Categories: ଜାତୀୟ

ଦୈନିକ ସଂକ୍ରମଣ ୭ ଶହ ତଳେ…

ନୂଆଦିଲ୍ଲୀ, ୧୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୧୪ ହଜାରରୁ କମ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭ ଶହରୁ କମ ରହିଛି। ଗତ ୨୪ ଘଣ୍ଟାରେ ଏହା ୬୫୩ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୭୯୭ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୯ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪ ଥିଲା। ଏହି ସମୟରେ ସକ୍ରିୟ ମାମଲା ୧୩ ହଜାର ୩୭ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୪ ହଜାର ୪୯୩ ଥିଲା। ସେହିପରି ୨୪ ଘଣ୍ଟାରେ ୨,୧୦୦ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧,୦୨୨ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୭୯୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୯ ଲକ୍ଷ ୮୨ ହଜାର ୧୩୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୪ ଲକ୍ଷ ୩୭ ହଜାର ୩୦୪ ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share