Advertisement

ଖାଲଖମାରେ ପୂରିଛି ରାସ୍ତା, ଯାତାୟାତରେ ସମସ୍ୟା

ସିଂହପୁର,୧୪ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅନ୍ତର୍ଗତ ସିଂହପୁର ସେକ୍ସନର ନୂଆମାହାରା ଦକ୍ଷିଣ ପାର୍ଶ୍ୱର ଜରିଠାରୁ ଛୋଟାଗଡ଼ି ପର୍ଯ୍ୟନ୍ତ ୭ କିମି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଦିନିଆ ବର୍ଷା ହେଲେ ମଧ୍ୟ ଯାତାୟାତ କରିବା କଷ୍ଟକର। ଏହି ରାସ୍ତାରେ ଚାରିବର୍ଷ ତଳେ ମୋରମ ପଡ଼ିଥିଲା। ଏବେ ମୋରମ ଉଠିଯାଇ ଖାଲଖମାରେ ପୂରିଯାଇଛି। ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ସ୍କୁଲ କଲେଜ ଯିବାରେ ଛାତ୍ରୀଛାତ୍ର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନ ପୂର୍ବରୁ ଉକ୍ତ ରାସ୍ତା ମରାମତି ଜରୁରୀ ହୋଇପଡ଼ିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel