ଦକ୍ଷ ପ୍ରଜାପତି ମନ୍ଦିର ଅବହେଳିତ

ଗମ୍ଭାରୀମୁଣ୍ଡା,୮ା୧(ଦିଲୀପ ସ୍ବାଇଁ): ସରକାର ବିଭିନ୍ନ ମନ୍ଦିର ଓ ମଠର ପୁନରୁଦ୍ଧାର କରିବା ସହ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଖୋର୍ଦ୍ଧା ଜିଲା ବାଣପୁରରେ ଥିବା ଦକ୍ଷ ପ୍ରଜାପତି ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ବର୍ଷାହେଲେ ତ୍ରୟୋଦଶ ଶତାବ୍ଦୀର ଏହି ମନ୍ଦିରର ଗର୍ଭଗୃହରୁ ପାଣି ଗଳୁଛି। ଏପରିକି କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତୁରନ୍ତ ଏହି ମନ୍ଦିରର ମରାମତି ପାଇଁ ଦାବି ହେଉଛି।
ଅନୁଯାୟୀ, ଗଙ୍ଗବଂଶର ରାଜାମାନେ ଦାକ୍ଷିଣାତ୍ୟ ବିଜୟ କରି ଫେରିବା ପରେ ଏହି ମନ୍ଦିର ପ୍ରତିଷ୍ଠା କରାଇଥିଲେ। ମନ୍ଦିରର ଭାସ୍କର୍ଯ୍ୟ ବେଶ୍‌ ମନଛୁଅଁା। ମନ୍ଦିରରେ ନିର୍ମିତ ଅଷ୍ଟସଖୀ, ନାଗନାଗୁଣୀ, ଶାର୍ଦ୍ଦୂଳ, ଓଲଟ ଗଜ, ବରାଳ ସିଂହ, ଓଲଟ ସିଂହ, ଓଲଟ ଉଡ଼ା ସିଂହ, ଅଳସିକନ୍ୟାମାନଙ୍କର ନାଟ୍ୟରତ ଅଙ୍ଗରଙ୍ଗୀ ଆଦି ଆକୃଷ୍ଟ କରିଥାଏ। ସମଗ୍ର ପୂର୍ବ ଭାରତରେ ଏକମାତ୍ର ମନ୍ଦିର, ଯେଉଁଠାରେ ଦକ୍ଷ ପ୍ରଜାପତିଙ୍କୁ ପୂଜା କରାଯାଇଥାଏ। ଏହି ମନ୍ଦିରକୁ ମା’ ଭଗବତୀଙ୍କ ପିତ୍ରାଳୟ ବୋଲି କୁହାଯାଇଥାଏ। ଏଠାରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ପୂଜା ପାଇଥାନ୍ତି। ପ୍ରତ୍ୟହ ମଙ୍ଗଳବାର ପିତ୍ରାଳୟରୁ ମା’ଙ୍କ ଚଳନ୍ତି ପ୍ରତିମା ଦେବୀଙ୍କ ପୀଠକୁ ଆଗମନ ହୋଇଥାଏ। ତେବେ ଏହି ମନ୍ଦିର ବହୁ ପୁରାତନ ହୋଇଥିବାରୁ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତତ୍ତ୍ୱ ବିଭାଗ ନେଇଥିଲା। ମୁଖ୍ୟ ମନ୍ଦିର ଅଗ୍ରଭାଗରେ ଫାଟ ସୃଷ୍ଟି ହେଲାଣି। ମନ୍ଦିର ଗର୍ଭଗୃହରୁ ଇଟା ଓ ଚୂନ ଅତଡ଼ା ଖସୁଥିବା ବେଳେ ବର୍ଷା ପାଣି ମା’ଙ୍କ ଆସ୍ଥାନରେ ଜମିରହୁଛି। ତେଣୁ ବର୍ଷାଦିନେ ମା’ଙ୍କୁ ଗର୍ଭଗୃହରୁ ବିସ୍ଥାପନ କରିବାକୁ ମନ୍ଦିର କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି। ମନ୍ଦିର ପରିସରରେ ଥିବା ଛୋଟ ବଡ଼ ମନ୍ଦିରଗୁଡିକର ବି ସମାନ ଅବସ୍ଥା। ତୁରନ୍ତ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଓ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଦୃଷ୍ଟିଦେବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଦକ୍ଷେଶ୍ୱର ଭଗବତୀ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ କହିଛନ୍ତି, ବର୍ଷାପାଣିରେ ମନ୍ଦିର ଭର୍ତ୍ତିି ହୋଇଯାଉଛି। ମା’ଙ୍କ ଶୟନରେ ବାଧା ସୃଷ୍ଟି ହେଉଛି। ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉନାହିଁ। ଏହି ମନ୍ଦିର ତ୍ରୟୋଦଶ ଶତାବ୍ଦୀର। ଥରେ ଭାଙ୍ଗିଲେ ଆଉ ତୋଳିହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଆନ୍ଦୋଳନ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣା: ଜଣେ ଗିରଫ 

ଭୁବନେଶ୍ୱର,୨୯।୩: କଂଗ୍ରେସର ’ବିଧାନସଭା ଘେରାଓ’ କାର୍ଯ୍ୟକ୍ରମ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି।ସେ ହେଲେ ଭୁବନେଶ୍ୱର...

କନ୍ଧମାଳ ଜିଲା ବାର ଆଶୋସିଏସନର ନିର୍ବାଚନ: ଚନ୍ଦ୍ର ଶେଖର ସଭାପତି, ବିରେନ୍ଦ୍ର ସମ୍ପାଦକ

ଫୁଲବାଣୀ,୨୯ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ବାର ଆଶୋସିଏସନର ନିର୍ବାଚନ ଶନିବାର ଶେଷ ହୋଇଛି । ସଭାପତି ଭାବେ ଚନ୍ଦ୍ର ଶେଖର ପରିଡ଼ା, ଉପ ସଭାପତି...

ଛତ୍ରପୁର ଓକିଲ ସଂଘ: ପ୍ରଦୀପ ଷଷ୍ଠ ଥର ପାଇଁ ସଭାପତି ନିର୍ବାଚିତ

ଛତ୍ରପୁର,୨୯ା୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ସଙ୍ଘର ସଭାପତି ଭାବେ ଷଷ୍ଠ ଥର...

ଆଠମଲ୍ଲିକ ବାର୍‌ ଆସୋସିଏଶନ ନିର୍ବାଚନ: ସୁଶାନ୍ତ ସଭାପତି, ଅର୍ଜୁନ ସମ୍ପାଦକ

ଆଠମଲ୍ଲିକ,୨୯ା୩(ଉଦୀପ୍ତ ପୁରୋହିତ)- ଅନୁଗୋଳ ଜିଲା ଆଠମଲ୍ଲିକ ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସୁଶାନ୍ତ କୁମାର ମହାପାତ୍ର, ଉପସଭାପତି ଭାବେ ବିଦ୍ୟୁତ୍‌...

ଖେମୁଣ୍ଡିି ଓକିଲ ସଂଘ ନିର୍ବାଚନ: ପ୍ରଦୀପ ସମ୍ପାଦକ ଭାବେ ନିର୍ବାଚିତ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କେବଳ ସମ୍ପାଦକ ପଦବୀ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ଶାନ୍ତିଶୃଙ୍ଖଳାର ସହ ମତଦାନ...

ଭଞ୍ଜନଗର ବାର ଆସୋସିଏଶନ ନିର୍ବାଚନ: ଲକ୍ଷ୍ମୀକାନ୍ତ ସଭାପତି, ଜ୍ୟୋତିରଞ୍ଜନ ସମ୍ପାଦକ

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଭଞ୍ଜନଗର ବାର ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ସକାଳ ସାଢ଼େ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ଏଥିରେ...

ଅନୁଗୋଳ ବାର୍‌ ଆସୋସିଏଶନ ନିର୍ବାଚନ: ହିମାଂଶୁ ସଭାପତି, ଧ୍ରୁବଚରଣ ସମ୍ପାଦକ

ଅନୁଗୋଳ,୨୯ା୩ (ମାନସ ବିଶ୍ୱାଳ)/ (ଜ୍ୟୋତିରଞ୍ଜନ ସାହୁ)- ଅନୁଗୋଳ ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ହିମାଂଶୁ ଭୂଷଣ ସାମଲ ଏବଂ ସାଧାରଣ...

ଜଣାପଡିଲା ସୁଜାତାଙ୍କ VRS ପଛର କାରଣ! କହିଦେଲେ ବିଜେଡି ନେତା

ଭୁବନେଶ୍ୱର,୨୯।୩: IAS ସୁଜାତା କାର୍ତ୍ତିକେୟନଙ୍କ ସ୍ବେଚ୍ଛାକୃତ ଅବସରକୁ ନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ୨୦୦୦ ବ୍ୟାଚର ଏହି ଆଇଏଏସ ଅଧିକାରୀ କେନ୍ଦ୍ର ସରକାରଙ୍କ ଅନୁମୋଦନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image