Categories: ଜାତୀୟ

କ୍ଷମା ମାଗିଲେ ଦଲାଇ ଲାମା…

କୋଲକାତା,୧୦।୪ : ଏକ ସାର୍ବଜନୀକ ମଞ୍ଚରେ ଏକ ଛୋଟ ପିଲାକୁ ଚୁମ୍ବନ ଦେଇ ବିବାଦରେ ରହିଥିବା ବୌଦ୍ଧ ଧର୍ବଗୁରୁ ଦଲାଇ ଲାମା କ୍ଷମା ମାଗିଛନ୍ତି। ବାସ୍ତବରେ, ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ସେ ଜଣେ ପିଲାକୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ। ସୋସିଆଲ ମିଡିଆ ୟୁଜରମାନେ ଏହି ଭିଡିଓ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହା ପରେ ଦଲାଇ ଲାମାଙ୍କ ତରଫରୁ ଏକ ଅଧିକାରୀକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସ୍ପଷ୍ଟୀକରଣ ଜାରି କରାଯାଇଛି।

ଦଲାଇ ଲାମାଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଶିଶୁ ଦଲାଇ ଲାମାଙ୍କୁ ଆଲିଙ୍ଗନ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ, ଧାର୍ମିକ ନେତା ଶିଶୁ ଏବଂ ତାଙ୍କ ପରିବାର ତଥା ବିଶ୍ୱର ତାଙ୍କ ସମସ୍ତ ବନ୍ଧୁଙ୍କ ନିକଟରେ କ୍ଷମା ମାଗିବାକୁ ଚାହୁଁଛନ୍ତି। ଦଲାଇ ଲାମା ପ୍ରାୟତଃ ତାଙ୍କ ପାଖକୁ ଆସୁଥିବା ଲୋକଙ୍କୁ କ୍ୟାମେରା ଆଗରେ ଥଟ୍ଟା କରନ୍ତି। ତେବେ ସେ ଏହି ଘଟଣାରେ ଅନୁତାପ କରିଛନ୍ତି।

Share