କୁଚିଣ୍ଡା,୨୯ା୮(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତ ଗୌଡପାଲି ପ୍ରାଣୀ ଚିକିତ୍ସା ଉପକେନ୍ଦ୍ରରେ ସ୍ଥାୟୀ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ଦାବିରେ ସୋମବାର ଚାଷୀମାନେ ଧାରଣା ଦେଇଛନ୍ତି। ଏଠାରେ ଅବସ୍ଥାପିତ ପ୍ରାଣୀଧନ ନିରୀକ୍ଷକ ବିଶ୍ବଜିତ କୁଅଁରଙ୍କ ପଦୋନ୍ନତି ହେବାରୁ ଦୀର୍ଘ ୬ମାସ ଧରି ଏହି ପଦବୀ ଖାଲି ପଡିଛି। ଫଳରେ ଗୋପାଳକ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଦୁଗ୍ଧ ସମବାୟ ସମିତି ପକ୍ଷରୁ ଧାରଣା ଦିଆଯାଇଛି। ସମିତିର ପୂର୍ବତନ ସଭାପତି ବସନ୍ତ କୁମାର କଉଡିଙ୍କ ନେତୃତ୍ୱରେ କର୍ମକର୍ତ୍ତା ଓ ସଭ୍ୟମାନେ ଏହି ଧାରଣାରେ ବସିଥିଲେ।