Advertisement

ଦଲିଆ କେକ୍‌

ଆବଶ୍ୟକ ସାମଗ୍ରୀ- ଦଲିଆ- ୩,୪ କପ୍‌, ସୁଜି- ୧/୪ କପ୍‌, ପରିବା(ଗାଜର, ବିନ୍ସ, ମଟର)- ୧ କପ୍‌, ଅଦା ପେଷ୍ଟ ୧ ଚାମଚ, କଞ୍ଚାଲଙ୍କା ୧ଟି (ଛୋଟ କଟା), ଲଙ୍କାଗୁଣ୍ଡ- ୧ ଚାମଚ, ୧/୩ ହଳଦୀ ଗୁଣ୍ଡ, ଦହି- ୩/୪ କପ୍‌, ଲାଲ ଲଙ୍କା ଫ୍ଲେକ୍ସ- ଅଧା ଚାମଚ, ସୋରିଷ- ୧ ଚାମଚ, ଜିରା- ୧ ଚାମଚ, ବେକିଂ ସୋଡା- ଅଧା ଚାମଚ, ଭୁର୍ସଙ୍ଗପତ୍ର- ଅଳ୍ପ, ସ୍ବାଦ ଅନୁସାରେ ଲୁଣ ଓ ପାଣି।
ପ୍ରଣାଳୀ-ଦଲିଆ, ସୁଜି ଓ ଦହିକୁ ମିଶାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ। ପରିବା କଟା, ଅଦା ପେଷ୍ଟ, କଞ୍ଚା ଲଙ୍କା, ଲଙ୍କା ଫ୍ଲେକ୍ସ, ଲଙ୍କା ଗୁଣ୍ଡ, ହଳଦୀଗୁଣ୍ଡ ପକାଇ ସେଥିରେ ପାଣି ମିଶାଇ ଗୋଳାନ୍ତୁ। କଡ଼େଇରେ ସୋରିଷ ତେଲ ଗରମ କରି ସେଥିରେ ସୋରିଷ ଫୁଟାଇ ଭୁର୍ସଙ୍ଗପତ୍ର ପକାନ୍ତୁ। ଏହି ଫୁଟଣକୁ ଦଲିଆ ମିଶ୍ରଣରେ ପକାଇ ସମସ୍ତ ପରିବା ମଧ୍ୟ ପକାନ୍ତୁ। ମିଶାଇବା ସମୟରେ ବେକିଂ ସୋଡା ପକାଇ ମିଶାନ୍ତୁ। ଏହାପରେ କେକ୍‌ ପାତ୍ରରେ ଘିଅ ଲଗାଇ ଏହି ମିଶ୍ରଣକୁ ଓଭାନରେ ୨୦୦ ଡିଗ୍ରୀ ତାପମାତ୍ରାରେ ଅଧଘଣ୍ଟା ବସାନ୍ତୁ। କେକ୍‌ ହୋଇଗଲା ପରେ ଓଭାନରୁ କାଢି ଏହାକୁ ଥଣ୍ଡା କରି ପୁଦିନା ଚଟଣି ସହିତ ଖାଆନ୍ତୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel