ପାରଳାଖେମୁଣ୍ଡି, ୧୧ା୧୨ (ଡି.ଏନ୍.ଏ): ଗଜପତି ଜିଲାରେ ଶୁକ୍ରବାର ସାରୁ ସୃଷ୍ଟି ହୋଇଥିବା ବାତ୍ୟା ‘ମାଣ୍ଡୋସ’ର ପ୍ରଭାବରେ ଝିପି ଝିପି ବର୍ଷା ଲାଗିରହିଛି। ଧାନ ଅମଳ ସମୟ ହୋଇଥିବାରୁ ବର୍ଷା ହେବା ଦ୍ୱାରା ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ହେବା ଦ୍ୱାରା ଚାଷୀମାନେ ନିଜ ଜମିରେ ଅମଳ କରି ରଖିଥିବା ଧାନ ଓଦା ହୋଇ ନଷ୍ଟ ହୋଇଯାଇଛି। ଧାନ ମଣ୍ଡି ଶୀଘ୍ର ଖୋଲା ଯାଇ ନଥିବାରୁ ଚାଷୀମାନେ ହଇରାଣ ହେଉଥିବା କହିଛନ୍ତି । ଜିଲାରେ ପ୍ରାୟ ଶତକଡା ୪୦ଭାଗ ଧାନ କଟା ସରିଥିବା ବେଳେ ୬୦ଭାଗ ଧାନ ଜମିରେ ପଡି ରହିଥିବା ଜଣାପଡିଛି ।