Categories: ଜାତୀୟ

ଟଙ୍କା ଚୋରି ଅଭିଯୋଗରେ ଶ୍ରମିକଙ୍କୁ ଅକଥନିୟ ନିର୍ଯ୍ୟାତନା ଦେଲେ ୪ ବ୍ୟକ୍ତି

ଚେନ୍ନାଇ, ୪ା୨- ତାମିଲନାଡୁର ଆମ୍ମେପେଟାଇ ଜିଲାର ଥାନଜାବୁରରୁ ଏକ ହୃଦୟ ଥରା ଭିଡିଓ ଭାଇରାଲ ହୋଇଛି। ଟଙ୍କା ଚୋରି ଅଭିଯୋଗରେ ରାହୁଲ ନାମକ ଜଣେ ଦଳିତ ଶ୍ରମିକଙ୍କୁ ୪ ଜଣ ଦେଇଛନ୍ତି ଅକଥନିୟ ନିର୍ଯ୍ୟାତନା। ଜଣେ ଅଭିଯୁକ୍ତ ଦଳିତ ବ୍ୟକ୍ତିର ମୁଣ୍ଡକୁ ଜଙ୍ଘରେ ମାଡ଼ି ବସିଥିବାବେଳେ ଅନ୍ୟ ଦୁଇ ଜଣ ବାଡ଼ିରେ ବାଡ଼ାଉଛନ୍ତି। ଏହି ନିର୍ଯ୍ୟାତନା ବେଳର ଦୃଶ୍ୟ କଏଦ ହୋଇଛି ଏକ ଭିଡିଓରେ। ଆଉ ସେହି ଭିଡିଓ ଦେଖିଲେ, ରାହୁଲ (୨୪)ଙ୍କୁ ମାଡ଼ ମାରିବା ପାଇଁ ୪ ଅଭିଯୁକ୍ତଙ୍କ ମଧ୍ୟରେ ରେସ ଚାଲିଥିବା ଭଳି ଅନୁଭବ ହେଉଛି।

ଏ ନେଇ ୪ ଅଭିଯୁକ୍ତଙ୍କ ବିରୋଧରେ ୩୦୭ ଓ ଏସ୍‌ସି/ଏସ୍‌ଟି ଧାରା ସମେତ ୬ଟି ଧାରାରେ ମାମଲା ଦାୟର କରାଯାଇଥିବା ଥାନଜାଭୁର ଏସ୍‌ପି ସୋମସୁନ୍ଦରମ କହିଛନ୍ତି। ଜଣେ ଅଭିଯୁକ୍ତଠାରୁ ଟଙ୍କା ଚୋରି କରିଥିବାରୁ ଦଳିତ ବ୍ୟକ୍ତିଙ୍କୁ ମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Share