Categories: ଜାତୀୟ

ଡାଲ ହ୍ରଦ ପାଲଟିଲା ବରଫ: ଭିଡ଼ିଓ ଭାଇରାଲ…

ଶ୍ରୀନଗର,୮।୧ : ପ୍ରବଳ ଶୀତ ଯୋଗୁ ଜମ୍ମୁ-କଶ୍ମୀର, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଦେଶର ସମସ୍ତ ଅଞ୍ଚଳରେ ସ୍ଥିତି ସଙ୍କଟ ଜନକ ରହିଛି। ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ହ୍ରଦ ଉପରେ ଏକ ପତଳା ବରଫର ଚାଦର ଦୃଶ୍ୟମାନ ହେଉଛି ।

ଡାଲ ହ୍ରଦର ଏହି ନୂତନ ଭିଡିଓକୁ ଏହାର ଏକ୍ସରେ ଶେୟାର କରାଯାଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶିକାରା ଡଙ୍ଗାଗୁଡ଼ିକ ହ୍ରଦ କୂଳରେ ଧାଡି ଧାଡି ହୋଇ ରହିଥିବାର ଦେଖିବାକୁ ମିଳୁଛି। ଡଙ୍ଗା ଚାରିପାଖରେ ଥିବା ପାଣି ବରଫ ହୋଇଯାଇଛି।

ଗୋଟିଏ ପଟେ ହ୍ରଦର ଅବସ୍ଥା, ଅନ୍ୟ ପଟେ ଜମ୍ମୁ-କଶ୍ମୀରର ଅନେକ ଅଞ୍ଚଳରେ ପ୍ରବଳ ତୁଷାରପାତ ହେଉଛି। ବଜାରଠାରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ସବୁ ସ୍ଥାନରେ କେବଳ ବରଫ ଦୃଶ୍ୟମାନ ହେଉଛି। ଏହି ତୁଷାରପାତର ଅନେକ ଭିଡିଓ ଏବଂ ଫଟୋ ଜମ୍ମୁ-କଶ୍ମୀରରୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁଯାୟୀ ସୋମବାର ଜମ୍ମୁ-କଶ୍ମୀରର ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଛି। ବିଭାଗର କହିବାନୁସାରେ, ଆଗାମୀ ଦିନରେ ଏହି ତାପମାତ୍ରା ଆହୁରି ହ୍ରାସ ପାଇପାରେ।

 

 

 

Share