Categories: ଜାତୀୟ

ନାବାଳକଙ୍କୁ ଜିଭ ଚାଟିବାକୁ କହିଲେ ଦଲାଇ ଲାମା

ନୂଆଦିଲ୍ଲୀ,୧୦ା୪: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି। ଜଣେ ଭାରତୀୟ ନାବାଳକ ପ୍ରଣାମ କରିବା ପାଇଁ ତଳକୁ ନଇଁ ପଡ଼ିଥିବାବେଳେ ୮୭ ବର୍ଷୀୟ ଦଲାଇ ଲାମା ତାଙ୍କ ଓଠରେ ଚୁମ୍ବନ ଦେଉଛନ୍ତି। ଏପରି କି ଧର୍ମଗୁରୁ ତାଙ୍କୁ ନିଜ ଜିଭ ଚାଟିବାକୁ ମଧ୍ୟ କହୁଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ଏହି ଭିଡିଓକୁ ନେଇ ଟୁଇଟର ୟୁଜର୍ସ ନାନା ମନ୍ତବ୍ୟ ଦେଇଛନ୍ତି।

ଦଲାଇ ଲାମାଙ୍କୁ ଶିଶୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଗିରଫ କରାଯାଉ ବୋଲି ଜସ୍‌ ଓବେରୟ ନାମକ ଜଣେ ୟୁଜର୍ସ ଦାବି କରିଛନ୍ତି। ପ୍ରକାଶ ଯେ, ୨୦୧୯ରେ ଦଲାଇ ଲାମା ଏକ ସାକ୍ଷାତ୍‌କାରରେ କହିଥିଲେ, ତାଙ୍କ ଉତ୍ତରାଧିକାରୀ ଜଣେ ମହିଳା ହେବେ। ସେ ପୁଣି ଅତ୍ୟନ୍ତ ଆକର୍ଷଣୀୟା ହୋଇଥିବା ଆବଶ୍ୟକ। ଦଲାଇ ଲାମାଙ୍କ ଏହି ମନ୍ତବ୍ୟକୁ ନେଇ ସେତେବେଳେ ସାରା ବିଶ୍ୱରେ ସମାଲୋଚନା କରାଯାଇଥିଲା। ଶେଷରେ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିଥିଲେ।

Share