Categories: ଜାତୀୟ

ଡେଲି ଓ୍ବେଜ ସରକାରୀ କର୍ମଚାରୀଙ୍କର ମଧ୍ୟ ରହିଛି ଗ୍ରାଚ୍ୟୁଇଟି ଅଧିକାର: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ବେଙ୍ଗାଲୁରୁ,୧।୧ : ଡେଲି ଓ୍ବେଜ ସରକାରୀ କର୍ମଚାରୀଙ୍କର ମଧ୍ୟ ଗ୍ରାଚ୍ୟୁଇଟି ଅଧିକାର ରହିଛି । ଏକ ମାମଲାର ବିଚାର କର୍ନାଟକ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି।ରେ ମଧ୍ୟ ଆସିଥିଲା। ଡେଲି ଓ୍ବେଜ କର୍ମଚାରୀମାନେ ଗ୍ରାଚ୍ୟୁଇଟି ପାଇବାକୁ ଯୋଗ୍ୟ ନୁହଁନ୍ତି କି ନାହିଁ ସେ ନେଇ କୋର୍ଟ କହିଛନ୍ତି ଗ୍ରାଚ୍ୟୁଇଟି ଆଇନ କର୍ମଚାରୀଙ୍କ ମଧ୍ୟରେ ଭେଦଭାବ କରେ ନାହିଁ।

ହାଇକୋର୍ଟଙ୍କ ଅନୁସାରେ, ପେମେଣ୍ଟ ଅଫ ଗ୍ରାଚ୍ୟୁଟି ଆକ୍ଟ ଜଣେ ନିୟମିତ କର୍ମଚାରୀ ଏବଂ ଡେଲି ଓ୍ବେଜ କର୍ମଚାରୀଙ୍କ ମଧ୍ୟରେ କୌଣସି ପ୍ରଭେଦ କରେ ନାହିଁ। ଏହା ସହିତ ହାଇକୋର୍ଟ କର୍ନାଟକ ସରକାରଙ୍କୁ ଅବସରପ୍ରାପ୍ତ ଗ୍ରୁପ ଡି କର୍ମଚାରୀଙ୍କୁ ଦେୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାସଭାଗୌଡା ନାମକ ୭୫ ବର୍ଷ ବୟସ୍କ ବ୍ୟକ୍ତି ସରକାରଙ୍କ ଡେଲି ଓ୍ବେଜ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ।

କର୍ନାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଏମ ନାଗପ୍ରସନ୍ନା ତାଙ୍କ ଆଦେଶରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ପୋଷ୍ଟ ଅଫିସ ସିନିୟର ସୁପରିଣ୍ଟେଣ୍ଡେଣ୍ଟ ବନାମ ଗୁରୁସେବକ ସିଂଙ୍କ ମାମଲାରେ ସୁପ୍ରିମକୋର୍ଟ ପାର୍ଟ ଟାଇମ କର୍ମଚାରୀ ଥିବା ଗ୍ରାମୀଣ ଡାକ ସେବକଙ୍କ ସପକ୍ଷରେ ଏହି ନିଷ୍ପତ୍ତି ନେଇଥିଲେ।

ବାସଭାଗୌଡା ୧୮ ନଭେମ୍ବର ୧୮୭୧ ରେ ଏକ ଗ୍ରୁପ-ଡି କର୍ମଚାରୀ ଭାବରେ ଏକ ଉଚ୍ଚ ବିଦ୍ୟାଳୟରେ ଯୋଗ ଦେଇଥିଲେ। ସେ ୩୧ ମେ ୨୦୧୩ ରେ ଅବସର ନେଇଥିଲେ। କିନ୍ତୁ ତାଙ୍କୁ ଦିଆଯାଇଥିବା ଗ୍ରାଚ୍ୟୁଇଟିର ପରିମାଣ ୧ ଜାନୁଆରୀ ୧୯୯୦ ତାରିଖରୁ ଯୋଗ କରାଯାଇଥିଲା, ଯାହାକି ୧ ଲକ୍ଷ, ୯୨ ହଜାର ୭୦୦ ଟଙ୍କା ଥିଲା। ବକେୟା ରାଶି ପାଇଁ ସେ ସରକାରଙ୍କୁ ନିବେଦନ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଶେଷରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଡେଲି ଓ୍ବେଜ ର୍କମଚାରୀଙ୍କର ଗ୍ରାଚ୍ୟୁଇଟି ପାଇବାର ଅଧିକାର ଅଛି।

Share