Categories: ଜାତୀୟ

୧୦ ଲକ୍ଷରେ ପହଞ୍ଚିପାରେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ,୮।୧: ଓମିକ୍ରନ୍‌ ଯୋଗୁ ଦେଶରେ କୋଭିଡ୍‌ର ତୃତୀୟ ଲହର ଆସିଛି। ଏହା ଜାନୁୟାରୀ ଶେଷ ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ଦୈନିକ ସଂକ୍ରମଣ ୧୦ ଲକ୍ଷରେ ପହଞ୍ଚତ୍ବ ବୋଲି ଏକ ନୂଆ ମଡେଲ୍‌ ପୂର୍ବାନୁମାନ କରିଛି। ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି) ଏବଂ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନ୍‌ଷ୍ଟିଚ୍ୟୁଟ୍‌ (ଆଇଏସ୍‌ଆଇ) ପକ୍ଷରୁ ଏହି ନୂଆ ମଡେଲ ଅଧ୍ୟୟନ କରାଯାଇଛି। ବିଭିନ୍ନ ରାଜ୍ୟରେ ଜାନୁୟାରୀ ମଧ୍ୟଭାଗରୁ ଫେବୃୟାରୀ ୧୫ ମଧ୍ୟରେ ପିକ୍‌ ହେବ ଏବଂ ମାର୍ଚ୍ଚ ଆରମ୍ଭରୁ ସଂକ୍ରମଣ କମିବା ଆରମ୍ଭ ହେବ ବୋଲି ଏଥିରେ କୁହାଯାଇଛି। ମଡେଲର ସୂଚନା ଅନୁଯାୟୀ ଦିଲ୍ଲୀରେ ଜାନୁୟାରୀ ମଧ୍ୟଭାଗରେ ସଂକ୍ରମଣ ଶୀର୍ଷରେ ପହଞ୍ଚତ୍ବାକୁ ଥିବାବେଳେ ଫେବୃୟାରୀ ପ୍ରଥମ ସପ୍ତାହରେ ତାମିଲନାଡୁରେ ପିକ୍‌ରେ ପହଞ୍ଚତ୍ବ। ପୂର୍ବ ସଂକ୍ରମଣ, ଟିକାକରଣକୁ ବିଚାରକୁ ନିଆଯାଇ କେତେ ସଂଖ୍ୟକ ଲୋକଙ୍କୁ ନୂଆ ଭାରିଆଣ୍ଟ ସଂକ୍ରମଣ କରିବ ତାହା ଆକଳନ କରାଯାଇଛି। ଭୂତାଣୁ ପ୍ରତି ଲୋକଙ୍କ ସମ୍ବେଦନଶୀଳତା ଯଥାକ୍ରମେ ୩୦%, ୬୦% କିମ୍ବା ୧୦୦% ହେବ ବୋଲି ବିଚାର କରାଯାଇଛି।

ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ବାଲଙ୍କ ମତରେ ଜାନୁୟାରୀ ଶେଷ ଭାଗରେ ତୃତୀୟ ଲହର ପିକ୍‌ରେ ପହଞ୍ଚିବ। ସେତେବେଳକୁ ଦୈନିକ ସଂକ୍ରମଣ ୪ରୁ ୮ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ନୂଆଦିଲ୍ଲୀ ଓ ମୁମ୍ବାଇରେ ଆଗାମୀ ୧୦ ଦିନ ମଧ୍ୟରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ବ। ତେବେ ତୃତୀୟ ଲହର ମାର୍ଚ୍ଚ ପରେ ରହି ନ ପାରେ ବୋଲି ଅଗ୍ରଓ୍ବାଲ ଆଶାବ୍ୟକ୍ତ କରିଛନ୍ତି। ଲକ୍‌ଡାଉନ କଟକଣା କଠୋର କଲେ ତୃତୀୟ ଲହର ବିଳମ୍ବ ହେବା ସହ ଏହା ଅଧିକ ଦିନ ରହିପାରେ। ତେବେ ଏହା ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ବୋଝ ହେବ ନାହିଁ ବୋଲି ଆଇଆଇଟି ପ୍ରଫେସର କହିଛନ୍ତି।

Share