ଖୁବ୍‌ଶୀଘ୍ର ହିନ୍ଦୀରେ ଆସିବ ‘ଦମନ’

ଭୁବନେଶ୍ୱର,୬।୧(ବ୍ୟୁରୋ): ଖୁବ୍‌ଶୀଘ୍ର ହିନ୍ଦୀରେ ସାରା ଦେଶରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’। ଏହାର ଦାୟିତ୍ୱ ନେଇଛି ପାନୋରମା ଷ୍ଟୁଡିଓ। ଏନେଇ ଗୁରୁବାର ଷ୍ଟୁଡିଓ ସହ ଚୁକ୍ତିନାମା ହୋଇଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା ସୂଚନା ଦେଇଛନ୍ତି। ଏହି ଅବସରରେ ଚଳଚ୍ଚିତ୍ରର ୨ ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା, ବିଶାଲ ମୌର୍ଯ୍ୟା, ପ୍ରଯୋଜକ ଦୀପ ସାମଲଙ୍କ ସହ ଷ୍ଟୁଡିଓର ପରିଚାଳନା ନିର୍ଦ୍ଦେଶକ ମୁରଲି ଛାଟୱାନି, ଡିଷ୍ଟ୍ରିବ୍ୟୁଶନ ମୁଖ୍ୟ ଦର୍ଶନ ଶାହା, ଗ୍ଲୋବାଲ ଡିଷ୍ଟ୍ରିବ୍ୟୁଶନ ରଜତ ଗୋସ୍ବାମୀ ଏବଂ ଚଳଚ୍ଚିତ୍ରର ସୂଚନା ଅଧିକାରୀ ସମ୍ବିତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Share