
କେସିଙ୍ଗା,୨୫ା୧(ତୁମେଶ୍ୱର ସାହୁ): ଦିଲ୍ଲୀର ଇଣ୍ଡିଆ ଗେଟ୍ରେ ଆୟୋଜିତ ଗଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୬୦ ଜଣ ଓ ବରଗଡ଼ ଜିଲା ରବି ରତନ ସାହୁ ଓ ସାଥୀଙ୍କ ୬୦ କଳାକାର ଡାଲ ଖାଇ ନୃତ୍ୟରେ ସାମିଲ ହୋଇଛନ୍ତି। ପ୍ରଥମ କରି ଏହି ପରେଡ୍ରେ ଦେଶର ବିଭିନ୍ନ ରାଜ୍ୟର ୪୫ ପ୍ରକାର ନୃତ୍ୟ ପରିବେଷଣ କରିବେ। ଦେଶରେ ହେଉଥିବା ଏହି ଏତେ ଫିଉଜନ ନୃତ୍ୟ ସମାବେଶରେ ବିଭିନ୍ନ ନୃତ୍ୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ଡାଲ ଖାଇ ନୃତ୍ୟ ବି ସ୍ଥାନ ପାଇଛି। ଆଜି ଏତେ ବଡ଼ ଫିଉଜନ ନୃତ୍ୟକୁ ଗିନିଜ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ଦେବା ପାଇଁ ପ୍ରତିଯୋଗିତା ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଫଳାଫଳ ଆସନ୍ତା ଜାନୁଆରୀ ୨୬ରେ ଘୋଷଣା ହେବ। ଦେଶରେ ଏତେବଡ଼ ବିଭିନ୍ନ ନୃତ୍ୟର ମିଶ୍ରଣରେ ଭାରତୀୟ ସଂସ୍କୃତି ସମ୍ପୂର୍ଣ୍ଣ ଝଲସିବ। ଏହି କଳାକାରମାନେ ଗତ ୧ମାସ ହେଲା ଦିଲ୍ଲୀ ଯାଇ ନୃତ୍ୟ ଅଭ୍ୟାସ କରୁଛନ୍ତି। ବିଏସ୍ଏ ସମ୍ପାଦକ ଅକ୍ଷୟ କୁମାର ଦାସ ଓ ରବି ରତନ ସାହୁଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶାର ୧୨୦ରୁ ଅଧିକ କଳାକାର ଏହି ଗଣତନ୍ତ୍ରର ବଡ଼ ଉତ୍ସବରେ ସାମିଲ ପାଇଁ ଯାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଏସ୍ଏ କୋଷାଧ୍ୟକ୍ଷ ବିକ୍ରମ ବାରିକ,ବିଶିଷ୍ଟ ଘୁମୁରା ବାଦକ କମ୍ବୁପାଣି ବାଗ ପ୍ରମୁଖ ଦିଲ୍ଲୀ ଯାଇଛନ୍ତି।