ଅଳ୍ପ କେଇଘଣ୍ଟା ପରେ ଭୁବନେଶ୍ବରରେ ପହଞ୍ଚତ୍ବ ଡାକୋଟା

ବାଲେଶ୍ୱର ଅଫିସ, ୧୮।୧: ବିଜୁ ପଟ୍ଟନାୟକଙ୍କ ସ୍ମୃତି ଡାକୋଟା ଭିଟି-ଏୟୁଆଇ ବିମାନ ବୁଧବାର ପୂର୍ବାହ୍ନରେ ଓଡ଼ିଶାକୁ
ଫେରିଛି। ସକାଳେ ଲକ୍ଷ୍ମଣନାଥ ଟୋଲଗେଟ୍‌ ଦେଇ ୩ଟି ଲରିରେ ଜଳେଶ୍ବରରେ ପହଞ୍ଚିଥିଲା। ଆଉ କିଛି ଘଣ୍ଟା ପରେ ଭୁବନେଶ୍ବରରେ ପହଞ୍ଚିବ ପ୍ରବାଦପୁରୁଷ ବିଜୁ
ପଟ୍ଟନାୟକଙ୍କ ଅପାସୋରା ସନ୍ଧିକ୍‌ ଡାକୋଟା । ଅତି ସାବଧାନତାର ସହିତ ବିମାନକୁ ସଡ଼କ ପଥରେ ଅଣାଯାଉଛି। କୋଲ୍‌କାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଭୁବନେଶ୍ବର ଅଭିମୁଖେ ଆସିଛି ଡାକୋଟା। ଡାକୋଟାର ବିଭିନ୍ନ ଅଂଶକୁ ୩ଟି ଲରିରେ ଲୋଡ୍‌ କରାଯାଇ ଓଡ଼ିଶା ଅଣାଯାଇଛି । ଏରୋ ସ୍ପେସ୍‌ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ସଂସ୍ଥାର ଇଞ୍ଜିନିୟର
ଏହାକୁ ଆଣୁଛନ୍ତି। ଏଆର୍‌ସିର ୧୦ ଜଣିଆ ଟିମ୍‌ ୧୨ ଦିନ ଧରି ଏହି ଖୋଲିବା କାମରେ ନିୟୋଜିତ ହୋଇଥିଲେ ବୋଲି ଜଣାପଡ଼ିଛି।

Share