ଦାମ ବାବୁଙ୍କ ଜ୍ଞାନ, ଅଭିଜ୍ଞତା ବିଧାନସଭାରେ ଡକ୍ୟୁମେଣ୍ଟ ହୋଇ ରହିଛି: ମନମୋହନ

ଭୁବନେଶ୍ୱର,୨୨।୩: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଶୁକ୍ରବାର ଭୋରରୁ ପରଲୋକ ହୋଇଛି। ଦାମ ଜଣେ ଦକ୍ଷ ରାଜନେତା ଥିଲେ।
ଦାମଙ୍କ ସହ ରାଜନୈତିକ ଜୀବନର ସ୍ମୃତି ବଖାଣିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ସେ କହିଛନ୍ତି ‘ତାଙ୍କ ଦୀର୍ଘ ଜୀବନ ତଥା ରାଜନୈତିକ ଜୀବନ ସଂଘର୍ଷର ଅବସାନ ହୋଇଛି । ଦାମ ବାବୁଙ୍କ ଜ୍ଞାନ ଓ ଅଭିଜ୍ଞତା ବିଧାନସଭାରେ ଡକ୍ୟୁମେଣ୍ଟ ହୋଇ ରହିଛି । ତାଙ୍କ ସହ ଯେତିକି ବର୍ଷ କାମ କରିଛି ତାଙ୍କ କାର୍ଯ୍ୟ ଦକ୍ଷତାମୋତେ ପ୍ରଭାବିତ କରିଛି । ସେ ଥିଲେ ଓଡ଼ିଶାରେ ରାଜନୀତିର ଚର୍ଚ୍ଚାର ବିଷୟ । ନିଜେ ମନ୍ତ୍ରୀ ପଦରେ ଥିବାବେଳେ ତାଙ୍କୁ ୨୪ ଘଣ୍ଟା ବି ନିଅଣ୍ଟ ପଡୁଥିଲା । କାମ ଥିଲେ ନା ସେ ନିଜେ ବସନ୍ତି ନା ଆମକୁ ବସିବାକୁ ଦିଅନ୍ତି । ଦଳୀୟ ସଙ୍ଗଠନକୁ ସୁଦୃଢ କରିବାକୁ ତାଙ୍କର ସବୁବେଳେ ଚିନ୍ତା ଥିଲା’ ।

Share