Categories: ଜାତୀୟ

ଛେଳି ହତ୍ୟା ଅଭିଯୋଗରେ ମିଳିଲା ଏମିତି ଦଣ୍ଡ

ରାଞ୍ଚି,୨।୮: ଝାଡଖଣ୍ଡର ଗିରିଡିହ ଜିଲାର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ଘାଗାଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଛେଳି ହତ୍ୟା ଅଭିଯୋଗରେ ଦୁଇଜଣ ଦଳିତ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଯାତନା ଦିଆଯିବା ସହ ଜରିମାନା ଲଗାଯାଇଛି। ଏନେଇ ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ଗଗାର୍ଡିହା ନିବାସୀ ପରମାନନ୍ଦ ଦାସ ଏବଂ ଶଙ୍କର ଦାସ ମୁଫାସିଲ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି।
ପୀଡିତମାନେ କହିଛନ୍ତି ଯେ, ଜୁଲାଇ ୨୮ରେ ଗାଁର ଯାଦବ ସମ୍ପ୍ରଦାୟର ଛେଳି ତାଙ୍କ ଫସଲ ଖାଉଥିଲେ। ଦୁହେଁ ଛେଳିକୁ ଗୋଡ଼ାଇଥିଲେ। ପରେ ଯାଦବ ସମ୍ପ୍ରଦାୟର ଲୋକେ ଛେଳିଟିକୁ ନିଜେ ମାରିଦେଇଥିଲେ। ପରଦିନ କିନ୍ତୁ ପରମାନନ୍ଦ ଏବଂ ଶଙ୍କରଙ୍କୁ ଘରୁ ଆଣି ଏକ ଗଛରେ ବାନ୍ଧି ତାଙ୍କ ନାଁରେ ଛେଳି ହତ୍ୟା କରିଥିବା ଅଭିଯୋଗ କରାଯାଇଥିଲା। ଏହି ସମୟରେ ଏକ ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଉଭୟେ ଛେଳି ମାରିଛନ୍ତି ବୋଲି କୁହନ୍ତୁ ଏବଂ ଜରିମାନା ଦିଅନ୍ତୁ ବୋଲି ଜବରଦସ୍ତି କରାଯାଇଥିଲା। ପୋଲିସ ଏହି ଘଟଣାରେ ଯାଦବ ସମ୍ପ୍ରଦାୟର ୧୮ ଜଣ ଲୋକଙ୍କୁ ରଖି ପଚରାଉଚରା କରୁଛି।

Share