚ୍ଚିତ ବିବାଦ

ନୂଆଦିଲ୍ଲୀ,୨୬ା୧୨: ସରଳତାରେ ପରିପୂର୍ଣ୍ଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ଅନେକ ବଡ ଉପଲବ୍ଧି ହାସଲ କରିଥିବା ବେଳେ କିଛି ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri