Posted inଜାତୀୟ

ଶହେ ତଳେ ଦୈନିକ ସଂକ୍ରମଣ …

ନୂଆଦିଲ୍ଲୀ, ୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୩ ହଜାରରୁ କମ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମି ଶହେ ତଳେ ରହିଛି। ଗତ ୨୪ ଘଣ୍ଟାରେ ଏହା ୯୨ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୧୪୦ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩ ଥିଲା। ଏହି ସମୟରେ ସକ୍ରିୟ ମାମଲା ୨ ହଜାର ୩୫୦ ରେ ପହଞ୍ଚିଛି। ଗୋଟିଏ ଦିନତଳେ ଏହା ୨ ହଜାର ୪୫୦ ଥିଲା। ସେହିପରି ୨୪ ଘଣ୍ଟାରେ ୧୯୨ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୮୮ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୮୯୧ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୯ ଲକ୍ଷ ୯୨ ହଜାର ୮୮୦ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୪ ଲକ୍ଷ ୫୮ ହଜାର ୬୩୯ ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୮ ପ୍ରତିଶତରେ ପହଞ୍ଚିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଦଶା ଭୋଗିବ ବାଂଲାଦେଶ: ଭାରତର ସାହାଯ୍ୟ ସତ୍ତ୍ୱେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ସ୍ଥିତି

ନୂଆଦିଲ୍ଲୀ,୩।୧: ଭାରତ ସହିତ ଖରାପ ସମ୍ପର୍କ ବାଂଲାଦେଶକୁ ପ୍ରଭାବିତ କରିବା ଆରମ୍ଭ କରିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଖାଦ୍ୟ ଯୋଗାଣ ସଙ୍କଟ ଏବଂ ବୃଦ୍ଧି ପାଉଥିବା...

ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ

ହାଇଦ୍ରାବାଦ,୪।୧: ‘ପୁଷ୍ପା ୨: ଦି ରୁଲ୍‌’ର ପ୍ରିମିୟର ଶୋ’ ଗତ ମାସରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଚାଲିଥିବାବେଳେ ଏହାର ଅଭିନେତା ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚତ୍ୟିବାରୁ...

୨୦ ହଜାର ଡଲାରର ହୀରା ଉପହାର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୪ା୧: ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତବେଳେ ସେଠାକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କୁ ୨୦,୦୦୦ ଡଲାର (ପ୍ରାୟ ୧୭.୧୫ ଲକ୍ଷ ଟଙ୍କା) ମୂଲ୍ୟର...

ଦିଲ୍ଲୀରେ କୁହୁଡ଼ି: ୪୭୦ ବିମାନ ବିଳମ୍ବିତ

ନୂଆଦିଲ୍ଲୀ,୪।୧: ଉତ୍ତର ଭାରତ ସମେତ ଜାତୀୟ ରାଜଧାନୀରେ ପ୍ରବଳ ଶୀତ ଲହର ଜାରି ରହିଛି। ଏହା ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଶୁକ୍ରବାର ସକାଳେ ଦିଲ୍ଲୀ...

ପିଥମ୍‌ପୁରରେ ୨ ଜଣଙ୍କ ଆତ୍ମାହୁତି ଉଦ୍ୟମ

ଧର୍‌,୪ା୧: ମଧ୍ୟପ୍ରଦେଶର ଭୋପାଳସ୍ଥିତ ୟୁନିୟନ କାର୍ବାଇଡ୍‌ ଇଣ୍ଡିଆ ଲିଃ (ୟୁସିଆଇଆଇ) କୀଟନାଶକ ପ୍ଲାଣ୍ଟରୁ ବର୍ଜ୍ୟକୁ ୧୨ଟି କଣ୍ଟେନର ଟ୍ରକ୍‌ରେ ସିଲ୍‌ କରି ୨୫୦ କି.ମି. ଦୂର...

ଚାଇନାର ନୂଆ କାଉଣ୍ଟି ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୩।୧: ଚାଇନା ସୀମାନ୍ତ ଅଞ୍ଚଳରେ ୨ଟି କାଉଣ୍ଟି ସ୍ଥାପନ କରିଛି, ଯାହାର କେତେକ ଅଂଶ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଆସୁଛି। ଭାରତ ଏହାର ଦୃଢ଼...

EPFO କଲା ବଡ଼ ପରିବର୍ତ୍ତନ,ଏବେ ପେନସନଭୋଗୀ ପାଇବେ ଏହି ଲାଭ…

ନୂଆଦିଲ୍ଲୀ,୩।୧: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ର ପେନ୍‌ସନଭୋଗୀମାନେ ବର୍ତ୍ତମାନ ଯେକୌଣସି ବ୍ୟାଙ୍କରୁ ପେନ୍‌ସନ ବାହାର କରିବାକୁ ସକ୍ଷମ ହେବେ। ଇପିଏଫଓ ଏହାର ସମସ୍ତ ଆଞ୍ଚଳିକ...

CM ଆତିଶୀଙ୍କ ବିପକ୍ଷରେ ଅଳକା ଲାମ୍ବାଙ୍କୁ ଟିକେଟ ଦେଲା କଂଗ୍ରେସ, ଲଢ଼େଇ ହେବ ରୋଚକ

ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲକାଜୀ ଆସନରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ଅଳକା ଲାମ୍ବାଙ୍କୁ ଟିକେଟ ଦେଇଛି। କଲକାଜୀ ଆସନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri