ଦାଦନଙ୍କ ଗୋଡ଼, ପାପୁଲି କାଟିଦେଲେ ଦଲାଲ

ପାରଳାଖେମୁଣ୍ଡି,୩ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା କଲବା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଗୋଡ଼ ଓ ହାତ କାଟିଦେଇଥିବା ଜଣାପଡ଼ିଛି। ଏଥିସହ ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଦଲାଲ। ସୂଚନାଯୋଗ୍ୟ, ଗତ ୧୩ ତାରିଖରେ କଲବା ଗାଁର ଶାଙ୍କ ମୁର୍ମୁକୁ ନିକଟସ୍ଥ ଗାଁର ୪ଜଣ ଯୁବକ ଆସି ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶର ଏକ ସିମେଣ୍ଟ କମ୍ପାନୀକୁ ନେଇଯାଇଥିଲେ। ସେଠାରେ କିଛି ଦିନ କାମ କରିବା ପରେ ଶାଙ୍କ ଟଙ୍କା ମାଗିଥିଲେ। ତେବେ ଟଙ୍କା ଦେବା ବଦଳରେ ଦଲାଲମାନେ ତାଙ୍କୁ ମାଡ଼ ମାରିବା ସହ ବାମ ଗୋଡ଼ ଓ ଡାହାଣ ହାତର ପାପୁଲି କାଟି ଦେଇଥିବା ଅଭିଯୋଗ ହୋଇଛି। ହାତ ଗୋଡ଼ କାଟିବା ପରେ ଉତ୍ତରପ୍ରଦେଶର ଝାନ୍ସି ସହରର ଏକ ଘରୋଇ ମେଡ଼ିକାଲରେ ଗୋଟିଏ ଦିନ ଚିକିତ୍ସା କରାଇ ଗାଁରେ ଆଣି ଛାଡି ଦେଇଛନ୍ତି। ଅନ୍ୟପଟେ ଏନେଇ ଅଭିଯୋଗ ହୋଇ ନ ଥିବା ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ। ବର୍ତ୍ତମାନ ସେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁରା ଉତ୍ସବ ଉଦ୍‌ଘାଟିତ: ନୃତ୍ୟ, ବାଦ୍ୟରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା,୧୦ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସହରସ୍ଥିତ ବୁଢାଡ଼ଙ୍ଗର ମନ୍ଦିରରେ...

ଉଦ୍‌ଯାପନୀ ସମାରୋହରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧: ତିନି ଦିନ ଧରି ଚାଳିଥିବା ପ୍ରବାସୀ ଭାରତୀୟ ଦିବସର ଶୁକ୍ରବାର ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି।...

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ରାଇକିଆ,୧୦ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହଠାରେ ଶୁକ୍ରବାର ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଇକିଆ ବ୍ଲକ ଅଧ୍ୟକ୍ଷ...

ବସ୍‌ରେ ଚିକିତ୍ସା ପାଇଁ ଯାଉଥିଲେ: ସିଟ୍‌ରେ ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସ୍‌ଷ୍ଟାଣ୍ଡରୁ ବ୍ରହ୍ମପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରୁ ଶୁକ୍ରବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧା...

ମୋହନାରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଯାଉଥିଲେ ଅଭିଯୁକ୍ତ, ହାଜତ ପଠାଇଲା ଅବକାରୀ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଏସ୍‌ଆଇ ଅନୀତା ପ୍ରଧାନ ଗଜପତି ଜିଲା ମୋହନା ଥାନା କୀର୍ତ୍ତିଗି ଗ୍ରାମର ଜିତେନ୍ଦ୍ର ପାଇକଙ୍କୁ...

ଭୋଟ ଦେବାକୁ ଆସିଲେନି ସମିତି ସଭ୍ୟ କି ସରପଞ୍ଚ: ଫେରିଗଲେ ନିର୍ବାଚନ ଅଧିକାରୀ

ଝାରସୁଗୁଡା,୧୦।୧: ଝାରସୁଗୁଡା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ଆଜି ଅନୁଷ୍ଠିତବେଳେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ୧୦ଟାରେ ଅନାସ୍ଥା...

ବିବାହ ବିଚ୍ଛେଦ ମାମଲାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ମାମଲା ବିଚାରାଧୀନ ଥିଲେ ଜଣେ ନେଇପାରିବେ…

କଟକ,୧୦ା୧: ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ମାମଲା ବିଚାରାଧୀନ ଥିବାବେଳେ ଜଣେ ଏକପାଖିଆ ସମ୍ମତି...

ତେଲଙ୍ଗାନାରେ ମର୍ମନ୍ତୁଦ ବସ ଦୁର୍ଘଟଣା: ଚାଲିଗଲା ୪ ଓଡ଼ିଆଙ୍କ ଜୀବନ

ମାଲକାନଗିରି,୧୦।୧(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନାରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ତେଲଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image