ଦମନ: ଓଡ଼ିଆ ସିନେମା ପାଇଁ ନୂଆ ସନ୍ଦେଶ

”କୋଭିଡ୍‌ ମହାମାରୀ ପରେ ନିକଟରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ‘ଦମନ’ ଓଡ଼ିଆ ସିନେମା ପ୍ରଯୋଜକଙ୍କୁ ନୂଆ ରାସ୍ତା ଦେଖାଇଥିଲା। ‘ଭଲ ସିନେମା କଲେ ଓଡ଼ିଆ ଦର୍ଶକ ଫେରିବେ’-ଏହି କଥାକୁ ଚିତ୍ରଟି ପ୍ରମାଣ କରି ଦେଖାଇ ସାରିଛି। ନିଚ୍ଛକ କାହାଣୀ ଉପରେ ଠିକ୍‌ ଭାବରେ ସିନେମା ନିର୍ମାଣ କଲେ ଓଡିଆ ସିନେମା ପୁଣି ଥରେ ଦର୍ଶକାଦୃତ ହୋଇପାରିବ।“

ନବାଗତ ଦୀପେନ୍ଦ୍ର ସାମଲଙ୍କ ପ୍ରଯୋଜିତ ଏବଂ ଦେବୀ ପ୍ରସାଦ ଲେଙ୍କା ଓ ବିଶାଳ ମୌର୍ଯ୍ୟଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ ହେବାକୁ ଘୋଷଣା ହୋଇଛି। ଏହା ଓଡ଼ିଆ ସିନେଜଗତ ପାଇଁ ଦମ୍ଭ ଯୋଗାଇବା ସହ ଏକ ନୂଆ ସନ୍ଦେଶ ମଧ୍ୟ ଦେଇଛି। ଉକ୍ତ ଚିତ୍ରଟିକୁ ପୂର୍ବରୁ ରାଜ୍ୟ ସରକାର ଟିକସମୁକ୍ତ କରିଥିଲେ। ଏହାର ମୁଖ୍ୟ ଚରିତ୍ରରେ ବାବୁସାନ୍‌ ମହାନ୍ତି ଓ ଦ୍ୱୀପାନ୍ବିତ ଦାଶମହାପାତ୍ର ଅଭିନୟ କରିଛନ୍ତି।
ମହାମାରୀ ପରେ ‘ଦମନ’ ଓଡ଼ିଆ ସିନେମା ପ୍ରଯୋଜକଙ୍କୁ ନୂଆ ରାସ୍ତା ଦେଖାଇଥିଲା। ‘ଭଲ ସିନେମା କଲେ ଓଡ଼ିଆ ଦର୍ଶକ ଫେରିବେ’-ଏହି କଥାକୁ ଚିତ୍ରଟି ପ୍ରମାଣ କରି ଦେଖାଇ ସାରିଛି। ଭିନ୍ନ ଭିନ୍ନ ଭାଷାଭାଷୀ ସିନେମାରୁ ନକଲ କଲେ କେହି କେବେ ସମ୍ମାନ ଦେବେନାହିଁ। ନିଚ୍ଛକ କାହାଣୀ ଉପରେ ଠିକ୍‌ ଭାବରେ ସିନେମା ନିର୍ମାଣ କଲେ ଓଡିଆ ସିନେମା ପୁଣି ଥରେ ଦର୍ଶକାଦୃତ ହୋଇପାରିବ। ଅନ୍ୟପକ୍ଷରେ ଏହି ଫିଲ୍ମରେ ଜଣେ ଡାକ୍ତର ଭୂମିକାରେ ବାବୁସାନ୍‌ ନିଖୁଣ ଅଭିନୟ ପ୍ରଦର୍ଶନ କରିଛନ୍ତି। ଏବେ ତାଙ୍କ ଫିଲ୍ମଗୁଡିକ ନିଆରା ଢଙ୍ଗରେ ଦର୍ଶକଙ୍କୁ ପ୍ରଭାବିତ କରୁଥିବାର ଦେଖିବାକୁ ମିଳୁଛି। ଚଳିତ ବର୍ଷ ରଜରେ ତାଙ୍କର ହୋମ ବ୍ୟାନରରେ ପ୍ରସ୍ତୁତ ‘ପାବାର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି ଏବଂ ଆସନ୍ତା ଦୁର୍ଗାପୂଜା ପାଇଁ ସେ ଆଉ ଏକ ନୂଆ ସିନେମା ‘ସୋନକ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।
ସିନେମା ‘ଦମନ’ର କଥାବସ୍ତୁ ହେଲା-ମ୍ୟାଲେରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ‘ଦମନ’ ନାମରେ ଏକ ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିଲା। ଏହି ଯୋଜନାରେ ସ୍ବତନ୍ତ୍ର ଭାବେ ମ୍ୟାଲେରିଆ କ୍ୟାମ୍ପ କରାଯାଇ ଏହାର ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାରେ ସଚେତନତାର ବାର୍ତ୍ତା ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସାଧାରଣ ବ୍ୟକ୍ତିବିଶେଷଙ୍କ ପାଖରେ ପହଞ୍ଚତ୍ବା ଦରକାର। ଜନ ସଚେତନତା ସିନେମା ମାଧ୍ୟମରେ ହେଲେ ଏହା ଉଭୟ ସମାଜ ଏବଂ ବ୍ୟକ୍ତିବିଶେଷଙ୍କ ଠାରେ ବିଶେଷ ପ୍ରଭାବ ପକାଇଥାଏ।
ସିନେମା ହେଉଛି ବୃହତ୍‌ ଏକ ଗଣମାଧ୍ୟମ। ୮୭ ବର୍ଷର ଓଡ଼ିଆ ସିନେମାର ପ୍ରଭାବ ବେଳକୁ ବେଳ ହ୍ରାସ ପାଉଥିବା ବେଳେ ମଝିରେ ମଝିରେ ଜାତୀୟସ୍ତରରେ ଏପରି ପ୍ରୋତ୍ସାହନ ନୂତନ ପିଢିଙ୍କୁ ଭଲ ସିନେମା ନିର୍ମାଣ କରିବା ନିମନ୍ତେ ପ୍ରେରଣା ଯୋଗାଇବ। ଜନହିତକର ସଚେତନତା ପାଇଁ ଯଦି ଓଡିଶା ସରକାର ସିନେମା ମାଧ୍ୟମରେ କାର୍ଯ୍ୟକ୍ରମ କରାଇବା ଦିଗରେ ଅଧିକ ଗୁରୁତ୍ୱ ଦିଅନ୍ତେ, ତେବେ ସରକାରଙ୍କ କାର୍ଯ୍ୟଧାରା ବିଶେଷ ଫଳପ୍ରଦ ହୁଅନ୍ତା।
ଏହାବ୍ୟତୀତ ଓଡ଼ିଆ ସିନେମାର ପ୍ରଦର୍ଶନକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରେକ୍ଷାଳୟ ସଂଖ୍ୟା ବୃଦ୍ଧିକୁ ସରକାରଙ୍କ ଶିଳ୍ପ ବିଭାଗ ପ୍ରାଥମିକତା ଦେବା ଦରକାର। ୮୭ ବର୍ଷର ଓଡ଼ିଆ ସିନେମାର ବୟସ ବେଳେ ୮୭ଟି ସିନେମା ହଲ୍‌ ନାହିଁ। ଓଡ଼ିଶା ପରି ରାଜ୍ୟରେ ପ୍ରତି ବ୍ଲକ ଓ ସହରାଞ୍ଚଳ ଅଧିକ ସଂଖ୍ୟକ ସିନେମା ହଲ୍‌ ନହେଲେ ଓଡ଼ିଆ ସିନେମାର ପ୍ରଗତି ଆଶା ନିରର୍ଥକ ହେବ। ଉତ୍ତାରୁ ସିନେମାର ମୋହ ଭଙ୍ଗ ହୋଇଛି। ‘ଦମନ’ ଦମ୍ଭ ବଳରେ ଓଡ଼ିଆ ସିନେମାକୁ ଆଗକୁ ବଢିବାକୁ ହେଲେ ଶିଳ୍ପ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ ହେବା ଉଚିତ୍‌। ଭଲ ସିନେମାର ଶ୍ରୀବୃଦ୍ଧି ପାଇଁ ପ୍ରଯୋଜକ-ନିର୍ଦ୍ଦେଶକ-କଳାକାର ଓ ଟେକ୍ନିସିଆନମାନଙ୍କ ଭୂମିକାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରାଗଲେ ତାହା ଭଲ ତଥା ଦର୍ଶକାଦୃତ ସିନେମା ପାଇଁ ଦ୍ୱାର ଉନ୍ମୁକ୍ତ କରିବ।
-ଦିଲ୍ଲୀପ ହାଲି
ବଡ଼ଗଡ଼, ଭୁବନେଶ୍ୱର
ମୋ : ୯୮୬୧୦୦୯୨୫୨


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri