Categories: ଖେଳ

ଜାଣିଶୁଣି ସଚିନଙ୍କୁ ଏକ ରନ୍‌ ଦେଇ ଫସାଇବାକୁ ଚାହିଁଥିଲେ ଏହି ଦୁର୍ଦ୍ଧର୍ଷ ବୋଲର୍‌; ସନ୍ୟାସ ଘୋଷଣା ପରେ କହିଲେ…

ଜୋହାନ୍ସବର୍ଗ,୪।୯: ନିଜ ସମୟର ସର୍ବୋତ୍ତମ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଡେଲ୍‌ ଷ୍ଟେଇନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଦ୍ରୁତ ବୋଲିଂ ବର୍ଷ ବର୍ଷ ଧରି ଅଭିଜ୍ଞ ବ୍ୟାଟ୍ସମ୍ୟାନମାନଙ୍କୁ ଅଡ଼ୁଆରେ ପକାଉଥିଲା। ହେଲେ ଅଧିକ ଉଇକେଟ ନେବା ଲାଗି ଷ୍ଟେଇନଙ୍କ ନିଜସ୍ବ କୌଶଳ ଥିଲା। ଏବେ ସେ ତାହା ଉପରୁ ପରଦା ଉଠାଇଛନ୍ତି।
ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ବିଷୟରେ କିଛି ରୋଚକ ଘଟଣା ସେ କହିଛନ୍ତି। ଏକଦା ସେ ଜାଣିଶୁଣି ସଚିନଙ୍କୁ ଏକ ରନ୍‌ କରିବାକୁ ଦେଇଥିଲେ। ଏହାଫଳରେ ଅପରପକ୍ଷେ ଥିବା ଦୁର୍ବଳ ଖେଳାଳିଙ୍କୁ ଆଉଟ୍‌ କରିବାକୁ ସେ ଯୋଜନା କରିଥିଲେ ବୋଲି ଷ୍ଟେଇନ୍‌ କହିଛନ୍ତି।

ଏକ ଓ୍ବେବ୍‌ସାଇଟ୍‌କୁ ଷ୍ଟେଇନ୍‌ କହିଛନ୍ତି, ଦ୍ରୁତ ବୋଲର ଭାବେ ସାରା ଦିନ ଦୌଡ଼ି ବୋଲିଂ କରିବାକୁ ଚାହୁଁଥିଲି। ହେଲେ ବୋଲିଂ କରୁଥିବା ବ୍ୟାଟ୍ସମ୍ୟାନ୍‌ଙ୍କୁ ଯଦି ଫରକ ପଡେନାହିଁ ତେବେ ଶକ୍ତି ଅପଚୟ କରିବାର କୌଣସି କାରଣ ନ ଥାଏ। ଏଣୁ ମୁଁ ଦୁର୍ବଳ ଖେଳାଳିଙ୍କ ଉପରେ ଧ୍ୟାନ ଦେଉଥିଲି।

ବଡ ବଡ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେବାରେ ଲାଭ ନ ଥାଏ। କାରଣ ସେ ସହଜରେ ତୁମର ବଲ୍‌କୁ ଖେଳିଦିଅନ୍ତି। ଏଣୁ ଦୁର୍ବଳ ବ୍ୟାଟ୍ସମ୍ୟାନଙ୍କୁ ଖୋଜିଥାଏ, ଯେଉଁମାନଙ୍କୁ ସହଜରେ ଆଉଟ୍‌ କରାଯାଇପାରିବ। ସଚିନଙ୍କୁ ସେହିଭଳି ଏକ ରନ୍‌ ଦେଇ ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାର କୌଶଳ ଆପଣାଇଥିବା ଷ୍ଟେଇନ୍‌ କହିଛନ୍ତି।