କେକେକେ ୧୩ରେ ନଜର ଆସିବେ ଡେଜି ଶାହ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଡେଜି ଶାହ ଷ୍ଟଣ୍ଟ ବେସ୍ଡ ରିୟଲିଟି ଶୋ’ ଖତରୋଁ କେ ଖିଲାଡି ସିଜନ ୧୩ ସହ ଫେରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଗଲେଣି। ଏଥର ସେ ଫିଲ୍ମ ମେକର ରୋହିତ ସେଟ୍ଟିଙ୍କ ଗାଇଡାନ୍ସରେ ଷ୍ଟଣ୍ଟ କରିବାକୁ ନେଇ ଏକ୍ସାଇଟେଡ ଅଛନ୍ତି।
ହେଲେ ଏହି ଶୋ’ ସେ କାହିଁକି କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରାଯିବାରୁ ଡେଜି କହିଛନ୍ତି, ମୁଁ ମୋର ଶକ୍ତି, ଧୈର୍ଯ୍ୟ ଓ ସୀମାକୁ ପରଖିବାକୁ ଚେଷ୍ଟା କରୁଛି।
ସୂଚନାଯୋଗ୍ୟ, ୨୦୧୮ରେ ସଲମାନ ଖାଁଙ୍କ ଅଭିନୀତ ମୁଭି ‘ରେସ ୩’ରେ ଶେଷ ଥର ପାଇଁ ନଜର ଆସିଥିବା ଡେଜି କହିଛନ୍ତି, ପ୍ରକୃତରେ ମୁଁ ଷ୍ଟଣ୍ଟ କରିବାକୁ ନେଇ ନର୍ଭସ ଅଛି। କାରଣ ମୁଁ ନାହିଁ ମାନେ ମୁଁ ଓଭର କନଫିଡେଣ୍ଟ ଅଛି, ସେଥିପାଇଁ ଏହା ହୋଇପାରିବ ନାହିଁ।
ରୋହିତ ସେଟ୍ଟିଙ୍କ ସହ ସ୍କ୍ରିନ ଶେୟାରକୁ ନେଇ ସେ କହିଛନ୍ତି, ପ୍ରକୃତରେ ମୁଁ ଉତ୍ସାହିତ ଅଛି। କାରଣ ରୋହିତ ସାରଙ୍କୁ ବହୁଦିନରୁ ମୁଁ ଜାଣିଛି।

Share