ମେଟାଭର୍ସରେ ପ୍ରଥମ ଭାରତୀୟ ଭାବେ ଗୀତ ଗାଇଲେ ଦଲେର ମେହନ୍ଦି

ମୁମ୍ବାଇ: ଏବେ ମେଟାଭର୍ସ ବା ଭର୍ଚୁଆଲ ଦୁନିଆର କ୍ରେଜ ଦୃତ ଗତିରେ ବଢିବାରେ ଲାଗିଛି । ଅଧିକାଂଶ ସିଙ୍ଗର ଏହି ମେଟାଭର୍ସରେ ନିଜ ନିଜର ଇଭେଣ୍ଟ କରୁଛନ୍ତି । ଏହି ଲିଷ୍ଟରେ ଏବେ ଜଣେ ଭାରତୀୟ ସିଙ୍ଗରଙ୍କ ନାଁ ସାମିଲ ହୋଇଛି । ପ୍ରଥମ ଭାରତୀୟ ଗାୟକ ଭାବେ ଦଲେର ମେହନ୍ଦି ମେଟାଭର୍ସରେ ନିଜର ପ୍ରୋଗ୍ରାମ କରିଛନ୍ତି ।
ଦଲେର ମେହନ୍ଦି ତାଙ୍କ ପ୍ରଥମ ମେଟାଭର୍ସ କନସର୍ଟ ରିପବ୍ଲିକ ଡେ’ରେ ଅର୍ଗାନାଇଜ କରିଥିଲେ । ଏହାର ଘୋଷଣା ସେ ୧୭ ଜାନୁୟାରୀରେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ କରିଥିଲେ । ସେତେବେଳେ ସେ ସୂଚନା ଦେଇଥିଲେ କି ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ସେ ମେଟାଭର୍ସରେ ପରଫର୍ମ କରିବେ । ଏହାକୁ ନେଇ ସେ ପୋଷ୍ଟର ବି ଶେୟାର କରିଥିଲେ । ପୋଷ୍ଟରରେ ଦେଖାଯାଇଥିଲା କି ପରଫରମାନ୍ସ ପାର୍ଟି ନାଇଟ(Party Nite) ରେ ହେବ । Party Nite ହେଉଛି ଭାରତର ପ୍ରଥମ ମେଟାଭର୍ସ ସ୍ପେସ । ସୂଚନାଯୋଗ୍ୟ, ମେଟାଭର୍ସ Party Nite ଅନୁଯାୟୀ, Party Niteର ବ୍ଲକଚେନରେ ପାୱାର ହେଉଥିବା ଏକ ଡିଜିଟାଲ ପାରାଲାଲ ସ୍ପେସ । ଯେଉଁଠାରେ ଲୋକମାନେ ନିଜ ବନ୍ଧୁଙ୍କ ସହ କଷ୍ଟମାଇଜେବଲ ଅବତାରରେ ହ୍ୟାଙ୍ଗଆଉଟ କରିବା ବ୍ୟତୀତ ନୂଆ ଲୋକଙ୍କ ସହ ପରିଚିତ ହୋଇପାରନ୍ତି ଅବା ପାର୍ଟି କିମ୍ବା ଇଭେଣ୍ଟକୁ ଜଏନ କରିପାରନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଦଲେର ମେହନ୍ଦି ମେଟାଭର୍ସରେ ନମୋ-ନମୋ, ଇଣ୍ଡିଆ-ଇଣ୍ଡିଆ ଓ ଜାଗୋ ଇଣ୍ଡିଆ ଭଳି ନିଜର ଏଭରଗ୍ରୀନ ହିଟସ୍‌ରେ ପରଫର୍ମ କରିଛନ୍ତି । ଏହାକୁ ନେଇ ଦଲେର ମେହନ୍ଦି କୁହନ୍ତି ସେ ନିଜକୁ ବଡ ଭାଗ୍ୟବାନ ବୋଲି ମନେକରୁଛନ୍ତି କାରଣ ସେ ଭାରତକୁ ରିପ୍ରେଜେଣ୍ଟ କରୁଛନ୍ତି । ସୂଚନାଯୋଗ୍ୟ, ମେଟାଭର୍ସ ଏକ ଭର୍ଚୁଆଲ ନେଟୱର୍କ ଯେଉଁଠି ଲୋକେ ପରସ୍ପରସହ ଇଣ୍ଟରଆକ୍ଟ କରିବାର ସୁଯୋଗ ପାଇଥାଆନ୍ତି । ଦଲେର ମେହନ୍ଦିଙ୍କ ପୂର୍ବରୁ ପପ ଆର୍ଟିଷ୍ଟ ତ୍ରାଭିସ ସ୍କଟ, ଜଷ୍ଟିନ ବିବର ମାର୍ଶେମିଲୋ ଓ ଅନ୍ୟକେତେଜଣ ସେମାନଙ୍କ ପ୍ରୋଗ୍ରାମ କରି ସାରିଛନ୍ତି ।

Share