ଡ୍ୟାମ ଗେଟ ବନ୍ଦ: ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର,୨୮ା୪: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ତରା ପଞ୍ଚାୟତ ଦାମପୁର ଓ କାନପୁର ଗ୍ରାମର ଚାଷୀମାନେ ଖରାଟିଆ ଧାନ ଫସଲ କରିଛନ୍ତି। ତେବେ କାନପୁର ଡ୍ୟାମ ଗେଟ ବନ୍ଦ କରାଯାଇଥିବାରୁ ଧାନ କ୍ଷେତରେ ଜଳସେଚନ ହୋଇପାରୁ ନାହିଁ। ଏହାର ସମାଧାନ ପାଇଁ ଚାଷୀମାନେ ସୋମବାର କେନ୍ଦୁଝର ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କଣ୍ଡରା ପଞ୍ଚାୟତର ରୀନା ନାୟକ, ପଞ୍ଚାୟତ ସମିତି ସଭ୍ୟ ସୋମନାଥ ମହାନ୍ତ, ଜିଲା ପରିଷଦ ସଭ୍ୟ ୨୮ ନମ୍ବର ଜୋନ ଡମ୍ବରୁଧର କୁଡ଼ାଡହଙ୍କ ସମେତ ବହୁ ଆଦିବାସୀ ଚାଷୀ ଲିଖିତ ଜଣାଇଛନ୍ତି।

ଅଭିଯୋଗ ଅନୁଯାୟୀ, କାନପୁର ବୃହତ ଜଳସେଚନ ନିର୍ମାଣରେ କଣ୍ଡରା ପଞ୍ଚାୟତର ଆଶିଂକ ଗ୍ରାମ ବୁଡି ଯାଇଛି। ଏଭଳି ସ୍ଥିତିରେ କେତେକ ଚାଷୀ ଧାନ ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି। ତେବେ କଣ୍ଡରା, ଦାମପୁର କାନପୁର ଓ ପୁଟୁଗାଁ ଗ୍ରାମର ଗ୍ରାମବାସୀ ବୈତରଣୀ ନଦୀରୁ ଉଠାଜଳ ସେଚନ ମାଧ୍ୟମରେ ଖରାଟିଆ ଧାନ ଚାଷ କରିଛନ୍ତି। ବର୍ତ୍ତମାନ ଧାନଗଛ ଗର୍ଭାବସ୍ଥାରେ ରହିଛି। ହେଲେ ଗତ ୨୩ ତାରିଖରେ ପ୍ରକଳ୍ପ କର୍ତ୍ତୃପକ୍ଷ କୌଣସି କାରଣରୁ ଡ୍ୟାମ୍‌ ଗେଟ ବନ୍ଦ କରି ଦେଇଛନ୍ତି। ଫଳରେ ନଦୀର ଜଳସ୍ତର କମି ପାଣି ଶୁଖାଯାଇଛି। ଉଠା ଜଳସେଚନ ନିମନ୍ତେ ବ୍ୟବହୃତ ପାଣିପମ୍ପ ଯେଉଁଠାରେ ସ୍ଥାପନ କରାଯାଉଛି, ପ୍ରାୟ ୫ ଫୁଟ ପାଣି ତଳକୁ ଖସି ଯିବାରୁ, ପାଣି କିଆରିକୁ ଉଠାଯାଇପାରୁ ନାହିଁ।

ଫଳରେ ପାଣି ଅଭାବରୁ ଧାନ ଚାଷ ନଷ୍ଟ ହେଲେ ସମ୍ଭାବନା ରହିଛି। ଏନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ଜଳସେଚନ ବ୍ୟବସ୍ଥା କରିବାକୁ ମଙ୍ଗଲ ମୁଣ୍ତା, ଗୁରା ମୁଣ୍ତା, ଡବର ମୁଣ୍ତା, ବିଜୟ ମୁଣ୍ତା, ପିତାମ୍ବର ମୁଣ୍ତ, ଗୁରୁନାଥ ମୁଣ୍ତା, ଦୁର୍ଗା ମୁଣ୍ତା, ସୋନାଲି ମୁଣ୍ତା, ଶୁଭାତ୍ରୀ ମୁଣ୍ତ, ସୁନିକା ମୁଣ୍ତା, ମାଲିନି ମୁଣ୍ତା, ସନାତନ ମୁଣ୍ତା, ମାଟୁ ମୁଣ୍ତା, ଲଛମନ ମୁଣ୍ତା, ଫୁଲନ୍ତି ମୁଣ୍ତା, ଜୟରାମ ମୁଣ୍ତା, ତୁଳସୀ ମୁଣ୍ତା ପ୍ରମୁଖ ଚାଷୀକୁଳ ଦାବି କରିଛନ୍ତି।

ଏପରିକି ଚାଷୀମାନେ ମୁଖ୍ୟମନ୍ତ୍ରୀ, ଚମ୍ପୁଆ ବିଧାୟକ ଓ ଉପଜିଲାପାଳଙ୍କୁ ଦାବିପତ୍ରର ଏକ ନକଳ ପ୍ରଦାନ କରିଛନ୍ତି। ଏପରିକି ପ୍ରକଳ୍ପ ନିର୍ଦେଶକ ପୂର୍ନବାସ ଓ ପୂର୍ନ ଥଇଥାନ କାନପୁର ବୃହତ ଜଳସେଚନ ପ୍ରକଳ୍ପ ବାସୁଦେବପୁର, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କାନପୁର ବୃହତ ଜଳସେଚନ ପ୍ରକଳ୍ପଙ୍କୁ ଲିଖିତ ପ୍ରେରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri